ଆଖିରେ ପୋକ ପଡ଼ିଥିବା ବାହାନା କରି ପାଖକୁ ଡାକିଲେ, ଟେକି ନେଇ ଇଜ୍ଜତ ଲୁଟିଲେ

ଭଦ୍ରକ (ଓଡ଼ିଶା ରିପୋର୍ଟର): ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ। ଇଜ୍ଜତ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ୧୬ ବର୍ଷୀୟ ନାବାଳିକା। ସମ୍ପୃକ୍ତ ନାବାଳିକା ଜଣକ ବଡ଼ଭଉଣୀ ପାଖକୁ ଯାଉଥିବା ବେଳେ ଅଧା ବାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ପୀଡ଼ିତାର ଡାକ୍ତରୀ ମାଇନା କରିଛି। ଘଟଣାର ତଦନ୍ତ ଜାରି ରଖିଛି […]

miner girl rape in bhadrak

Rakesh Mallick
  • Published: Tuesday, 30 January 2018
  • , Updated: 30 January 2018, 10:59 PM IST

ଭଦ୍ରକ (ଓଡ଼ିଶା ରିପୋର୍ଟର): ପୁଣି ଜଣେ ନାବାଳିକାକୁ ଦୁଷ୍କର୍ମ। ଇଜ୍ଜତ ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ୧୬ ବର୍ଷୀୟ ନାବାଳିକା। ସମ୍ପୃକ୍ତ ନାବାଳିକା ଜଣକ ବଡ଼ଭଉଣୀ ପାଖକୁ ଯାଉଥିବା ବେଳେ ଅଧା ବାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଅଞ୍ଚଳରେ ଏହି ଘଟଣା ଚାଞ୍ଚଲ୍ୟ ଖେଳାଇ ଦେଇଛି। ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ମାମଲା ରୁଜୁ କରି ପୀଡ଼ିତାର ଡାକ୍ତରୀ ମାଇନା କରିଛି। ଘଟଣାର ତଦନ୍ତ ଜାରି ରଖିଛି ପୋଲିସ।

ଗତ ରବିବାର ନାବାଳିକାଙ୍କ ବଡ଼ ଭଉଣୀ ଗାଁ ପାଖ ପୋଖରୀରେ ମାଛ ଧରିବାକୁ ଯାଇଥିଲେ। ଏହି ସମୟରେ ତାଙ୍କ ସାନ ଭଉଣୀ ତଥା ସମ୍ପୃକ୍ତ ନାବାଳିକା ପାଣି ନେଇ ତାଙ୍କ ପାଖକୁ ଯାଉଥିଲେ। ତେବେ ଅଧ ବାଟରେ ଏକ ଚିଙ୍ଗୁଡ଼ି ଘେରି ନିକଟରେ ଜଣେ ଯୁବକ ବସି ଥିଲେ। ନାବାଳିକାକୁ ଦେଖି ଯୁବକ ଜଣକ ନିଜ ଆଖିରେ ପୋକ ପଡ଼ିଥିବା ବାହାନା ଦେଖାଇଥିଲେ। ପରେ ନାବାଳିକାକୁ ପାଖକୁ ଡାକି ପୋକ କାଢ଼ିବାକୁ କହିଥିଲେ। ନାବାଳିକା ଜଣକ ଆସିବାରୁ ଯୁବକ ଜଣକ ତାଙ୍କୁ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଘଟଣା ପରେ ଯୁବକ ଜଣକ ଫେରାର ଅଛନ୍ତି। ପୋଲିସ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଚଳାଇଛି।

କୁନ୍ଦୁଲି ଘଟଣା ମନରୁ ନଲିଭୁଣୁ ଗୋଟିଏ ପରେ ଗୋଟିଏ ନାରୀ ନିର୍ଯାତନା ମାମଲା ସାମ୍ନାକୁ ଆସୁଛି। ଏହାକୁ ନେଇ ସମଗ୍ର ରାଜ୍ୟରେ ଉଦ୍‌ବେଗ ପ୍ରକାଶ ପାଇଛି।

Related story