ଆଜି ଛାଡ଼ଖାଇ; ସକାଳୁ ଜମିଲାଣି ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଛାଡ଼ଖାଇ । ଧର୍ମ ମାସ କାର୍ତ୍ତିକ ଯୋଗୁ ପାଇଁ  ମାସେ ହେଲା ଆମିଷ  ଖାଇ ନ ଥିବା ଲୋକେ ଆଜି ଆମିଷ ଆଣିବା ପାଇଁ ସକାଳୁ ଭିଡ଼ ଜମାଇଦେଲେଣି। ଯୋଗକୁ ଏଥର ଛାଡ଼ଖାଇ ବୁଧବାର ପଡ଼ିଛି । ଯାହାକି ସମସ୍ତଙ୍କୁ ସୁହାଉଛି। ତେଣୁ ଘରେ ମଟନ, ଚିକେନ କି ମାଛ  ହେବ ତାହା ଆଗରୁ ଫାଇନାଲ୍‌ ହୋଇ ସାରିଛି।   କାଳେ ସରିଯିବ ସେଇ ଚିନ୍ତାରେ ଭୋରୁ ଭୋରୁ ଆମିଷ ବଜାରରେ ଭିଡ଼ ଲାଗିଲାଣି […]

chadakhai-1-1

chadakhai-1-1

Niharika Rout
  • Published: Wednesday, 13 November 2019
  • Updated: 13 November 2019, 10:06 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଛାଡ଼ଖାଇ । ଧର୍ମ ମାସ କାର୍ତ୍ତିକ ଯୋଗୁ ପାଇଁ  ମାସେ ହେଲା ଆମିଷ  ଖାଇ ନ ଥିବା ଲୋକେ ଆଜି ଆମିଷ ଆଣିବା ପାଇଁ ସକାଳୁ ଭିଡ଼ ଜମାଇଦେଲେଣି। ଯୋଗକୁ ଏଥର ଛାଡ଼ଖାଇ ବୁଧବାର ପଡ଼ିଛି । ଯାହାକି ସମସ୍ତଙ୍କୁ ସୁହାଉଛି। ତେଣୁ ଘରେ ମଟନ, ଚିକେନ କି ମାଛ  ହେବ ତାହା ଆଗରୁ ଫାଇନାଲ୍‌ ହୋଇ ସାରିଛି।   କାଳେ ସରିଯିବ ସେଇ ଚିନ୍ତାରେ ଭୋରୁ ଭୋରୁ ଆମିଷ ବଜାରରେ ଭିଡ଼ ଲାଗିଲାଣି । ଏହାକୁ ଆଖି ଆଗରେ ରଖି ଆଜି ଆମିଷ ବଜାର ବି ଚଳଚଞ୍ଚଳ।

ରାଜଧାନୀ ଭୁବନେଶ୍ୱରର ୟୁନିଟ୍ ୪ ମାଛ ବଜାର, ଡମଣା, ଚନ୍ଦ୍ରଶେଖରପୁର ଭଳି ବିଭିନ୍ନ ବଜାରରେ ଲୋକେ ମାଛ କିଣିବାକୁ ପହଞ୍ଚିଛନ୍ତି । ସେହିପରି କଟକ, ବ୍ରହ୍ମପୁର, ବାଲେଶ୍ୱର, ସମ୍ବଲପୁର, ରାଉରକେଲା, ଜୟପୁର ଭଳି ସହରରେ ବି ସକାଳୁ ସକାଳୁ ଆମିଷ ମାର୍କେଟରେ ଲୋକଙ୍କ ଭିଡ଼ ଜମିଛି । ଅନ୍ୟ ଦିନ ଅପେକ୍ଷା ଆଜି ଆମିଷ ଚାହିଦା ଅଧିକ ଥିବାରୁ ଦର  କିଛିଟା ଅଧିକ ରହିଛି । ବ୍ୟବସାୟୀମାନେ ବି ଲୋକଙ୍କ ଚାହିଦାକୁ ଆଖି ଆଗରେ ରଖି ଅଧିକ ପରିମାଣର ମାଛ ଆମଦାନୀ କରିଛନ୍ତି । ସେହିପରି ଆଜି ବିଭିନ୍ନ ହୋଟେଲ୍, ରେଷ୍ଟୋରାଣ୍ଟରେ ଲୋକଙ୍କ ଭିଡ଼ ବି ଦେଖିବାକୁ ମିଳିବ । ଯାହାକୁ ଆଖି ଆଗରେ ରଖି କିଛି ହୋଟେଲ୍‌ରେ ସ୍ୱତନ୍ତ୍ର ଆୟୋଜନ ମଧ୍ୟ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos