ଦୁର୍ଗମ ଇଲାକାରେ ଆଉ ଜଣେ ଯୋଦ୍ଧା; ଠିକ୍‌ ଦମନର କାହାଣୀ ପରି...

ନୂଆପଡ଼ା (ମାୟାଧର ସରାଫ): ‘ଦମନ’ ଚଳଚ୍ଚିତ୍ରରେ ଦେଖିଥିଲେ ଡାକ୍ତର ସିଦ୍ଧାର୍ଥଙ୍କୁ। ଯିଏ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗୀଙ୍କ ପାଇଁ ଅଣ୍ଟା ଭିଡୁଛନ୍ତି। ଆଉ ଶେଷରେ ମ୍ୟାଲେରିଆକୁ ଦୁର୍ଗମ ଅଞ୍ଚଳରୁ ହଟାଉଛନ୍ତି। ଠିକ୍‌ ସେମିତି ଇଏ ଆଉ ଜଣେ ‘ଦମନ’। ଯିଏ ଦୁର୍ଗମ ଅଞ୍ଚଳରେ ଘରକୁ ଘର ବୁଲି କରୁଛନ୍ତି ରୋଗୀ ସେବା। ଖାଲି ରୋଗୀ ଦେଖୁନାହାନ୍ତି, ମାଗଣାରେ ଔଷଧ ମଧ୍ୟ ବାଣ୍ଟୁଛନ୍ତି। ସେ ହେଉଛି ଡାକ୍ତର ବି. ମୋନାଲି ପ୍ରିୟଦର୍ଶିନୀ। ଯାଜପୁର ଜିଲ୍ଲା ପଣ୍ଡୁଆ ଗାଁର ବି. ମୋନାଲି […]

Doctor

  • Published: Monday, 12 December 2022
  • , Updated: 14 December 2022, 10:44 PM IST

ନୂଆପଡ଼ା (ମାୟାଧର ସରାଫ): ‘ଦମନ’ ଚଳଚ୍ଚିତ୍ରରେ ଦେଖିଥିଲେ ଡାକ୍ତର ସିଦ୍ଧାର୍ଥଙ୍କୁ। ଯିଏ ବିଚ୍ଛିନ୍ନାଞ୍ଚଳରେ ମ୍ୟାଲେରିଆ ରୋଗୀଙ୍କ ପାଇଁ ଅଣ୍ଟା ଭିଡୁଛନ୍ତି। ଆଉ ଶେଷରେ ମ୍ୟାଲେରିଆକୁ ଦୁର୍ଗମ ଅଞ୍ଚଳରୁ ହଟାଉଛନ୍ତି। ଠିକ୍‌ ସେମିତି ଇଏ ଆଉ ଜଣେ ‘ଦମନ’। ଯିଏ ଦୁର୍ଗମ ଅଞ୍ଚଳରେ ଘରକୁ ଘର ବୁଲି କରୁଛନ୍ତି ରୋଗୀ ସେବା। ଖାଲି ରୋଗୀ ଦେଖୁନାହାନ୍ତି, ମାଗଣାରେ ଔଷଧ ମଧ୍ୟ ବାଣ୍ଟୁଛନ୍ତି। ସେ ହେଉଛି ଡାକ୍ତର ବି. ମୋନାଲି ପ୍ରିୟଦର୍ଶିନୀ।

ଯାଜପୁର ଜିଲ୍ଲା ପଣ୍ଡୁଆ ଗାଁର ବି. ମୋନାଲି ପ୍ରିୟଦର୍ଶିନୀ। ଶରତ କୁମାର ବେହେରା ଓ ବୀଣାପାଣିଙ୍କ ଝିଅ ମୋନାଲି ଥିଲେ ଜଣେ ମେଧାବୀ। ବାରବାଟୀ ପ୍ରାଥମିକ ବିଦ୍ୟାଳୟରୁ ସେ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ। ପରେ ଜାରକା ହାଇସ୍କୁଲ, ଧର୍ମଶାଳା ମହାବିଦ୍ୟାଳୟ ଦେଇ ପହଞ୍ଚିଥିଲେ ଭୁବନେଶ୍ୱରରେ। ଏଠାରେ ଆଇଏମ୍‌ଏସ୍‌ ହସ୍ପିଟାଲ୍‌ ଆଣ୍ଡ ମେଡ଼ିକାଲ୍‌ କଲେଜରୁ ଏମ୍‌ବିବିଏସ୍‌ ପାସ୍‌ କରିଥିଲେ।

୨୦୨୦ ମସିହାରେ ମୋନାଲି ସିନାପାଲି ମେଡ଼ିକାଲ୍‌ରେ ଯୋଗଦେଇ ଥିଲେ। ପଶ୍ଚିମ ଓଡ଼ିଶାର ଦୁର୍ଗମ ଅଞ୍ଚଳ ବିଷୟରେ ଜ୍ଞାନ ନଥିବା ମୋନାଲିଙ୍କୁ ପ୍ରଥମେ ପ୍ରଥମେ ବହୁ ଏକାକୀ ଲାଗୁଥିଲା। ଠିକ୍‌ ଯେମିତି ଦମନ୍‌ ଚଳଚ୍ଚିତ୍ରର ନାୟକ ଡାକ୍ତର ସିଦ୍ଧାର୍ଥଙ୍କ ପରି। ଧୀରେ ଧୀରେ ସେ ସମୟ ଓ ପରିସ୍ଥିତି ସହିତ ଖାପ୍‌ ଖୁଆଇ ନେଲେ। ଅନ୍ୟ ଡାକ୍ତରଙ୍କ ପରି ଡାକ୍ତର ବି. ମୋନାଲି ପ୍ରିୟଦର୍ଶିନୀ ରୋଗୀ ସେବାରେ ନିଜକୁ ସମର୍ପଣ କଲେ।

ମେଡ଼ିକାଲ୍‌ରେ ରୋଗୀ ସେବା କରିବା ପରି ହାତରେ ଷ୍ଟେଥୋ ଧରି ନିଜ କ୍ୱାର୍ଟର୍ସରୁ ବାହାରି ଆସୁଥିଲେ ଡାକ୍ତର ବି. ମୋନାଲି ପ୍ରିୟଦର୍ଶିନୀ। ଆଉ ଚାଲି ଯାଉଥିଲେ ଉପାନ୍ତ ଅଞ୍ଚଳକୁ। ଏ ଗାଁରୁ ସେ ଗାଁକୁ ଘୂରି ବୁଲୁଛନ୍ତି। ଘରକୁ ଘର ବୁଲି କରୁଛନ୍ତି ରୋଗୀ ସେବା। ରୋଗୀଙ୍କୁ ମାଗଣାରେ ଔଷଧ ମଧ୍ୟ ବାଣ୍ଟୁଛନ୍ତି। ଦିନ ଥିଲା ଯେଉଁଠି କୌଣସି ଡାକ୍ତର ଯିବାକୁ କେବେ ସାହସ କରିପାରିନଥିଲେ, ସେଠାକୁ ଯାଉଛନ୍ତି ଡାକ୍ତର ବି. ମୋନାଲି ପ୍ରିୟଦର୍ଶିନୀ।

ଡାକ୍ତର ବି. ମୋନାଲି ପ୍ରିୟଦର୍ଶିନୀଙ୍କ କହିବା ଅନୁସାରେ ସିନାପାଲି ବ୍ଲକର ଉପାନ୍ତ ଅଞ୍ଚଳରେ ବହୁ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି। ସେମାନେ ହସ୍ପିଟାଲରେ ପହଞ୍ଚି ପରୁନାହାନ୍ତି। ତେଣୁ ସେମାନଙ୍କୁ ସେବା ଯୋଗାଇ ଦେବା ଲକ୍ଷ୍ୟରେ ମୁଁ ସେମାନଙ୍କ ପାଖକୁ ଯାଉଛି ବୋଲି ସେ କହିଛନ୍ତି।

https://www.youtube.com/watch?v=g_zWF5mZ2xo

Related story