ଏମାର ମଠରୁ ମଙ୍ଗଳଗିରି ପ୍ରଭା ଗାଏବ, ଥାନାରେ ଏତଲା ନାହିଁ!

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଏମାର ମଠରୁ ଗାଏବ ହୋଇଯାଇଛି ମଙ୍ଗଳଗିରି ପ୍ରଭା। ଗତକାଲି ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଏହି ଘଟଣା ସାମ୍ନାକୁ ଆସିଛି। ରାମାନୁଜଙ୍କ ମୂର୍ତ୍ତି ଉପରେ ଥିବା ଏହି ମୂଲ୍ୟବାନ ପ୍ରଭା  ଦେଖିବାକୁ ମିଳିନଥିଲା। ତେବେ ସେ ପ୍ରଭା ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ। ଏହି ପ୍ରଭାକୁ  ନେଇ ଦେବୋତ୍ତର ବିଭାଗ ଅଧିକାରୀ କେଉଁଠି ରଖିଛନ୍ତି ନା ମଠ ଟ୍ରଷ୍ଟବୋର୍ଡ ନିକଟରେ ରହିଛି ତାହା ସ୍ପଷ୍ଟ ହୋଇନାହିଁ। ୨୦୧୧ ମସିହାରେ ମଠରୁ ୫୨୨ ଖଣ୍ଡ […]

EMAR_MATHA_

Tapaswini Nayak
  • Published: Friday, 06 May 2022
  • , Updated: 06 May 2022, 12:45 PM IST

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ଏମାର ମଠରୁ ଗାଏବ ହୋଇଯାଇଛି ମଙ୍ଗଳଗିରି ପ୍ରଭା। ଗତକାଲି ରାମାନୁଜାଚାର୍ଯ୍ୟଙ୍କ ଜୟନ୍ତୀରେ ଏହି ଘଟଣା ସାମ୍ନାକୁ ଆସିଛି। ରାମାନୁଜଙ୍କ ମୂର୍ତ୍ତି ଉପରେ ଥିବା ଏହି ମୂଲ୍ୟବାନ ପ୍ରଭା  ଦେଖିବାକୁ ମିଳିନଥିଲା। ତେବେ ସେ ପ୍ରଭା ସୁନା କି ପିତ୍ତଳ ତାହା ସ୍ପଷ୍ଟ ହୋଇନାହିଁ। ଏହି ପ୍ରଭାକୁ  ନେଇ ଦେବୋତ୍ତର ବିଭାଗ ଅଧିକାରୀ କେଉଁଠି ରଖିଛନ୍ତି ନା ମଠ ଟ୍ରଷ୍ଟବୋର୍ଡ ନିକଟରେ ରହିଛି ତାହା ସ୍ପଷ୍ଟ ହୋଇନାହିଁ।

୨୦୧୧ ମସିହାରେ ମଠରୁ ୫୨୨ ଖଣ୍ଡ ରୂପା ଇଟା ଉଦ୍ଧାର ପରେ ୨୦୧୨ରେ ଶେଷଥର ପାଇଁ ରାମାନୁଜଙ୍କ ମୂର୍ତ୍ତି ଶ୍ରୀମନ୍ଦିର ପରିକ୍ରମା କରିଥିଲା। ପରେ ଯେଉଁ ସ୍ଥାନରେ ମୂର୍ତ୍ତି ପୂଜା ପାଇଥାଏ ସେଠାରେ ପୂଜାର୍ଚ୍ଚନା କରାଯାଉଛି।

ତେବେ ପ୍ରଭା ମିଳୁନଥିବା ସମ୍ପର୍କରେ ବର୍ତ୍ତମାନ ଟ୍ରଷ୍ଟର ଅଧକ୍ଷ ନାରାୟଣ ରାମାନୁଜ ଦାସ ମହାରାଜ କହିଛନ୍ତି, ମୋତେ ଚାର୍ଜ ମିଳିବା ବେଳେ ପ୍ରଭାକୁ ହସ୍ତାନ୍ତର କରାଯାଇନାହିଁ। ପୂର୍ବତନ ମହନ୍ତଙ୍କୁ ପଚାରିଲା ସେ କହିପାରିବେ। ଏହି ପ୍ରଭାଟି ସୁନା ନଥିଲା। ଏହା ଦକ୍ଷିଣ ଭାରତର ଛଣା ପିତ୍ତଳ ଥିଲା।

ପ୍ରଭା ଗାଏବ ନେଇ ଥାନାରେ କୌଣସି ମାମଲା ହୋଇନାହିଁ।

 

Related story