ଡକାୟତଙ୍କ ସହ ସୁନା ଦୋକାନୀ ଗିରଫ

ବାଲେଶ୍ୱର: ବାଲେଶ୍ୱର ପୁଲିସ୍‌ ୫ ଜଣ ଡକାୟତ ଓ ୨ ସୁନା ଦୋକାନୀଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଲାପଟପ୍‌, ମୋବାଇଲ୍‌, ଘଣ୍ଟା ଏବଂ ନଗଦ ୩୬ ହଜାର ଟଙ୍କା ଜବତ କରାଯାଇଛି। ଗତ ୨୭ ତାରିଖ ଦିନ ସୁନହଟ ଅଞ୍ଚଳରେ ରହୁଥିବା ସଂଘମିତ୍ରା ବେହେରା ଓ ଅନ୍ୟ ଦୁଇ ଜଣଙ୍କ ଘରୁ ଚୋରି ହୋଇଥିଲ। ଏ ନେଇ ସେମାନେ ଥାନାରେ ମାମଲା ରୁଜୁ କରିଥିଲେ। ମାମଲା ଆଧାରରେ ପୁଲିସ […]

v-900

v-900

Puspanjali Panda
  • Published: Sunday, 01 September 2019
  • Updated: 01 September 2019, 05:49 PM IST

Sports

Latest News

ବାଲେଶ୍ୱର: ବାଲେଶ୍ୱର ପୁଲିସ୍‌ ୫ ଜଣ ଡକାୟତ ଓ ୨ ସୁନା ଦୋକାନୀଙ୍କୁ ଗିରଫ କରିଛି। ସେମାନଙ୍କ ପାଖରୁ ୧୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ଲାପଟପ୍‌, ମୋବାଇଲ୍‌, ଘଣ୍ଟା ଏବଂ ନଗଦ ୩୬ ହଜାର ଟଙ୍କା ଜବତ କରାଯାଇଛି।

ଗତ ୨୭ ତାରିଖ ଦିନ ସୁନହଟ ଅଞ୍ଚଳରେ ରହୁଥିବା ସଂଘମିତ୍ରା ବେହେରା ଓ ଅନ୍ୟ ଦୁଇ ଜଣଙ୍କ ଘରୁ ଚୋରି ହୋଇଥିଲ। ଏ ନେଇ ସେମାନେ ଥାନାରେ ମାମଲା ରୁଜୁ କରିଥିଲେ।

ମାମଲା ଆଧାରରେ ପୁଲିସ ବାଲେଶ୍ୱରର ବିଭିନ୍ନ ଥାନାରେ ଚଢ଼ଉ ଆରମ୍ଭ କରିଥିଲା। ଚଢ଼ଉ ପରେ ଏଥିରେ ସମ୍ପୃକ୍ତ ଥିବା ୫ ଡକାୟତଙ୍କୁ ଗିରଫ କରିଥିଲା।

ଏହି ଡକାୟତମାନେ ଅଳଙ୍କାର ବିକ୍ରି କରିଥିବା ଦୁଇ ସୁନା ଦୋକାନୀଙ୍କୁ ମଧ୍ୟ ପୁଲିସ ଗିରଫ କରିଛି। ତେବେ ଏହି ଡକାୟତି ଘଟଣାର ମାଷ୍ଟରମାଇଣ୍ଡ ରଞ୍ଜନ ସାହୁ ଫେରାର୍‌ ଅଛି ଥିବା ପୁଲିସ ସୂଚନା ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos