ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ଶିଖିବ ପୁଲିସ୍‌

ଭୁବନେଶ୍ୱର  (ଓଡ଼ିଶା ରିପୋର୍ଟର ): ଏଣିକି ଥାନାକୁ ଗଲେ ଆପଣଙ୍କୁ କେହି ରୁକ୍ଷ ବ୍ୟବହାର କରିବେ ନାହିଁ। ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ପୁଲିସ୍‌ ବିଭାଗର କର୍ମଚାରୀ ଓ ଅଧିକାରୀ। ଅଭିଯୋଗକାରୀଙ୍କ ସହ ସେମାନଙ୍କ ବ୍ୟବହାର ବି ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏନେଇ ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ଦେଇଛନ୍ତି କଡ଼ା ନିର୍ଦ୍ଦେଶ। ପୁଲିସ୍‌ର ବ୍ୟବହାର ପରିମାର୍ଜିତ କରିବାକୁ ପ୍ରତି ଜିଲ୍ଲାରେ ଜଣେ କିମ୍ବା ଦୁଇ ଜଣ କର୍ମଚାରୀଙ୍କୁ ଏ ସମ୍ପର୍କିତ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଭିଡିଓ […]

bk-sharma-123

Niharika Rout
  • Published: Thursday, 29 August 2019
  • , Updated: 29 August 2019, 10:40 AM IST

ଭୁବନେଶ୍ୱର  (ଓଡ଼ିଶା ରିପୋର୍ଟର ): ଏଣିକି ଥାନାକୁ ଗଲେ ଆପଣଙ୍କୁ କେହି ରୁକ୍ଷ ବ୍ୟବହାର କରିବେ ନାହିଁ। ସାଧାରଣ ଲୋକଙ୍କ ସମସ୍ୟା ଶୁଣିବେ ପୁଲିସ୍‌ ବିଭାଗର କର୍ମଚାରୀ ଓ ଅଧିକାରୀ। ଅଭିଯୋଗକାରୀଙ୍କ ସହ ସେମାନଙ୍କ ବ୍ୟବହାର ବି ବନ୍ଧୁତ୍ୱପୂର୍ଣ୍ଣ ରହିବ। ଏନେଇ ପୁଲିସ୍‌ ଡିଜି ବିଜୟ କୁମାର ଶର୍ମା ଦେଇଛନ୍ତି କଡ଼ା ନିର୍ଦ୍ଦେଶ।

ପୁଲିସ୍‌ର ବ୍ୟବହାର ପରିମାର୍ଜିତ କରିବାକୁ ପ୍ରତି ଜିଲ୍ଲାରେ ଜଣେ କିମ୍ବା ଦୁଇ ଜଣ କର୍ମଚାରୀଙ୍କୁ ଏ ସମ୍ପର୍କିତ ପ୍ରଶିକ୍ଷଣ ମଧ୍ୟ ଦିଆଯିବ। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଏସ୍‌ପି , ଡିଆଇଜି ଓ ଆଇଜିଙ୍କୁ ଏହି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।

ସେହିପରି ପୁଲିସ୍‌ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ସୁଧାରିବାକୁ  ପ୍ରତି ଜିଲ୍ଲାରେ ପ୍ରତିଷ୍ଠା ହେବ କଲ୍ ସେଣ୍ଟର୍‌। ଏନେଇ ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋ ପ୍ରସ୍ତୁତ କରିବ ଡାସ୍  ବୋର୍ଡ। ଡାସ୍ ବୋର୍ଡରେ ଥାନାକୁ ଆସୁଥିବା ଅଭିଯୋଗକାରୀଙ୍କ ଫୋନ୍‌ ନମ୍ବର ରହିବ।

‘ମୋ ସରକାର’ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପୁଲିସ୍‌ର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେପ୍ଟେମ୍ବର ୩୦ତାରିଖ ସୁଦ୍ଧା ଏହାକୁ କାର୍ଯ୍ୟକାରୀ କରିବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି।

 

Related story