ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ ହୋଇଛି। ଗତ ଦୁଇ ଦିନ ଭିତରେ ପ୍ରାୟ ୩୦ ଲକ୍ଷ ଟଙ୍କାର ଚୋରା ସୁନା ଜବତ କରିଛି କଷ୍ଟମ ବିଭାଗ। କୁଆଲା ଲୁମ୍ପୁରୁରୁ ଭୁବନେଶ୍ୱର ଆସୁଥିବା ଦୁଇ ଜଣ ଯାତ୍ରୀଙ୍କ ଉପରେ କଷ୍ଟମ ବିଭାଗ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ପରେ ସେମାନଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ବ୍ୟାଗରୁ ସୁନା ମିଳିଥିଲା। ଏକ ପ୍ଲାଷ୍ଟିକ କଣ୍ଟେନରରେ ପେଷ୍ଟ ଫର୍ମରେ ସୁନାକୁ ଆଣୁଥିରେ ଏହି ଦୁଇ ଯାତ୍ରୀ। ଉଭୟଙ୍କ […]

gold-seized-at-bhubaneswar-airport-yet-again

Manoranjan Sial
  • Published: Thursday, 11 July 2019
  • , Updated: 11 July 2019, 07:20 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ଏୟାରପୋର୍ଟରୁ ପୁଣି ସୁନା ଜବତ ହୋଇଛି। ଗତ ଦୁଇ ଦିନ ଭିତରେ ପ୍ରାୟ ୩୦ ଲକ୍ଷ ଟଙ୍କାର ଚୋରା ସୁନା ଜବତ କରିଛି କଷ୍ଟମ ବିଭାଗ।

କୁଆଲା ଲୁମ୍ପୁରୁରୁ ଭୁବନେଶ୍ୱର ଆସୁଥିବା ଦୁଇ ଜଣ ଯାତ୍ରୀଙ୍କ ଉପରେ କଷ୍ଟମ ବିଭାଗ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ପରେ ସେମାନଙ୍କୁ ଯାଞ୍ଚ କରିବାରୁ ସେମାନଙ୍କ ବ୍ୟାଗରୁ ସୁନା ମିଳିଥିଲା। ଏକ ପ୍ଲାଷ୍ଟିକ କଣ୍ଟେନରରେ ପେଷ୍ଟ ଫର୍ମରେ ସୁନାକୁ ଆଣୁଥିରେ ଏହି ଦୁଇ ଯାତ୍ରୀ। ଉଭୟଙ୍କ ଘର ଚେନ୍ନାଇ ବୋଲି ଜଣାପଡିଛି। ତେବେ ଏହି ସୁନା ସେମାନେ କାହାପାଇଁ ଆଣୁଥିଲେ, ତାହା ଜଣାପଡ଼ି ନାହିଁ।

ଗତକାଲି ବ୍ୟାଙ୍କକରୁ ଚୋରା ସୁନା ଆଣୁଥିବା ବେଳେ କଷ୍ଟମ ବିଭାଗ ଭୁବନେଶ୍ୱର ଏୟାରପୋର୍ଟରୁ ୫ ଲକ୍ଷରୁ ଅଧିକ ଟଙ୍କାର ସୁନା ଜବତ କରିଥିଲା।

Related story