- Videos
- Odisha
- ରାଜ୍ୟ ଶିକ୍ଷା ସହାୟକ ସଂଘର ଆନ୍ଦୋଳନ ସ୍ଥଗିତ, ୭ ଦାବିରୁ ୪ଟି ମାନି ନେଲେ ସରକାର
ରାଜ୍ୟ ଶିକ୍ଷା ସହାୟକ ସଂଘର ଆନ୍ଦୋଳନ ସ୍ଥଗିତ, ୭ ଦାବିରୁ ୪ଟି ମାନି ନେଲେ ସରକାର
- Published: Thursday, 15 March 2018
- , Updated: 15 March 2018, 02:25 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଶିକ୍ଷା ସହାୟକଙ୍କ ଆନ୍ଦୋଳନ ଗୋଟିଏ ମାସ ପର୍ଯ୍ୟନ୍ତ ଆନ୍ଦୋଳନ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଶିକ୍ଷା ସହାୟକ ସଂଘ। ଏ ନେଇ ସୂଚନା ଦେଇଛନ୍ତି ଶିକ୍ଷା ସହାୟକ ସଂଘ ସଭାପତି ମଳୟ ଜେନା ଓ ଉପଦେଷ୍ଟା ସୁନିଲ ପ୍ରଧାନ।</p>
<p>ଶିକ୍ଷାସହାୟକଙ୍କ ବିଭିନ୍ନ ଦାବି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଏହି ସୂଚନା ଦିଆଯାଇଛି।</p>
<p>ଶିକ୍ଷା ସହାୟକଙ୍କ ୭ଟି ଦାବିରୁ ସରକାର ୪ଟି ଦାବି ମାନି ନେଇଛନ୍ତି। ଏହି ସବୁ ଦାବି ମଧ୍ୟରେ ରହିଛି, ଜାନୁଆରୀ ପହିଲା ୨୦୧୮ ସୁଦ୍ଧା ୬ ବର୍ଷ ପୂରଣ କରିଥିବା ଶିକ୍ଷକ ନିୟମିତ ହେବେ। ୨୪ ହଜାରରୁ ଅଧିକ ଶିକ୍ଷା ସହାୟକ ନିୟମିତ ହେବେ। ୭ମ ବେତନ କମିଶନ ଅନୁସାରେ ୨୫% ଦରମା ବୃଦ୍ଧି ପ୍ରତିଶ୍ରୁତି ସହ ମିଳିତ ଦେୟର ରାଜ୍ୟ ୪୦% ଦରମା ବୃଦ୍ଧି ପ୍ରତିଶ୍ରୁତି ଦେଇଛନ୍ତି ସରକାର। କେନ୍ଦ୍ର ସରକାରଙ୍କୁ ଏନେଇ ଚିଠି ମଧ୍ୟ ଲେଖିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ମଧ୍ୟ ୬୦% ଦରମା ବୃଦ୍ଧି କରିବା ନେଇ ଅଶାବାଦୀ ଅଛନ୍ତି ଶିକ୍ଷା ସହାୟକ।</p>