ଟିଏମ୍‌ସିରେ ଆଖି ବୁଜିଲା ଶିଶୁ କନ୍ୟା

ନୂଆପଡା(ମାୟାଧର ସରାଫ):ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚଲାନପଡା ଟିଏମସି(ଅସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର)ରେ  ଜଣେ ୭ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି।  ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ଖଡିଆଳ ବ୍ଲକ ଝୋଲପଥର ଗାଁର ଡାକ୍ତର କଲସାଏଙ୍କ ପରିବାରର ୫ ସଦସ୍ୟ ଗତକାଲି ଆନ୍ଧ୍ରରୁ ଫେରି ଏହି ଟିଏମ୍‌ସିରେ ରହିଥିଲେ । ସେମାନଙ୍କ ମଧ୍ୟରେ କଲସାଏ, ତାଙ୍କ ସ୍ତ୍ରୀ ଓ  ୩ ଶିଶୁ  ଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ଟିଏମ୍‌ସିରେ ପହଞ୍ଚିଥିଲେ। ଏହାପରେ […]

nuapada-1-1

nuapada-1-1

Niharika Rout
  • Published: Saturday, 06 June 2020
  • Updated: 06 June 2020, 01:05 PM IST

Sports

Latest News

ନୂଆପଡା(ମାୟାଧର ସରାଫ):ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଚଲାନପଡା ଟିଏମସି(ଅସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର)ରେ  ଜଣେ ୭ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି।  ଚିକିତ୍ସା ଅଭାବରୁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ଖଡିଆଳ ବ୍ଲକ ଝୋଲପଥର ଗାଁର ଡାକ୍ତର କଲସାଏଙ୍କ ପରିବାରର ୫ ସଦସ୍ୟ ଗତକାଲି ଆନ୍ଧ୍ରରୁ ଫେରି ଏହି ଟିଏମ୍‌ସିରେ ରହିଥିଲେ । ସେମାନଙ୍କ ମଧ୍ୟରେ କଲସାଏ, ତାଙ୍କ ସ୍ତ୍ରୀ ଓ  ୩ ଶିଶୁ  ଥିଲେ। ଗତକାଲି ସନ୍ଧ୍ୟାରେ ସେମାନେ ଟିଏମ୍‌ସିରେ ପହଞ୍ଚିଥିଲେ। ଏହାପରେ ନିଜ  ୭ ବର୍ଷର ଝିଅ ବର୍ଷାକୁ ଜ୍ୱର ହେଉଥିବାରୁ ଚିକିତ୍ସା ନିମନ୍ତେ ଟିଏମସି ଦାୟିତ୍ୱରେ  ଥିବା କର୍ମଚାରୀଙ୍କୁ  କଲସାଏ ଜଣାଇଥିଲେ । କିନ୍ତୁ ତାଙ୍କ ଚିକିତ୍ସା ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା।

ଫଳରେ ଆଜି ସକାଳେ ବର୍ଷାଙ୍କର ଟିଏମସିରେ ମୃତ୍ୟୁ ହୋଇଥିବା ଜଣାଯାଇଛି। । ଡାକ୍ତରୀ ଦଳ ପହଞ୍ଚି ମୃତ ଶିଶୁର ସ୍ୱାବ ସଂଗ୍ରହ କରିଥିବା ବେଳେ  ଖଡିଆଳ ବିଡିଓ, ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos