ଖଣି ଲିଜ୍ ନେବେ ସରକାରୀ ସଂସ୍ଥା, ଖାଇବେ ନେତା-ଅଫିସର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷମତାସୀନ ବିଜେଡି ସରକାରରେ ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଏବେ ନେତା ଓ ଅଫିସରମାନେ ଖୁଲମଖୁଲା ଖଣି ଲୁଟିବେ। ରାଜ୍ୟର ପ୍ରମୁଖ ଖଣିଗୁଡ଼ିକର ଲିଜ୍ ଅଧିକାର ସରକାରୀ ସଂସ୍ଥା ନାଁରେ ରହିବ ଓ ତାହା ପରବର୍ତ୍ତୀ ସମୟରେ ପ୍ରଭାବଶାଳୀ ନେତା ଓ ଅଫିସରଙ୍କ ସମ୍ପର୍କୀୟମାନଙ୍କୁ ସବଲିଜରେ ପ୍ରଦାନ କରାଯାଇ ରାଜ୍ୟର ମୂଲ୍ୟବାନ ଖଣିଜ ସମ୍ପଦକୁ ଲୁଟିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ଅକ୍ଟୋବର ୩୧ତାରିଖରେ ବିଭିନ୍ନ […]

mines-2-1

Manoranjan Sial
  • Published: Tuesday, 05 November 2019
  • , Updated: 05 November 2019, 10:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ଷମତାସୀନ ବିଜେଡି ସରକାରରେ ସାଧାରଣ ଲୋକଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ଏବେ ନେତା ଓ ଅଫିସରମାନେ ଖୁଲମଖୁଲା ଖଣି ଲୁଟିବେ। ରାଜ୍ୟର ପ୍ରମୁଖ ଖଣିଗୁଡ଼ିକର ଲିଜ୍ ଅଧିକାର ସରକାରୀ ସଂସ୍ଥା ନାଁରେ ରହିବ ଓ ତାହା ପରବର୍ତ୍ତୀ ସମୟରେ ପ୍ରଭାବଶାଳୀ ନେତା ଓ ଅଫିସରଙ୍କ ସମ୍ପର୍କୀୟମାନଙ୍କୁ ସବଲିଜରେ ପ୍ରଦାନ କରାଯାଇ ରାଜ୍ୟର ମୂଲ୍ୟବାନ ଖଣିଜ ସମ୍ପଦକୁ ଲୁଟିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟ ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ଅକ୍ଟୋବର ୩୧ତାରିଖରେ ବିଭିନ୍ନ ବିଭାଗର ସଚିବଙ୍କ ନିକଟକୁ ଲେଖାଯାଇଥିବା ଚିଠି ‘ସରକାରୀ ସଂସ୍ଥା ନାଁରେ ଖଣି ଲିଜ୍ ’ ହିଁ ଏଭଳି କିଛି ଦିଗକୁ ଇଙ୍ଗିତ କରୁଥିବା ସାଧାରଣରେ ଚର୍ଚ୍ଚା।

ମିଳିଥିବା ସୂଚନା ଅନୁସାରେ, ‘ଦୁର୍ନୀତିକୁ ନୀତି’ କରି ରାଜ୍ୟର ଖଣିଜ ସମ୍ପଦକୁ ଲୁଟିବା ପାଇଁ ରାଜ୍ୟ ସରକାର ଏବେ ‘ଓଡ଼ିଶା ମାଇନର ମିନେରାଲ କନ୍ସସେସନ୍ ରୁଲସ-୨୦୧୬’ର ରୁଲ୍ -୩୯କୁ ନିଜର ବ୍ରହ୍ମାସ୍ତ୍ର କରିଛନ୍ତି। ରାଜ୍ୟ ଖଣି ବିଭାଗର ଅତିରିକ୍ତ ସଚିବ ବିକେ ଦେହୁରୀ ଗତ ଅକ୍ଟୋବର ୩୧ତାରିଖରେ ଜଳସମ୍ପଦ, ଗ୍ରାମ୍ୟ ଉନ୍ନୟନ, ନଗର ଉନ୍ନୟନ, ପଞ୍ଚାୟତିରାଜ ଓ ପୂର୍ତ୍ତ ବିଭାଗର ସଚିବମାନଙ୍କୁ ଚିଠି ଲେଖି ସେମାନଙ୍କ ଅଧୀନରେ ଥିବା ସରକାରୀ ସଂସ୍ଥାଗୁଡ଼ିକ ନାଁରେ ଯେକୌଣସି ନିର୍ଦ୍ଦିଷ୍ଟ ଖଣି ଲିଜ୍ ନେବା ପାଇଁ ଆବେଦନ କରିବାକୁ ପରାମର୍ଶ ଦେଇଛନ୍ତି। ଓଡ଼ିଶା ମାଇନର ମିନେରାଲ କନ୍ସସେସନ୍ ରୁଲସ(ଓଏମଏମସି) ରୁଲସ-୨୦୧୬ର ରୁଲ୍ - ୩୯ରେ ସରକାରୀ ସଂସ୍ଥା ପାଇଁ ସ୍ୱତନ୍ତ୍ର ପ୍ରାବଧାନ ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଯେକୌଣସି କମ୍ପାନୀ, ଉଦ୍ୟୋଗ, ନିଗମ, ପ୍ରାଧିକରଣ ବା ସଂସ୍ଥା ଏହି ଖଣି ଲିଜ୍ ପାଇଁ ଆବେଦନ କରିପାରିବ। କୌଣସି ନିର୍ଦ୍ଦିଷ୍ଟ ଖଣି ପାଇଁ ଲିଜ୍ ଆବେଦନ କରୁଥିବା ସରକାରୀ ସଂସ୍ଥାକୁ ଓଏମଏମସି ରୁଲସ-୨୦୧୬ର ରୁଲ୍-୩୯ ପ୍ରାବଧାନ ଅନୁସାରେ ସର୍ବାଧିକ ୩୦ବର୍ଷ ପାଇଁ ପ୍ରସ୍ପେକ୍ଟିଂ ଲାଇସେନ୍ସ ଓ ଖଣି ଲିଜ୍ ଦିଆଯିବ। ଆବେଦନକାରୀ ସଂସ୍ଥା ପାଇଁ ଖଣି ମଧ୍ୟ ରିଜର୍ଭ ରଖାଯିବ। ଏହି ଖଣିଗୁଡ଼ିକର ନବୀକରଣ ମଧ୍ୟ ୨୦ବର୍ଷରେ ଥରେ କରାଯାଇପାରିବ। ଏହି ରୁଲ୍ ଆଧାରରେ ଯେଉଁ ସରକାରୀ ସଂସ୍ଥାକୁ ଲିଜ୍ ମଞ୍ଜୁର କରାଯିବ ସମ୍ପୃକ୍ତ ସଂସ୍ଥାକୁ ସମସ୍ତ ଦେୟ ପୈଠ କରିବାକୁ ପଡ଼ିବ। ଏହାସହିତ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ଧାର୍ଯ୍ୟ ହେଉଥିବା ଅତିରିକ୍ତ ଫି’ ମଧ୍ୟ ଦେବାକୁ ପଡ଼ିବ ବୋଲି ଖଣି ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ ଉଲ୍ଲେଖ ରହିଛି।

ତେବେ ପ୍ରଶ୍ନ ଉଠୁଛି, ଲଘୁ ଖଣିଜ କନସେସସନ ରୁଲସ-୨୦୧୬ ଆଧାରରେ ଖଣିଗୁଡ଼ିକର ପ୍ରତିଯୋଗିତାମୂଳକ ନିଲାମ ନକରି ସରକାରୀ ସଂସ୍ଥାଗୁଡ଼ିକ ପାଇଁ ଏହାକୁ ସଂରକ୍ଷିତ ରଖିବା ନିମନ୍ତେ ସରକାର ଏତେ ବ୍ୟାକୁଳ କାହିଁକି ହେଉଛନ୍ତି। କାହା ସ୍ୱାର୍ଥରେ ସରକାରୀ ସଂସ୍ଥାଗୁଡ଼ିକୁ(ଯେଉଁମାନେ କି ଖଣିଜ କାରବାର ସହ ଜଡ଼ିତ ନାହାନ୍ତି) ଖଣି ଲିଜ୍ ଦେବାକୁ ସରକାର ଚାହୁଁଛନ୍ତି। ଦଳୀୟ ନେତା ଓ କିଛି ଅଫିସରମାନେ ଯେଭଳି ସେମାନଙ୍କ ସମ୍ପର୍କୀୟଙ୍କୁ ସେସବୁ ଖଣିର ସବଲିଜ୍ ଦେଇପାରିବେ ସେଥିପାଇଁ ଏବେଠୁ ଗଳାବାଟ ବାହାର କରାଯାଇଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Related story