ଦୋକାନରୁ ଉଠାଇ ନେଇ ଯୁବତୀଙ୍କୁ ଗଣଦୁଷ୍କର୍ମ, ବଡ଼ ରାଜନେତାଙ୍କ ସଂପର୍କୀୟଙ୍କ ନାଁରେ ଏତଲା

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବାପା ଗତକାଲି ସନ୍ଧ୍ୟାରେ ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି। ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ମାଡ଼ ମଧ୍ୟ ମରାଯାଇଥିବା ଅଭିଯୋଗ ହୋଇଛି। ଏତଲାରେ ସୁକିନ୍ଦା ଅଞ୍ଚଳର ଜଣେ ବଡ଼ ରାଜନେତାଙ୍କ ସଂପର୍କୀୟ ଓ ଅନ୍ୟ ଜଣଙ୍କ ନାଁ ଉଲ୍ଲେଖ ରହିଛି। ଏ ଦୁହେଁ ହିଁ ତାଙ୍କୁ ଦୁଷ୍କର୍ମ କରିଥିବା ଦର୍ଶାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ […]

rape

Tapaswini Nayak
  • Published: Thursday, 25 April 2019
  • , Updated: 25 April 2019, 12:34 PM IST

ଯାଜପୁର(ଅଭୟ ପତି): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ତାଙ୍କ ବାପା ଗତକାଲି ସନ୍ଧ୍ୟାରେ ସୁକିନ୍ଦା ଥାନାରେ ଏତଲା ଦେଇଛନ୍ତି। ଦୁଷ୍କର୍ମ ପରେ ପୀଡ଼ିତାଙ୍କୁ ମାଡ଼ ମଧ୍ୟ ମରାଯାଇଥିବା ଅଭିଯୋଗ ହୋଇଛି।

ଏତଲାରେ ସୁକିନ୍ଦା ଅଞ୍ଚଳର ଜଣେ ବଡ଼ ରାଜନେତାଙ୍କ ସଂପର୍କୀୟ ଓ ଅନ୍ୟ ଜଣଙ୍କ ନାଁ ଉଲ୍ଲେଖ ରହିଛି। ଏ ଦୁହେଁ ହିଁ ତାଙ୍କୁ ଦୁଷ୍କର୍ମ କରିଥିବା ଦର୍ଶାଯାଇଛି। ପୁଲିସ୍‌ ଘଟଣାର ତଦନ୍ତ କରୁଛି। ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଗତକାଲି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ ସୁକିନ୍ଦା ଥାନା ଘେରାଉ କରିଥିଲେ।

ଥାନାରେ ଦିଆଯାଇଥିବା ଏତଲା ଅନୁଯାୟୀ, ଯୁବତୀ ଜଣଙ୍କ ତାଙ୍କ ବାପାଙ୍କ ଦୋକାନରେ ବସିଥିବା ବେଳେ ଅପରାହ୍ନ ପ୍ରାୟ ୪ଟା ବେଳେ ଜଣେ ଅଭିଯୁକ୍ତ ସେଠାକୁ ଆସିଥିଲା ଓ ସଫଲ୍‌ ମାଗିଥିଲା। ଯୁବତୀ ଜଣଙ୍କ ତାଙ୍କୁ ସଫଲ ପ୍ୟାକେଟ୍ ବଢ଼ାଇ ଦେବା ବେଳେ ସେ ତାଙ୍କ ହାତ ଧରି ଘୋଷାରି ଘୋଷାରି ଗାଡ଼ି ଭିତରକୁ ନେଇ ଯାଇଥିଲା। ସେତେବେଳେ ଯୁବତୀଙ୍କ ଘରେ କେହି ନଥିଲେ।

ଅଭିଯୁକ୍ତ ତାଙ୍କୁ ଡୁବୁରି ରାସ୍ତାରେ ନେଇ ଯାଇଥିଲା।  ବାଟରେ ଏକ ସ୍ଥାନରେ ସେ ତାଙ୍କୁ ଦୁଷ୍କର୍ମ କରିଥିଲା। ତା’ପରେ ସେ ତାଙ୍କୁ ଉକ୍ତ ରାଜନେତାଙ୍କ ସଂପର୍କୀୟଙ୍କ ନିକଟକୁ ନେଇ ଯାଇଥିଲା। ଚାକିରି କରାଇ ଦେବାକୁ କହି ଉଭୟେ ତାଙ୍କୁ ସେଠାରେ ଦୁଷ୍କର୍ମ କରିଥିଲେ। ସେମାନେ ତାଙ୍କୁ ମାଡ଼ ମଧ୍ୟ ମାରିଥିଲେ। ତା’ପରେ ଯେଉଁ ଅଭିଯୁକ୍ତ ତାଙ୍କୁ ଦୋକାନରୁ ଉଠାଇ ନେଇଥିଲା, ସେ ହିଁ ଆଣି ତାଙ୍କୁ ଘର ପାଖରେ ଛାଡ଼ି ପଳାଇଥିଲା। ଝିଅଠାରୁ ସବୁ କଥା ଶୁଣିବା ପରେ ତାଙ୍କ ବାପା ଥାନାରେ ଏତଲା ଦେଇଥିଲେ।

Related story