ପୁଣି ଧସିଲା ଗେଙ୍ଗୁଟି ନଦୀ ବନ୍ଧ

ଭଦ୍ରକ (ପାର୍ଥ ସାରଥୀ ନାୟକ): ପୁଣି ଧସିଲା ଦୁର୍ବଳ ନଦୀବନ୍ଧ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକସାହି ନିକଟରେ ଗେଙ୍ଗୁଟି ନଦୀ ବନ୍ଧ ନଦୀ ଗର୍ଭକୁ ଧସିଯାଇଛି। ଏପରିକି ମଳିକ ସାହି ନିକଟରେ ନଦୀ ବନ୍ଧର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି। କିଛିଦିନ ପୂର୍ବରୁ ସମାନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । ଲଗାଣ ବର୍ଷାରେ ପଥର ପ୍ୟାକିଂ ମଧ୍ୟ ଧସିଥିଲା । ଏହାପରେ ବନ୍ୟାଜଳ ଗେଙ୍ଗୁଟିରେ ପ୍ରବାହିତ ହେବାପରେ […]

bhadrak-2

Niharika Rout
  • Published: Tuesday, 01 September 2020
  • , Updated: 01 September 2020, 11:35 AM IST

ଭଦ୍ରକ (ପାର୍ଥ ସାରଥୀ ନାୟକ): ପୁଣି ଧସିଲା ଦୁର୍ବଳ ନଦୀବନ୍ଧ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଦଳାଙ୍ଗ ପଞ୍ଚାୟତ ରାମେଶ୍ୱରପୁର ମଳିକସାହି ନିକଟରେ ଗେଙ୍ଗୁଟି ନଦୀ ବନ୍ଧ ନଦୀ ଗର୍ଭକୁ ଧସିଯାଇଛି। ଏପରିକି ମଳିକ ସାହି ନିକଟରେ ନଦୀ ବନ୍ଧର ବିଭିନ୍ନ ସ୍ଥାନରେ ଫାଟ ଦେଖିବାକୁ ମିଳିଛି।

କିଛିଦିନ ପୂର୍ବରୁ ସମାନ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । ଲଗାଣ ବର୍ଷାରେ ପଥର ପ୍ୟାକିଂ ମଧ୍ୟ ଧସିଥିଲା । ଏହାପରେ ବନ୍ୟାଜଳ ଗେଙ୍ଗୁଟିରେ ପ୍ରବାହିତ ହେବାପରେ ଫାଟ ବଢିବାରେ ଲାଗିଥିଲା । ନଦୀରେ ଜଳସ୍ତର କମିବା ପରେ ପୁଣି ଧସିଛି ନଦୀବନ୍ଧ । ବନ୍ଧର ତଳିଆ ଅଞ୍ଚଳର ମାଟି ଧୋଇ ଯାଇଥିବାରୁ ପ୍ରାୟ ୩୦ ଫୁଟ ବନ୍ଧ ଧସିଛି ।ବାରମ୍ବାର ଏଭଳି ଘଟୁଥିବାରୁ ସ୍ଥାନୀୟ ଲୋକେ ଭୟଭୀତ ହୋଇ ରହିଛନ୍ତି ।

Related story