ବନ୍ଧୁତ୍ୱ ଦିବସରେ ଭଲ ଖବର: ଦିବ୍ୟାଙ୍ଗଙ୍କ ହାତ ଧରିଲେ ସ୍ୱପ୍ନାରାଣୀ

ତାଳଚେର(ଓଡ଼ିଶା ରିପୋର୍ଟର): ପ୍ରେମ ଚିରନ୍ତନ। ପ୍ରେମ ମାନେନି ବାଛ ବିଚାର। ବିଶ୍ୱ ବନ୍ଧୁତ୍ୱ ଦିବସରେ ଦିବ୍ୟାଙ୍ଗଙ୍କ ହାତ ଧରିଲେ ଜଗତସିଂହପୁର ଅଞ୍ଚଳର ଯୁବତୀ ସ୍ୱପ୍ନାରାଣୀ ବାରିକ। ୭ ବର୍ଷ ତଳେ ଫେସ୍‌ବୁକ୍‌ରେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ଆଜି ବିବାହର ରୂପ ନେଇଛି। ଏପରି ଭଲ ଖବର ଅନୁଗୋଳ ଜିଲ୍ଲା ତାଳଚେରରୁ ଆସିଛି। ତାଳଚେର ବ୍ଲକ୍‌ ବଜ୍ରକୋଟ ଗାଁର ଯୁବକ ଜିତେନ୍ଦ୍ର ବାରିକ ଅନୁଗୋଳ ଜିନ୍ଦଲରେ ଚାକିରି କରନ୍ତି। ଚାକିରିକୁ ନେଇ ସେ ସବୁବେଳେ ଖୁସିରେ ରହୁଥିଲେ। […]

Angul

Angul

Manoranjan Sial
  • Published: Sunday, 31 July 2022
  • Updated: 31 July 2022, 08:53 PM IST

Sports

Latest News

ତାଳଚେର(ଓଡ଼ିଶା ରିପୋର୍ଟର): ପ୍ରେମ ଚିରନ୍ତନ। ପ୍ରେମ ମାନେନି ବାଛ ବିଚାର। ବିଶ୍ୱ ବନ୍ଧୁତ୍ୱ ଦିବସରେ ଦିବ୍ୟାଙ୍ଗଙ୍କ ହାତ ଧରିଲେ ଜଗତସିଂହପୁର ଅଞ୍ଚଳର ଯୁବତୀ ସ୍ୱପ୍ନାରାଣୀ ବାରିକ। ୭ ବର୍ଷ ତଳେ ଫେସ୍‌ବୁକ୍‌ରେ ଆରମ୍ଭ ହୋଇଥିବା ପ୍ରେମ ସମ୍ପର୍କ ଆଜି ବିବାହର ରୂପ ନେଇଛି। ଏପରି ଭଲ ଖବର ଅନୁଗୋଳ ଜିଲ୍ଲା ତାଳଚେରରୁ ଆସିଛି।

ତାଳଚେର ବ୍ଲକ୍‌ ବଜ୍ରକୋଟ ଗାଁର ଯୁବକ ଜିତେନ୍ଦ୍ର ବାରିକ ଅନୁଗୋଳ ଜିନ୍ଦଲରେ ଚାକିରି କରନ୍ତି। ଚାକିରିକୁ ନେଇ ସେ ସବୁବେଳେ ଖୁସିରେ ରହୁଥିଲେ। ଚାକିରିର ବ୍ୟସ୍ତତା ଭିତରେ ସୋଶାଲ୍‌ ମିଡିଆ ଫେସ୍‌ବୁକ୍‌ରେ ତାଙ୍କର ଦେଖାହୁଏ ଜଗତସିଂହପୁର ଅଞ୍ଚଳର ଯୁବତୀ ସ୍ୱପ୍ନାରାଣୀ ବାରିକଙ୍କ ସହ। ହାଏ ବାୟରୁ ଆରମ୍ଭ ହୋଇଥିବା କଥା ପରବର୍ତ୍ତୀ ସମୟରେ ଆଗକୁ ବଢ଼ିଥିଲା। ଦୁ଼ହେଁ ବେଶ୍‌ ଖୁସିରେ ରହୁଥିଲେ।

ତେବେ ଦିନେ ହଠାତ୍‌ ଜିତେନ୍ଦ୍ରଙ୍କ ମୁଣ୍ଡ ଉପରେ ଛିଡ଼ି ପଡ଼ିଲା କଳା ବାଦଲ। ଯାହାର ହାତ ଧରି ଦୁନିଆ ଦେଖିଥିଲେ ସିଏ ଅଫେରା ରାଇଜରେ। ଅଦିନରେ ମାଆଙ୍କ ଦେହାନ୍ତ ହୋଇଗଲା। ଏହି ଯନ୍ତ୍ରଣା ମନରୁ ଲିଭିନଥିବା ବେଳେ ଦୁର୍ଘଟଣାରେ ଶିକାର ହେଲେ ଜିତେନ୍ଦ୍ର। ଅଫିସରୁ ଘରକୁ ଫେରୁଥିବା ବେଳେ ଟ୍ରକ୍‌ ଧକ୍କା ଦେଲା। ଯେଉଁଥିରେ ସେ ଦୁଇଟି ଯାକ ଗୋଡ଼ା ହରାଇ ବସିଲେ।

ଜିତେନ୍ଦ୍ର ପ୍ରଥମେ ତାଙ୍କ ମାଆଙ୍କୁ ହରାଇଥିଲେ। ଆଉ ପରେ ଦୁର୍ଘଟଣାରେ ଦୁଇ ଗୋଡ଼ ହରାଇବାରୁ ଭାଙ୍ଗି ପଡ଼ିଥିଲେ। ଦୁଇ ଦୁଇଟି ଦୁଃଖର ପାହାଡ଼ ତାଙ୍କ ଉପରେ ପଡିଥିବାରୁ ସେ କ’ଣ କରିବେ ଜାଣି ପାରୁନଥିଲେ। ଏପରି ସମୟରେ ଜିତେନ୍ଦ୍ରଙ୍କ ଆଶ୍ରାବାଡ଼ି ସାଜିଥିଲେ ଫେସ୍‌ବୁକ୍‌ ବାନ୍ଧବୀ ସ୍ୱପ୍ନାରାଣୀ। ଯେତେବେଳେ ଜିତେନ୍ଦ୍ର ଭାଙ୍ଗି ପଡ଼ୁଥିଲେ, ସେତେବେଳେ ସ୍ୱପ୍ନାରାଣୀ ତାଙ୍କୁ ସମବେଦନା ଜଣାଉଥିଲେ। ଆଉ ଭରସା ଦେଇ କହୁଥିଲେ ତୁମ ସାଥୀରେ ମୁଁ ଅଛି...।

ଶେଷରେ ୭ ବର୍ଷ ଭଲପାଇବା ବିବାହର ରୂପ ନେଇଥିଲା। ଜୁଲାଇ ୮ ତାରିଖରେ ବୈଦିକ ରୀତିନୀତିରେ ଗାଁ ଶିବ ମନ୍ଦିରରେ ଉଭୟଙ୍କ ବିବାହ ହୋଇଥିଲା। ସାତ କଳସ ଆଠ ଦୀପକୁ ସାକ୍ଷୀ ରଖି ଜିତେନ୍ଦ୍ରଙ୍କ ବେକରେ ବରଣାମାଳ ପକାଇଥିଲେ ସ୍ୱପ୍ନାରାଣୀ। ପବିତ୍ର ବନ୍ଧୁତ୍ୱ ଦିବସରେ ଉଭୟ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟଳୟକୁ ଆସିଥିଲେ। ସହକାରୀ ଜିଲ୍ଲାପାଳଙ୍କ ସମ୍ମୁଖରେ ଉଭୟ ଆଇନ୍‌ ସମ୍ମତ ବିବାହ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story