ଗୋପାଳପୁରକୁ ସ୍ଥାନାନ୍ତର ହେବ ବାଦାମବାଡି ବସଷ୍ଟାଣ୍ଡ

କଟକ: ବାଦାମବାଡି ବସଷ୍ଟାଣ୍ଡ କାଠଯୋଡି ନିକଟସ୍ଥ ଗୋପାଳପୁରକୁ ସ୍ଥାନାନ୍ତର ହେବ। ଏଥିପାଇଁ ଗୋପାଳପୁର ମୌଜାରେ ୪୨ ଏକର ୬୪୦ ଡିସମିଲ ଜମି ଅଧିଗ୍ରହଣ କରାଯାଇଛି। ଖାତା ନମ୍ୱର ୧୦୪୬ ଓ ପ୍ଲଟ୍ ନମ୍ୱର ୮୭୨ରେ ରହିଛି ଏହି ଜାଗା। ଗତ ସୋମବାର ଏହି ଜମିକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରିଛନ୍ତି କଟକ ସଦର ତହସିଲଦାର। ଆଜି ଆରଆଇ ଓ ଅମିନ ଜମି ପରିଦର୍ଶନ କରିଛନ୍ତି। ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସଷ୍ଟାଣ୍ଡ ଭାବେ ଏହାର […]

cuttack-bus stand

Rakesh Mallick
  • Published: Wednesday, 09 December 2015
  • , Updated: 09 December 2015, 02:05 PM IST

କଟକ: ବାଦାମବାଡି ବସଷ୍ଟାଣ୍ଡ କାଠଯୋଡି ନିକଟସ୍ଥ ଗୋପାଳପୁରକୁ ସ୍ଥାନାନ୍ତର ହେବ। ଏଥିପାଇଁ ଗୋପାଳପୁର ମୌଜାରେ ୪୨ ଏକର ୬୪୦ ଡିସମିଲ ଜମି ଅଧିଗ୍ରହଣ କରାଯାଇଛି। ଖାତା ନମ୍ୱର ୧୦୪୬ ଓ ପ୍ଲଟ୍ ନମ୍ୱର ୮୭୨ରେ ରହିଛି ଏହି ଜାଗା।

ଗତ ସୋମବାର ଏହି ଜମିକୁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗକୁ ହସ୍ତାନ୍ତର କରିଛନ୍ତି କଟକ ସଦର ତହସିଲଦାର। ଆଜି ଆରଆଇ ଓ ଅମିନ ଜମି ପରିଦର୍ଶନ କରିଛନ୍ତି।

ରାଜ୍ୟର ପ୍ରଥମ ଅତ୍ୟାଧୁନିକ ବସଷ୍ଟାଣ୍ଡ ଭାବେ ଏହାର ନିର୍ମାଣ କରିବା ପାଇଁ ଯୋଜନା ହୋଇଛି।

ବସଷ୍ଟାଣ୍ଡରେ ୱେଟିଙ୍ଗ୍ ହଲ୍, ଫୁଡକୋର୍ଟ, ଟଏଲେଟ, ମାର୍କେଟ କଂପ୍ଲେକ୍ସ, ପାର୍କିଂ ଏରିଆ ରହିବ। ଭିନ୍ନକ୍ଷମ ଓ ମହିଳା ଯାତ୍ରୀଙ୍କ ପାଇଁ ରହିବ ସ୍ୱତନ୍ତ୍ର ସୁବିଧା। ଏଥିସହ ୨୪ ଘଣ୍ଟିଆ ସୁରକ୍ଷା କର୍ମୀ ନିୟୋଜିତ ହେବା ସହିତ ସମଗ୍ର ବସଷ୍ଟାଣ୍ଡ ଉପରେ ନଜର ରଖିବ ସିସିଟିଭି କ୍ୟାମେରା।

Related story