ଗୋପବନ୍ଧୁ ଦାଶ ହେଲେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ବରିଷ୍ଠ ଓଏଏସ୍ ଅଫିସର ଗୋପବନ୍ଧୁ ଦାଶଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ନିଯୁକ୍ତି ମିଳିଛି। ସେ ସ୍ୱତନ୍ତ୍ର ସଚିବ ପାହ୍ୟାର ସମସ୍ତ ସୁବିଧାସୁଯୋଗ ପାଇବେ। ଶ୍ରୀ ଦାଶ ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଭାବେ କାର୍ଯ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ଦାଶ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଓ ତାଙ୍କୁ ମାର୍ଚ୍ଚ ୧୧ ତାରିଖରେ ବିଜେଡି ସୁପ୍ରିମୋ […]

Gopabandhu-Dash-appointed-OSD-to-chief-minister

Manoranjan Sial
  • Published: Wednesday, 10 July 2019
  • , Updated: 10 July 2019, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅବସରପ୍ରାପ୍ତ ବରିଷ୍ଠ ଓଏଏସ୍ ଅଫିସର ଗୋପବନ୍ଧୁ ଦାଶଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସର ଅନ୍ ସ୍ପେଶାଲ ଡ୍ୟୁଟି(ଓଏସଡି) ଭାବେ ନିଯୁକ୍ତି ମିଳିଛି। ସେ ସ୍ୱତନ୍ତ୍ର ସଚିବ ପାହ୍ୟାର ସମସ୍ତ ସୁବିଧାସୁଯୋଗ ପାଇବେ। ଶ୍ରୀ ଦାଶ ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀ ଦାଶ ସରକାରୀ ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇଥିଲେ ଓ ତାଙ୍କୁ ମାର୍ଚ୍ଚ ୧୧ ତାରିଖରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ରାଜନୀତିକ ସଚିବ ଭାବେ ନିଯୁକ୍ତି ମିଳିଥିଲା। ନିର୍ବାଚନ ସରିବା ପରେ ଏବେ ଶ୍ରୀ ଦାଶଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ କାର୍ଯ୍ୟ କରିବାକୁ କୁହାଯାଇଛିି। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ଦାଶ ଏବେ ବିଜେଡିର ସାଂଗଠନିକ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଜଣାପଡ଼ିଛି।

Related story