ସକାଳେ ଯୋଗଦେଲେ, ସନ୍ଧ୍ୟାରେ ପଦବୀ ପାଇଲେ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସକାଳେ ଆକାଶବାଣୀର ପୂର୍ବତନ ସମାଚାର ମହାନିର୍ଦ୍ଦେଶକ ଗିରିଧାରୀ ମହାନ୍ତି ବିଜେଡିରେ ଯୋଗ ଦେଇଥିଲେ। ଆଉ ସନ୍ଧ୍ୟାରେ ପାଇଗଲେ ଦଳୀୟ ପଦବୀ। ତାଙ୍କୁ ବିଜେଡିର ଜାତୀୟ ମୁଖପାତ୍ର କରାଯାଇଛି। ତାଙ୍କୁ ଜାତୀୟ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ମଧ୍ୟ ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ସବୁ ଦାୟିତ୍ୱ ଦେଇଛନ୍ତି। ଗିରିଧାରୀ ମହାନ୍ତି ୧୯୮୩ ମସିହାରେ ଭାରତୀୟ ସୂଚନା ସେବାରେ ଯୋଗ ଦେଇଥିଲେ। ସେ ଡିଏଭିପିର ମହାନିର୍ଦ୍ଦେଶକ, ଆକାଶବାଣୀର ସମାଚାର ବିଭାଗର […]

navven (1)

Rakesh Mallick
  • Published: Saturday, 21 April 2018
  • , Updated: 21 April 2018, 09:13 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଜି ସକାଳେ ଆକାଶବାଣୀର ପୂର୍ବତନ ସମାଚାର ମହାନିର୍ଦ୍ଦେଶକ ଗିରିଧାରୀ ମହାନ୍ତି ବିଜେଡିରେ ଯୋଗ ଦେଇଥିଲେ। ଆଉ ସନ୍ଧ୍ୟାରେ ପାଇଗଲେ ଦଳୀୟ ପଦବୀ। ତାଙ୍କୁ ବିଜେଡିର ଜାତୀୟ ମୁଖପାତ୍ର କରାଯାଇଛି। ତାଙ୍କୁ ଜାତୀୟ ଗଣମାଧ୍ୟମ ସଂଯୋଜକ ଦାୟିତ୍ୱ ମଧ୍ୟ ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକ ତାଙ୍କୁ ଏହି ସବୁ ଦାୟିତ୍ୱ ଦେଇଛନ୍ତି।

ଗିରିଧାରୀ ମହାନ୍ତି ୧୯୮୩ ମସିହାରେ ଭାରତୀୟ ସୂଚନା ସେବାରେ ଯୋଗ ଦେଇଥିଲେ। ସେ ଡିଏଭିପିର ମହାନିର୍ଦ୍ଦେଶକ, ଆକାଶବାଣୀର ସମାଚାର ବିଭାଗର ମହାନିର୍ଦ୍ଦେଶକ ଓ ଆର୍‌ଏନ୍‌ଆଇର ମୁଖ୍ୟ ଭାବେ କାର୍ଯ୍ୟ କରିଛନ୍ତି। ସେ ସିବିଆଇର ମୁଖପାତ୍ର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ସେ ଦୂରଦର୍ଶନ ଓଡ଼ିଆ ସମାଚାରର ପ୍ରତିଷ୍ଠାତା ସଂପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।

Related story