୮ ଲକ୍ଷ ଦିବ୍ୟାଙ୍ଗଙ୍କୁ ସରକାର ଦେବେ ଡିଜିଟାଲ ଆଇକାର୍ଡ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥିବା ପ୍ରାୟ ୮ଲକ୍ଷ ଦିବ୍ୟାଙ୍ଗଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ଡିଜିଟାଲ ଆଇକାର୍ଡ(ପରିଚୟ ପତ୍ର) ପ୍ରଦାନ କରିବେ। ଏହି ଆଇକାର୍ଡ ମାଧ୍ୟମରେ ଦିବ୍ୟାଙ୍ଗମାନେ ରାଜ୍ୟ ସରକାରଙ୍କ ସମସ୍ତ ନିଜସ୍ୱ ଯୋଜନା ଓ ସେବାର ସୁବିଧା ପାଇପାରିବ। ତେବେ ଶିକ୍ଷାନୁଷ୍ଠାନରେ ନାମଲେଖା, ଚାକିରି ଓ କେନ୍ଦ୍ରୀୟ ଯୋଜନା କ୍ଷେତ୍ରରେ ଏହି କାର୍ଡ ଲାଗୁ ହେବ ନାହିଁ। ଏହି କାର୍ଡ ବଣ୍ଟନ ପ୍ରକ୍ରିୟା ଦ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବା ପାଇଁ ଆଜି ରାଜ୍ୟ ସରକାର […]

government-will-provide-digital-card-to-disabled

Manoranjan Sial
  • Published: Monday, 04 November 2019
  • , Updated: 04 November 2019, 07:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥିବା ପ୍ରାୟ ୮ଲକ୍ଷ ଦିବ୍ୟାଙ୍ଗଙ୍କୁ ରାଜ୍ୟ ସରକାର ସ୍ୱତନ୍ତ୍ର ଡିଜିଟାଲ ଆଇକାର୍ଡ(ପରିଚୟ ପତ୍ର) ପ୍ରଦାନ କରିବେ। ଏହି ଆଇକାର୍ଡ ମାଧ୍ୟମରେ ଦିବ୍ୟାଙ୍ଗମାନେ ରାଜ୍ୟ ସରକାରଙ୍କ ସମସ୍ତ ନିଜସ୍ୱ ଯୋଜନା ଓ ସେବାର ସୁବିଧା ପାଇପାରିବ। ତେବେ ଶିକ୍ଷାନୁଷ୍ଠାନରେ ନାମଲେଖା, ଚାକିରି ଓ କେନ୍ଦ୍ରୀୟ ଯୋଜନା କ୍ଷେତ୍ରରେ ଏହି କାର୍ଡ ଲାଗୁ ହେବ ନାହିଁ। ଏହି କାର୍ଡ ବଣ୍ଟନ ପ୍ରକ୍ରିୟା ଦ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ପଦକ୍ଷେପ ନେବା ପାଇଁ ଆଜି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବ ଭାସ୍କରଜ୍ୟୋତି ଶର୍ମା ଆଜି ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଦିବ୍ୟାଙ୍ଗମାନଙ୍କୁ ଏହି କାର୍ଡ ବଣ୍ଟନ ସମ୍ପର୍କରେ ସୂଚିତ କରି ଆବଶ୍ୟକ ଗାଇଡଲାଇନ ପାଳନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବେ ପ୍ରାୟ ୮ଲକ୍ଷ ଲୋକଙ୍କୁ ଭିନ୍ନକ୍ଷମ ସାର୍ଟିଫିକେଟ୍ ପ୍ରଦାନ କରିଛି। ସେହି ଦିବ୍ୟାଙ୍ଗମାନଙ୍କୁ ପ୍ରାଥମିକ ପର୍ଯ୍ୟାୟରେ ଆଇକାର୍ଡ ପ୍ରଦାନ କରାଯିବ। ଏହି କାର୍ଡଗୁଡ଼ିକ ଗୋଟିଏ ସ୍ଥାନରେ ପ୍ରିଣ୍ଟ୍ ହୋଇ ଜିଲ୍ଲାଗୁଡ଼ିକୁ ପଠାଯିବ। ଏହାସହିତ ଯେଉଁ ଦିବ୍ୟାଙ୍ଗମାନେ ଏପର୍ଯ୍ୟନ୍ତ ଚିହ୍ନଟ ହୋଇପାରିନାହାନ୍ତି ସେମାନଙ୍କୁ ସର୍ଭେ ମାଧ୍ୟମରେ ଚିହ୍ନଟ କରି ବିଭାଗୀୟ ପୋର୍ଟାଲରେ ସେମାନଙ୍କ ସମ୍ପର୍କରେ ତଥ୍ୟ ଅପଲୋଡ୍ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ତା’ପରେ ଜିଲ୍ଲା ସିଡିଏମଓଙ୍କ ଦ୍ୱାରା ସମ୍ପୃକ୍ତ ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ଆକଳନ କରାଯାଇ ଭିନ୍ନକ୍ଷମ ସାର୍ଟିଫିକେଟ୍ ପ୍ରଦାନ କରାଯିବ।

ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀମାନେ ନିଜ ନିଜ ଜିଲ୍ଲାରେ ଭିନ୍ନକ୍ଷମ ସାର୍ଟିଫିକେଟ୍ କେଉଁ ଅଧିକାରୀମାନେ ପ୍ରଦାନ କରୁଛନ୍ତି( ସରକାରଙ୍କ ନିର୍ଦ୍ଦେଶନାମା ଅନୁସାରେ) ତା’ର ତାଲିକା ପ୍ରସ୍ତୁତ କରିବେ। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ(ସିଡିଏମଓ) ମଧ୍ୟ ତାଙ୍କ ପାଖରେ ଥିବା ଦିବ୍ୟାଙ୍ଗମାନଙ୍କ ତାଲିକାକୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ଦେବାକୁ ପରାମର୍ଶ ଦିଆଯାଇଛି।

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବେ ଏଭଳି ଏକ ୱେବସାଇଟ୍ ବିକଶିତ କରିବାକୁ ଯାଉଛି ଯେଉଁଥିରେ ଆଇକାର୍ଡ ପ୍ରଦାନ ନିମନ୍ତେ ଆବେଦନ ଫର୍ମ ଗ୍ରହଣ କରାଯିବ ଓ ଦିବ୍ୟାଙ୍ଗଙ୍କୁ ଆଇକାର୍ଡ ପ୍ରଦାନ କରାଯିବ । ଏନେଇ ଖୁବଶୀଘ୍ର ଆଉ ଏକ ଗାଇଡଲାଇନ ଜାରି କରାଯିବ ବୋଲି ଶ୍ରୀ ଶର୍ମା ଜିଲ୍ଲାପାଳମାନଙ୍କୁ ସୂଚନା ଦେଇଛନ୍ତି।

Related story