ଜାଲ୍‌ ନୋଟ୍‌ ପାଇଁ ଛେଳି ବେପାରୀ ଛେଚା ଖାଇଲେ, ପରେ ଠକଙ୍କୁ ଧରାଇଦେଲେ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଛେଳି ବେପାର କରୁଥିଲେ। ସେଥିରୁ ଚଳୁଥିଲା ପୂରା ପରିବାର। ହେଲେ ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଧରାପଡ଼ି ଗାଁ ଲୋକଙ୍କଠାରୁ ବହେ ଛେଚା ଖାଇଲେ। ପରେ ଘଟଣା ସମ୍ପର୍କରେ ପୁଲିସକୁ କହିଥିଲେ। ଶେଷରେ ପୁଲିସ ଘଟଣା ଉପରୁ ପର୍ଦ୍ଦା ଉଠାଇଛି ଓ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ। ଏପରି ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି। ପୂରା ଘଟଣା ଏମିତି। ଧନୀରାମ ନାଏକ ହେଉଛନ୍ତି ଜଣେ ଛେଳି ବେପାରୀ। ରାଜେନ୍ଦ୍ର ଭୋଇଙ୍କୁ ଛେଳି ବିକି […]

goat-trader-helps-police-nab-fake-note

Manoranjan Sial
  • Published: Friday, 21 September 2018
  • , Updated: 21 September 2018, 02:45 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ଛେଳି ବେପାର କରୁଥିଲେ। ସେଥିରୁ ଚଳୁଥିଲା ପୂରା ପରିବାର। ହେଲେ ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଧରାପଡ଼ି ଗାଁ ଲୋକଙ୍କଠାରୁ ବହେ ଛେଚା ଖାଇଲେ। ପରେ ଘଟଣା ସମ୍ପର୍କରେ ପୁଲିସକୁ କହିଥିଲେ। ଶେଷରେ ପୁଲିସ ଘଟଣା ଉପରୁ ପର୍ଦ୍ଦା ଉଠାଇଛି ଓ ଗିରଫ ହୋଇଛନ୍ତି ଦୁଇ ଅଭିଯୁକ୍ତ। ଏପରି ଘଟଣା କଳାହାଣ୍ଡି ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ଧନୀରାମ ନାଏକ ହେଉଛନ୍ତି ଜଣେ ଛେଳି ବେପାରୀ। ରାଜେନ୍ଦ୍ର ଭୋଇଙ୍କୁ ଛେଳି ବିକି ୪୦ ହଜାର ଟଙ୍କା ପାଇଥିଲେ। ସେଥିରୁ ୫୦୦ ଟଙ୍କା ନେଇ କୋତମେର ଗାଁର ଏକ ତେଜରାତି ଦୋକାନରୁ ସଉଦା କିଣିବାକୁ ଯାଇଥିଲେ। ମାତ୍ର ଦୋକାନୀ ଜଣକ ଏହା ନକଲି ନୋଟ୍‌ ବୋଲି ଜାଣିପାରିଥିଲେ।

ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଏହା ପରେ ସେ ଗାଁକୁ ଫେରି ଛେଳି ବିକି ପାଇଥିବା ସମସ୍ତ ଜାଲ୍‌ନୋଟ୍‌କୁ ଜାଳି ଦେଇଥିଲେ। ପରେ ଘଟଣା ସମ୍ପର୍କରେ ଧର୍ମଗଡ଼ ପୁଲିସକୁ ଖବର ଦେଇଥିଲେ।

ପୁଲିସର ଯୋଜନା ମୁତାବକ ଧନୀରାମ ଛେଳି ବିକ୍ରିବା ପାଇଁ ପୁଣିଥରେ ରାଜେନ୍ଦ୍ରକୁ ଡାକିଥିଲେ। ତାଙ୍କଠାରୁ ଡାକରା ପାଇ ୧୭,୦୦୦ ଟଙ୍କା ଧରି ରାଜେନ୍ଦ୍ର ଆସିଥିଲା। ଏହି ସମୟରେ ଛଦ୍ମବେଶରେ ଥିବା ପୁଲିସ ରାଜେନ୍ଦ୍ର ଭୋଇକୁ ଗିରଫ କରିଥିଲା। ତା' ଘର କୁଟରୁ ଗ୍ରାମରେ। ପୁଲିସ ତା'ଠାରୁ ୧୭,୦୦୦ ଟଙ୍କାର ନକଲି ନୋଟ ଜବତ କରିଥିଲା। ତାଙ୍କ ବୟାନ୍‌ ଆଧାରରେ ପୁଲିସ ତାର ସହଯୋଗୀ କୁଳମଣି ନାଏକକୁ ଗିରଫ କରି କୋର୍ଟଚାଲାଣ କରିଛି।

Related story