ପଶ୍ଚିମବଙ୍ଗର ରସଗୋଲାକୁ ମିଳିଥିବା ଜିଆଇ ଟ୍ୟାଗ୍‌ର ହେବ ପୁନଃବିଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗର ରସଗୋଲାକୁ ମିଳିଥିବା ଜିଆଇ ଟ୍ୟାଗ୍‌ର ପୁନଃବିଚାର ହେବ। କେନ୍ଦ୍ର ସରକାରଙ୍କ ଜୋଗ୍ରାଫିକାଲ୍ ଇଣ୍ଡିକେସନ୍‌ ରେଜେଷ୍ଟ୍ରି ପକ୍ଷରୁ ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଖାଦ୍ୟ ଓ ପ୍ରକ୍ରିୟାକରଣ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଜିଆଇ କର୍ତ୍ତୃପକ୍ଷ ଏହି ନୋଟିସ୍ ଜାରି କରିଛନ୍ତି। ସେପ୍ଟେମ୍ବର ୬ରେ ଏହି ମାମଲାର ଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଭୁବନେଶ୍ୱରର ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଏନେଇ ଜିଆଇ ବିଭାଗରେ ଆବେଦନ କରିଥିଲେ। […]

sweets

sweets

Jyoshna Pradhan
  • Published: Friday, 02 August 2019
  • Updated: 02 August 2019, 02:56 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମବଙ୍ଗର ରସଗୋଲାକୁ ମିଳିଥିବା ଜିଆଇ ଟ୍ୟାଗ୍‌ର ପୁନଃବିଚାର ହେବ। କେନ୍ଦ୍ର ସରକାରଙ୍କ ଜୋଗ୍ରାଫିକାଲ୍ ଇଣ୍ଡିକେସନ୍‌ ରେଜେଷ୍ଟ୍ରି ପକ୍ଷରୁ ଏନେଇ ପଶ୍ଚିମବଙ୍ଗ ସରକାରଙ୍କୁ ନୋଟିସ୍ କରାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଖାଦ୍ୟ ଓ ପ୍ରକ୍ରିୟାକରଣ ଏବଂ ଉଚ୍ଚଶିକ୍ଷା ବିଭାଗକୁ ଜିଆଇ କର୍ତ୍ତୃପକ୍ଷ ଏହି ନୋଟିସ୍ ଜାରି କରିଛନ୍ତି।

ସେପ୍ଟେମ୍ବର ୬ରେ ଏହି ମାମଲାର ଶୁଣାଣି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଭୁବନେଶ୍ୱରର ରମେଶ ଚନ୍ଦ୍ର ସାହୁ ନାମକ ଜଣେ ବ୍ୟକ୍ତି ଏନେଇ ଜିଆଇ ବିଭାଗରେ ଆବେଦନ କରିଥିଲେ। ପୂର୍ବରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ମଧ୍ୟ ଏନେଇ ଆବେଦନ କରାଯାଇଥିଲା।

ଗତ ଜୁଲାଇ ୨୯ ତାରିଖରେ ଓଡ଼ିଶା ରସଗୋଲାକୁ ଜିଆଇ ମାନ୍ୟତା ମିଳିଥିଲା। ଭାରତ ସରକାରଙ୍କ ଜିଆଇ ରେଜିଷ୍ଟ୍ରେସନ ପକ୍ଷରୁ ଏହି ମାନ୍ୟତା ମିଳିଥିଲା।  ତେବେ ଜିଆଇ ମାନ୍ୟତା ପାଇଁ ୨୦୧୮ରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଆବେଦନ  କରାଯାଇଥିଲା। ତଥ୍ୟ ପ୍ରମାଣକୁ ଆଧାର କରି ଓଡ଼ିଶାର ରସଗୋଲାକୁ ଜିଆଇ ଟ୍ୟାଗ୍ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos