ରାଜପଥରେ ଓଲଟି ପଡ଼ିଲା ଟ୍ରକ୍‌, ବୋହିନେଲେ ଛେଳି!

ଭଦ୍ରକ (ପାର୍ଥସାରଥୀ ନାୟକ): ଟ୍ରକ୍‌ରେ ଲୋଡ୍‌ ହୋଇ ଆସୁଥିଲେ ଛେଳି। ହେଲେ ଜାତୀୟ ରାଜପଥରେ ଓଲଟି ପଡ଼ିଲା ଟ୍ରକ୍‌। ସ୍ଥାନୀୟ ଲୋକେ ଟ୍ରକ୍‌ ତଳେ ଚାପି ହୋଇଥିବା ଡ୍ରାଇଭର ଓ ହେଲ୍‌ପରଙ୍କୁ ଉଦ୍ଧାର କରିଥିଲେ। ଆଉ କିଛି ଲୋକ ଟ୍ରକ୍‌ରେ ଥିବା ଛେଳିଙ୍କୁ ନେଇ ଯାଇଥିବା ଚର୍ଚ୍ଚା ହେଉଛି। ଏଇଥିପାଇଁ ଚର୍ଚ୍ଚା ହେଉଛି, ଟ୍ରକ୍‌ରେ ଥିବା ୩୦୦ ଛେଳି ଭିତରୁ ଶତାଧିକ ନିଖୋଜ ଅଛନ୍ତି। ତେଣୁ କୌଣସି ବ୍ୟକ୍ତି ଛେଳିମାନଙ୍କୁ ନେଇ ଯାଇଥିବା ଭଦ୍ରକରେ ଆଲୋଚନା ହେଉଛି। […]

Bhadrak

  • Published: Thursday, 22 September 2022
  • , Updated: 22 September 2022, 03:41 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): ଟ୍ରକ୍‌ରେ ଲୋଡ୍‌ ହୋଇ ଆସୁଥିଲେ ଛେଳି। ହେଲେ ଜାତୀୟ ରାଜପଥରେ ଓଲଟି ପଡ଼ିଲା ଟ୍ରକ୍‌। ସ୍ଥାନୀୟ ଲୋକେ ଟ୍ରକ୍‌ ତଳେ ଚାପି ହୋଇଥିବା ଡ୍ରାଇଭର ଓ ହେଲ୍‌ପରଙ୍କୁ ଉଦ୍ଧାର କରିଥିଲେ। ଆଉ କିଛି ଲୋକ ଟ୍ରକ୍‌ରେ ଥିବା ଛେଳିଙ୍କୁ ନେଇ ଯାଇଥିବା ଚର୍ଚ୍ଚା ହେଉଛି। ଏଇଥିପାଇଁ ଚର୍ଚ୍ଚା ହେଉଛି, ଟ୍ରକ୍‌ରେ ଥିବା ୩୦୦ ଛେଳି ଭିତରୁ ଶତାଧିକ ନିଖୋଜ ଅଛନ୍ତି। ତେଣୁ କୌଣସି ବ୍ୟକ୍ତି ଛେଳିମାନଙ୍କୁ ନେଇ ଯାଇଥିବା ଭଦ୍ରକରେ ଆଲୋଚନା ହେଉଛି।

ବାଲେଶ୍ୱର ପାର୍ଶ୍ୱରୁ ଆସିଥିଲା ଗୋଟିଏ ଛେଳି ବୋଝେଇ ଟ୍ରକ୍‌। ସେଥିରେ ଥିଲେ ୩୦୦ ଛେଳି। ଦୁର୍ଭାଗ୍ୟକୁ ଟ୍ରକ୍‌ରେ ଦେଖା ଦେଇଥିଲା ଯାନ୍ତ୍ରିକ ତ୍ରୁଟି। ଭଣ୍ଡାରିପୋଖରୀ ଥାନା ଦେଇ ଯାଇଥିବା ୧୬ ନମ୍ୱର ଜାତୀୟ ରାଜପଥର ଆସାମ ପେଟ୍ରୋଲ ପମ୍ପ ସମ୍ମୁଖରେ ଟ୍ରକ୍‌ଟି ଓଲଟି ପଡ଼ିଥିଲା। ଯାହାଫଳରେ ଡ୍ରାଇଭର, ହେଲପର ଓ ଅନ୍ୟ ୩ ଜଣ ଗାଡି ଭିତରେ ଚାପି ହୋଇଥିଲେ। ସ୍ଥାନୀୟ ଲୋକ ଓ ପୁଲିସ ସେମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ।

ଅନ୍ୟପକ୍ଷରେ ଟ୍ରକ୍‌ ଦୁର୍ଘଟଣାରେ ୫ଟି ଛେଳିଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଛେଳି ଆହତ ହୋଇଥିଲେ। ତେବେ ଟ୍ରକ୍‌ରେ ଥିବା ୩୦୦ ଛେଳିରୁ ୧୦୦ରୁ ଅଧିକ ନିଖୋଜ ଥିବା ଦେଖିବାକୁ ମିଳିଛି। ଟ୍ରକ୍‌ଟି ଓଲଟି ପଡ଼ିବା ପରେ ଅର୍ଥାତ ପୁଲିସ୍‌ ପହଞ୍ଚିବା ପୂର୍ବରୁ ଛେଳିମାନଙ୍କୁ କେହି ନେଇ ଯାଇଥିବା ଅନୁମାନ କରାଯାଉଛି। ତେବେ କିଏ ଛେଳି ନେଇଛି, ବର୍ତ୍ତମାନ ସୁଦ୍ଧା ଜଣାପଡ଼ିଛି। ଛେଳି ଯିଏ ନେଉନା କାହିଁକି, ରାତି ପାହିଲେ ଶୁକ୍ରବାର, ଭଲ ଭୋଜିଟିଏ ହେବ। ସେପଟେ ଭଣ୍ଡାରିପୋଖରୀ ଥାନା ପୁଲିସ୍‌ ଜାତୀୟ ରାଜପଥରୁ ଦୁର୍ଘଟଣା ଗ୍ରସ୍ତ ଟ୍ରକ୍‌ଟିକୁ ହଟାଇଛି।

Related story