ଡିପ୍ରେସନ୍‌ରୁ ନଦୀକୁ ଡେଇଁ ପଡ଼ିଲେ ଯୁବତୀ!

ବାଙ୍କୀ (ସଞ୍ଜୀପ ନାୟକ): ପ୍ରବଳ ବର୍ଷା ହେଉଥିଲା। ଆଉ ସେହି ବର୍ଷାରେ ଭିଜି ଭିଜି ମୋବାଇଲ୍‌ରେ କଥା ହେଉ ହେଉ ମହାନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବତୀ। ମାତ୍ର ତାଙ୍କ ପରିଚୟ ଜଣାପଡ଼ି ନାହିଁ। ମୋବାଇଲ୍‌ରେ ଗପୁଥିଲା ବେଳେ ସେ ଡିପ୍ରେସନ୍‌ରେ ଥିଲା ପରି ଲାଗୁଥିଲା ବୋଲି ଆଲୋଚନା ହେଉଛି। ଆଜି ମଧ୍ୟାହ୍ନରେ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ସେହି ବର୍ଷାରେ ଭିଜି ଜଣେ ଯୁବତୀ ମୋବାଇଲ୍‌ ଗପି ଗପି ଦୋକାନରେ […]

mahanadi

Manoranjan Sial
  • Published: Tuesday, 16 June 2020
  • , Updated: 16 June 2020, 06:22 PM IST

ବାଙ୍କୀ (ସଞ୍ଜୀପ ନାୟକ): ପ୍ରବଳ ବର୍ଷା ହେଉଥିଲା। ଆଉ ସେହି ବର୍ଷାରେ ଭିଜି ଭିଜି ମୋବାଇଲ୍‌ରେ କଥା ହେଉ ହେଉ ମହାନଦୀକୁ ଡେଇଁ ପଡ଼ିଲେ ଜଣେ ଯୁବତୀ। ମାତ୍ର ତାଙ୍କ ପରିଚୟ ଜଣାପଡ଼ି ନାହିଁ। ମୋବାଇଲ୍‌ରେ ଗପୁଥିଲା ବେଳେ ସେ ଡିପ୍ରେସନ୍‌ରେ ଥିଲା ପରି ଲାଗୁଥିଲା ବୋଲି ଆଲୋଚନା ହେଉଛି।

ଆଜି ମଧ୍ୟାହ୍ନରେ କଟକ ଜିଲ୍ଲା ବାଙ୍କୀ ସୁବର୍ଣ୍ଣପୁର ଅଞ୍ଚଳରେ ପ୍ରବଳ ବର୍ଷା ହେଉଥିଲା। ସେହି ବର୍ଷାରେ ଭିଜି ଜଣେ ଯୁବତୀ ମୋବାଇଲ୍‌ ଗପି ଗପି ଦୋକାନରେ ପହଞ୍ଚିଲେ। ସେଠାରୁ ଗୋଟିଏ କୋଲ୍‌ଡ ଡ୍ରିଙ୍ଗସ୍‌ କିଣିଲେ। ଆଉ ତା’ପରେ ବର୍ଷାରେ ଭିଜି ଭିଜି ଥଣ୍ଡା ପିଇପିଇ ଗପି ଗପି ଆଗକୁ ଚାଲିଲେ। ସମସ୍ତଙ୍କ ସମ୍ମୁଖରେ ସେ ଜାତମୁଣ୍ଡିଆ-ସୁବର୍ଣ୍ଣପୁର ବ୍ରିଜ ଉପରୁ ମହାନଦୀକୁ ଡେଇଁ ପଡ଼ିଲେ। ସେହି ରାସ୍ତାରେ ଯାଉଥିବା ଲୋକମାନେ ଏନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇଁ ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲେ। ହେଲେ ଏପର୍ଯ୍ୟନ୍ତ ଯୁବତୀଙ୍କ ପତ୍ତା ମିଳିନି।

ଅନ୍ୟପକ୍ଷରେ ମହାନଦୀକୁ ଡେଇଁ ଥିବା ଯୁବତୀ ଜଣକ କିଏ? ସେ କଣ ପାଇଁ ନଦୀକୁ ଡେଇଁଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି। ବର୍ଷାରେ ଭିଜି ମୋବାଇଲ ଫୋନ୍‌ରେ ଗପୁ ଥିବାରୁ ଯୁବତୀ ଜଣକ ମାନସିକ ଭାରସାମ୍ୟ ହରାଇ ନଦୀକୁ ଡେଇଁଥିବା ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି।

Related story