ପରୀ ହତ୍ୟା ଘଟଣାର SIT ତଦନ୍ତ ପ୍ରକ୍ରିୟା ଆରମ୍ଭ, ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ଘଟଣାର SIT ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି। ଏନେଇ ବିଧାନସଭାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏ ସଂପର୍କିତ ବିଜ୍ଞପ୍ତିକୁ ଗୃହରେ ଉପସ୍ଥାପନ କଲେ ମନ୍ତ୍ରୀ ଶ୍ରୀ ଆରୁଖ। ପରୀ ହତ୍ୟା ମାମଲା ଆଜି ପୁଣି ଥରେ ବିଧାନସଭାରେ ଉଠିଥିଲା। ବିଜେପି ସଦସ୍ୟମାନେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମର ଗ୍ଲାସ ସିଲ୍ଡ କାଢ଼ି ଫୋପାଡ଼ି ଦେଲେ। ଗ୍ଲାସ […]

Pari-Murder-Case

Pari-Murder-Case

Manoranjan Sial
  • Published: Saturday, 28 November 2020
  • Updated: 28 November 2020, 03:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ପରୀ ହତ୍ୟା ଘଟଣାର SIT ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ। ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି। ଏନେଇ ବିଧାନସଭାରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସୂଚନା ଦେଇଛନ୍ତି। ଏ ସଂପର୍କିତ ବିଜ୍ଞପ୍ତିକୁ ଗୃହରେ ଉପସ୍ଥାପନ କଲେ ମନ୍ତ୍ରୀ ଶ୍ରୀ ଆରୁଖ।

ପରୀ ହତ୍ୟା ମାମଲା ଆଜି ପୁଣି ଥରେ ବିଧାନସଭାରେ ଉଠିଥିଲା। ବିଜେପି ସଦସ୍ୟମାନେ ପ୍ରବଳ ହୋହଲ୍ଲା ଓ ପାଟିତୁଣ୍ଡ କରିଥିଲେ। ବାଚସ୍ପତିଙ୍କ ପୋଡ଼ିୟମର ଗ୍ଲାସ ସିଲ୍ଡ କାଢ଼ି ଫୋପାଡ଼ି ଦେଲେ। ଗ୍ଲାସ ସିଲ୍ଡ କାଢ଼ି ମାଇକକୁ ଟଣାଓଟରା କଲେ ବିଧାୟକ ମୋହନ ମାଝୀ।

ସୂଚନାରୁ ପ୍ରକାଶ, ୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ।

ସେମାନେ ସୁରକ୍ଷା ବଳୟ ଅତିକ୍ରମ କରି ବିଧାନସଭା ସମ୍ମୁଖରେ ଦେହରେ ଡିଜେଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ଏହା ପରେ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି ଦାବି କରିଥିଲା। ତା’ପର ଦିନ ଗୃହରେ ବିବୃତି ରଖି ‘ପରୀ’କୁ ହତ୍ୟା କରାଯାଇଥିବା ମାନିଥିଲେ ଗୃହରାଷ୍ଟ୍ରମନ୍ତ୍ରୀ। ତେଣୁ ଘଟଣାର କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ବିଧାନସଭାରେ ହୋହଲ୍ଲା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଘଟଣାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଅରୁଣ ସାହୁଙ୍କ ଇସ୍ତଫା ଓ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ବିଜେପି ଦାବି କରିଥିଲା। ଯାହାକୁ ନେଇ ଆଜି ମଧ୍ୟ ବିଧାନସଭାରେ ଉତ୍ତେଜନା ଲାଗି ରହିଥିଲା। ଏହାରି ଭିତରେ ପରୀ ହତ୍ୟା ଘଟଣାର SIT ତଦନ୍ତ ପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଥିବା ମନ୍ତ୍ରୀ ଗୃହକୁ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story