ଗୁଗଲ ସାଇନ୍ସ ଫେୟାରରେ ଓଡ଼ିଆ ଝିଅଙ୍କ କମାଲ

ଭୁବନେଶ୍ୱର: ଗୁଗଲ ସାଇନ୍ସ ଫେୟାରରେ ଓଡ଼ିଆ ଝିଅଙ୍କ କମାଲ। ମଙ୍ଗଳବାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ଗୁଗଲ ସାଇନ୍ସ ଫେୟାର ଫ।ଇନାଲରେ ଭାଗ ନେଇ କମ୍ୟୁନିଟି ଇମ୍ପାକ୍ଟ ଆୱାର୍ଡ ଜିତିଛନ୍ତି କୋରାପୁଟ ଜିଲ୍ଲା ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଶ୍ରୀସାଇ ଲଳିତା ଶ୍ରୀପଦ। ପୁରସ୍କାର ବାବଦରେ ଲଳିତାଙ୍କୁ ମିଳିଛି ୧୦ହଜାର ୟୁଏସ୍ ଡଲାର। ଏଥିସହ ତାଙ୍କ ପ୍ରୋଜେକ୍ଟକୁ ଆଗେଇ ନେବାକୁ ଲଳିତାଙ୍କୁ ଆଗାମୀ ଏକବର୍ଷ ପାଇଁ ସହୟତା ମିଳିଛି। ଦେଶ ପାଇଁ ଗୌରବ ଆଣିଥିବା ଲଳିତାଙ୍କ […]

odisha

Rakesh Mallick
  • Published: Wednesday, 23 September 2015
  • , Updated: 23 September 2015, 03:59 AM IST

ଭୁବନେଶ୍ୱର: ଗୁଗଲ ସାଇନ୍ସ ଫେୟାରରେ ଓଡ଼ିଆ ଝିଅଙ୍କ କମାଲ। ମଙ୍ଗଳବାର କାଲିଫର୍ଣ୍ଣିଆରେ ଅନୁଷ୍ଠିତ ଗୁଗଲ ସାଇନ୍ସ ଫେୟାର ଫ।ଇନାଲରେ ଭାଗ ନେଇ କମ୍ୟୁନିଟି ଇମ୍ପାକ୍ଟ ଆୱାର୍ଡ ଜିତିଛନ୍ତି କୋରାପୁଟ ଜିଲ୍ଲା ଦାମନଯୋଡ଼ି ଦିଲ୍ଲୀ ପବ୍ଲିକ ସ୍କୁଲର ନବମ ଶ୍ରେଣୀ ଛାତ୍ରୀ ଶ୍ରୀସାଇ ଲଳିତା ଶ୍ରୀପଦ। ପୁରସ୍କାର ବାବଦରେ ଲଳିତାଙ୍କୁ ମିଳିଛି ୧୦ହଜାର ୟୁଏସ୍ ଡଲାର। ଏଥିସହ ତାଙ୍କ ପ୍ରୋଜେକ୍ଟକୁ ଆଗେଇ ନେବାକୁ ଲଳିତାଙ୍କୁ ଆଗାମୀ ଏକବର୍ଷ ପାଇଁ ସହୟତା ମିଳିଛି। ଦେଶ ପାଇଁ ଗୌରବ ଆଣିଥିବା ଲଳିତାଙ୍କ ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହା ଏକ ଐତିହାସିକ ସଫଳତା ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଓଡ଼ିଆ ପିଲାମାନଙ୍କ ଦୃଢ ଆତ୍ମବିଶ୍ୱାସର ଏକ ଝଲକ ବୋଲି କହିଛନ୍ତି। ଗୁଗଲ୍ ଆନ୍ତର୍ଜାତିକ ମେଳାରେ ୮ଜଣ ବିଜେତାଙ୍କ ମଧ୍ୟରେ ଲଳିତା ଏକମାତ୍ର ଭାରତୀୟ। ସେପଟେ ଲଳିତାଙ୍କ ସଫଳତାରେ ତାଙ୍କ ସ୍କୁଲର ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ମଧ୍ୟ ଖୁସିର ଲହାର ଖେଳିଯାଇଛି ।

Related story