ପ୍ରଚାର ଛାଡ଼ି ଚଳିବା ପାଇଁ ଲୋକଙ୍କୁ ସିଧାସଳଖ ଟଙ୍କା ଦିଅ: ନିରଞ୍ଜନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆତ୍ମନିର୍ଭର ଭାରତ’ ନାଁରେ ପ୍ରଚାର କରିବା ଛାଡ଼ି ଚଳିବା ନିମନ୍ତେ ଲୋକଙ୍କୁ ସିଧାସଳଖ ୫ରୁ ସାଢ଼େ ୭ହଜାର ଟଙ୍କା ଦେବାକୁ ପ୍ରଦେଶ କଂଗ୍ରେସ ଦାବି କରିଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ବୟାନ ଜାରି କରି କହିଛନ୍ତି ଯେ, ଆତ୍ମନିର୍ଭର ଭାରତ ପାଇଁ ସରକାର ପ୍ରତିଦିନ ପ୍ୟାକେଜ୍ ଘୋଷଣା କରୁଛନ୍ତି। ଏହା ଏକ ଋଣ ବିକ୍ରି ବିଜ୍ଞାପନ ପାଇଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତିଦନ କିଛି ପ୍ରଚାର କରିବା ହେଲା […]

niranjan-1--1

niranjan-1--1

Manoranjan Sial
  • Published: Friday, 15 May 2020
  • Updated: 15 May 2020, 08:46 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆତ୍ମନିର୍ଭର ଭାରତ’ ନାଁରେ ପ୍ରଚାର କରିବା ଛାଡ଼ି ଚଳିବା ନିମନ୍ତେ ଲୋକଙ୍କୁ ସିଧାସଳଖ ୫ରୁ ସାଢ଼େ ୭ହଜାର ଟଙ୍କା ଦେବାକୁ ପ୍ରଦେଶ କଂଗ୍ରେସ ଦାବି କରିଛି।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ଗଣମାଧ୍ୟମକୁ ବୟାନ ଜାରି କରି କହିଛନ୍ତି ଯେ, ଆତ୍ମନିର୍ଭର ଭାରତ ପାଇଁ ସରକାର ପ୍ରତିଦିନ ପ୍ୟାକେଜ୍ ଘୋଷଣା କରୁଛନ୍ତି। ଏହା ଏକ ଋଣ ବିକ୍ରି ବିଜ୍ଞାପନ ପାଇଁ କହିଲେ ଅତ୍ୟୁକ୍ତି ହେବ ନାହିଁ। ପ୍ରତିଦନ କିଛି ପ୍ରଚାର କରିବା ହେଲା ଏହାର ଆଭିମୁଖ୍ୟ। ଯେତିକି ପ୍ୟାକେଜ୍ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରୁଛନ୍ତି ସେଥିରୁ ୯୦ରୁ ୯୫% ଭାଗ ଋଣ ଓ ବାକି ସାହାଯ୍ୟ ଭଳି ମନେ ହେଉଛି। ସରକାର ନିଜେ କହୁଛନ୍ତି ୮କୋଟି ପ୍ରବାସୀ ଶ୍ରମିକ ଅଛନ୍ତି । ଏମାନଙ୍କ ବ୍ୟତୀତ ସହର ଓ ଗାଁ ଗହଳିରେ କିଛି ଲୋକ ବିନା ରାସନ୍ କାର୍ଡଧାରୀ ଅଛନ୍ତି। ଏହି ଲୋକମାନଙ୍କୁ ମୁଣ୍ଡପିଛା ୫କିଲୋ ଚାଉଳ ଓ ପରିବାର ପିଛିା ୧କିଲୋ ଡାଲି ୨ମାସ ଦେବାକୁ ନିଷ୍ପତ୍ତି କରିଛନ୍ତି। ଏଥିରେ ଗରିବ ଓ ସାଧାରଣ ଲୋକଙ୍କର ଦୁଃଖ ଲାଘବ ହୋଇଯିବକି? ୨ମାସ ହେଲା ସେମାନଙ୍କ ପାଖରେ ରୋଜଗାର ନାହିଁ, ଦୁଃଖଦୁର୍ଦ୍ଦଶାରେ ରାସ୍ତାରେ ପଡ଼ିଛନ୍ତି। ସରକାର ନିଜେ ଏସବୁ ପ୍ରତି ଯତ୍ନବାନ ହେବା ଉଚିତ୍। ଏନଡିଆରଏଫ ଆଇନରେ ୨୦୦୬ ମସିହାରୁ ଉଲ୍ଲେଖ ରହିଛି ଯେ, ଦୁର୍ବିପାକ ସମୟରେ ସବୁଲୋକଙ୍କୁ ସରକାର ମାଗଣା ସହାୟତା ଯୋଗାଇ ଦେବେ। ଯେଉଁଦିନଠୁ ଲକଡାଉନ୍ ହେଲା ସେବେଠୁ ସାହାଯ୍ୟ ଯୋଗାଇ ଦେବା ନ୍ୟାୟୋଚିତ ଥିଲା। ଏହା ସାଧାରଣ ଲୋକଙ୍କ ଅଧିକାର ମଧ୍ୟ। କିନ୍ତୁ ସରକାର ସେପରି କଲେନି ଓଲଟା ସାଧାରଣ ଲୋକଙ୍କୁ ଦୁଃଖଦୁର୍ଦ୍ଦଶା ଭିତରକୁ ଠେଲି ଦେଲେ।

କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କଲେ ଯେ ମଧ୍ୟବିତ୍ତ ପରିବାରଗୁଡ଼ିକ ୨ପ୍ରତିଶତ କମ୍ ସୁଧରେ ଘର ଋଣ କରିପାରିବେ। ଏବେ ମଧ୍ୟବିତ୍ତ ପରିବାର ପାଖରେ ଅର୍ଥ ନାହିଁ କି ଚାକିରି ବି ନାହିଁ, ସେମାନେ ଘର କରିବେ କିପରି। ତା’ଛଡ଼ା ଏହି ଆଇନ ମଧ୍ୟ ନୂଆ ନୁହେଁ। ରାସ୍ତାକଡ଼ ଦୋକାନୀ ଯେଉଁମାନେ ପନିପରିବା,ଚା’,ପାନ, ଦହିବରା ଓ ଗୁପଚୁପ୍ ଆଦି ବିକୁଛନ୍ତି ସେମାନଙ୍କ ପାଖରେ ଖାଇବାକୁ ଟଙ୍କା ନାହିଁ। ଋଣ କିପରି କରିବେ। ସରକାରଙ୍କର ସାହାଯ୍ୟ ମନୋବୃତ୍ତି ଥିଲେ ସିଧାସଳଖ ଲୋକଙ୍କୁ ୫ହଜାରରୁ ସାଢ଼େ ୭ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା କରନ୍ତୁ। ଏହି ଟଙ୍କାକୁ ସିଧାସଳଖ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରନ୍ତୁ। ତା’ହେଲେ ସେମାନେ ଚଳିବେ ଅବା ବ୍ୟବସାୟ କରିବେ।

ସରକାର ଆଉ ଲୋକଙ୍କୁ ଟୋପି ନପିନ୍ଧାଇ, ଲାଠି ନମାରି ସେମାନେ କିପରି ବଂଚିବେ ତା’ର ସୁଚିନ୍ତିତ ବ୍ୟବସ୍ଥା କରିବାକୁ ଶ୍ରୀ ପଟ୍ଟନାୟକ ଦାବି କରିଛନ୍ତି। ତା’ନହେଲେ ପରିସ୍ଥିତି ଆହୁରି ଭୟାନକ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story