ଆତ୍ମା କହୁଛି ମୃତ୍ୟୁ ପଛର ରହସ୍ୟ!

ଅନୁଗୋଳ(ବିରଜା ଦାସ): ଭୂତ ବଖାଣୁଛି ମୃତ୍ୟୁ ପଛର ରହସ୍ୟ। ଏମିତି ଦୃଶ୍ୟ ଆପଣ ନିଶ୍ଚୟ କୌଣସି ଫିଲ୍ମ କି ଟିଭି ଧାରାବାହିକରେ ଦେଖିଥିବେ। ଆଉ ମଧ୍ୟ କୌଣିସ ଗପ ଉପନ୍ୟାସରେ ପଢ଼ିଥିବେ। କିନ୍ତୁ ବାସ୍ତବରେ ଏମିତି କଥା ଟିକେ ଅଡ଼ୁଆ ଲାଗେ। ହେଲେ ଏମିତିକା ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ମୃତ୍ୟୁ ହୋଇଥିବା ଲୋକର ଆତ୍ମା ପଡ଼ୋଶୀ ଶରୀରରେ ପ୍ରବେଶ କରି ଗୋଟି ଗୋଟି କରି ଘଟଣାକୁ କହୁଛି। ଗତ ସେପ୍ଟେମ୍ବର ୧୮ ତାରିଖରେ ନତଡ଼ା […]

angul

Manoranjan Sial
  • Published: Saturday, 02 November 2019
  • , Updated: 02 November 2019, 10:10 PM IST

ଅନୁଗୋଳ(ବିରଜା ଦାସ): ଭୂତ ବଖାଣୁଛି ମୃତ୍ୟୁ ପଛର ରହସ୍ୟ। ଏମିତି ଦୃଶ୍ୟ ଆପଣ ନିଶ୍ଚୟ କୌଣସି ଫିଲ୍ମ କି ଟିଭି ଧାରାବାହିକରେ ଦେଖିଥିବେ। ଆଉ ମଧ୍ୟ କୌଣିସ ଗପ ଉପନ୍ୟାସରେ ପଢ଼ିଥିବେ। କିନ୍ତୁ ବାସ୍ତବରେ ଏମିତି କଥା ଟିକେ ଅଡ଼ୁଆ ଲାଗେ। ହେଲେ ଏମିତିକା ଏକ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ। ମୃତ୍ୟୁ ହୋଇଥିବା ଲୋକର ଆତ୍ମା ପଡ଼ୋଶୀ ଶରୀରରେ ପ୍ରବେଶ କରି ଗୋଟି ଗୋଟି କରି ଘଟଣାକୁ କହୁଛି।

ଗତ ସେପ୍ଟେମ୍ବର ୧୮ ତାରିଖରେ ନତଡ଼ା ଗାଁରେ ପଞ୍ଚାନନ କାନୁନଗୋଙ୍କ ମୃତ୍ୟୁ ହୋଇଥିଲା। ପଡ଼ୋଶୀଙ୍କ କୂଅରେ ପଡ଼ି ସେ ପ୍ରାଣ ହରାଇଥିଲେ। ହେଲେ ମୃତ୍ୟୁର କିଛି ଦିନ ପରେ ଅର୍ଥାତ ସେପ୍ଟେମ୍ବର ୨୩ ତାରିଖରେ ଅଚାନକ ପଡ଼ୋଶୀ ଜଣେ ମହିଳାଙ୍କ ଦେହରେ କୁଆଡ଼େ ପଞ୍ଚାନନଙ୍କ ଆତ୍ମା ପଶି ଯାଇଥିଲା। ଆଉ ତାଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ କରିଥିଲେ।

ଦୁଇରୁ ତିନି ଜଣ ବ୍ୟକ୍ତି ମିଶି ପଞ୍ଚାନନଙ୍କୁ ବାନ୍ଧି ତାଙ୍କୁ ମାଡ଼ ମାରିଥିବା ମହିଳା ଜଣକ କହୁଛନ୍ତି। ଏହାପରେ କୂଅରେ ପଞ୍ଚାନନଙ୍କୁ ପକାଇ ଦେଇଥିବା ଅଭିଯୋଗ ସେ କରିଛନ୍ତି। ଅନ୍ୟପଟେ ପଞ୍ଚାନନଙ୍କ ମୃତ୍ୟୁ କୂଅରେ ପଡ଼ି ହୋଇଥିଲା ବୋଲି ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି।

Related story