‘ପରୀ’ ହତ୍ୟା ମାମଲା ନେଇ ହାଇକୋର୍ଟ ଗଲେ ସୌମ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲା ନେଇ ହାଇକୋର୍ଟ ଗଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ। ମନ୍ତ୍ରୀ ଅରୁଣ ସାହୁଙ୍କ ପଟୁ ‘ପରୀ’ଙ୍କ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଲେ ସୌମ୍ୟ। ମାମଲାରେ ମନ୍ତ୍ରୀ ଅରୁଣଙ୍କ ସହ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଗୃହ ସଚିବ, ଡିଜିପି, ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପି, ଆଇଆଇସିଙ୍କୁ ପକ୍ଷଭୁକ୍ତ କରିଛନ୍ତି। ‘ପରୀ’ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ସରପଞ୍ଚ ସୌମ୍ୟ। ୪ ମାସ ତଳେ […]

Orissa High Court

Orissa High Court

Manoranjan Sial
  • Published: Friday, 27 November 2020
  • Updated: 27 November 2020, 07:38 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନୟାଗଡ଼ ‘ପରୀ’ ହତ୍ୟା ମାମଲା ନେଇ ହାଇକୋର୍ଟ ଗଲେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟରଂଜନ ପ୍ରଧାନ। ମନ୍ତ୍ରୀ ଅରୁଣ ସାହୁଙ୍କ ପଟୁ ‘ପରୀ’ଙ୍କ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡ଼ିଲେ ସୌମ୍ୟ। ମାମଲାରେ ମନ୍ତ୍ରୀ ଅରୁଣଙ୍କ ସହ ୬ ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି। ଗୃହ ସଚିବ, ଡିଜିପି, ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପି, ଆଇଆଇସିଙ୍କୁ ପକ୍ଷଭୁକ୍ତ କରିଛନ୍ତି। ‘ପରୀ’ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ସରପଞ୍ଚ ସୌମ୍ୟ।

୪ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ।

ସେମାନେ ସୁରକ୍ଷା ବଳୟ ଅତିକ୍ରମ କରି ବିଧାନସଭା ସମ୍ମୁଖରେ ଦେହରେ ଡିଜେଲ ଢ଼ାଳି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ପୁଲିସ ସେମାନଙ୍କୁ କାବୁ କରିନେଇଥିଲା। ଏହା ପରେ ଏହି ପ୍ରସଙ୍ଗ ବିଧାନସଭାରେ ଉଠିଥିଲା। ବିରୋଧୀ କଂଗ୍ରେସ ଓ ବିଜେପି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହିତ ମୁଖ୍ୟମନ୍ତ୍ରୀ ଏବଂ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ବିବୃତି ଦାବି କରିଥିଲା। ତା’ପର ଦିନ ଗୃହରେ ବିବୃତି ରଖି ‘ପରୀ’କୁ ହତ୍ୟା କରାଯାଇଥିବା ମାନିଥିଲେ ଗୃହରାଷ୍ଟ୍ରମନ୍ତ୍ରୀ। ତେଣୁ ଘଟଣାର କ୍ରାଇବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ଆଜି ବିଧାନସଭା ଆରମ୍ଭରୁ ବିରୋଧୀମାନେ ହୋହଲ୍ଲା କରିଥିଲେ। ବିଧାନସଭା ଚାଲି ପାରିନଥିଲା। ଶେଷରେ ମୁଖ୍ୟମନ୍ତ୍ରୀ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟ ବିଜେପି ଅରୁଣ ସାହୁଙ୍କ ବହିଷ୍କାର ଓ ମାମଲାର ସିବିଆଇ ତଦନ୍ତ ଦାବି କରିଥିଲା। ଯାହା ଫଳରେ ଆଜି ବିଧାନସଭା ଚାଲି ପାରିନଥିଲା। ଆସନ୍ତାକାଲି ପର୍ଯ୍ୟନ୍ତ ବାଚସ୍ପତି ବିଧାନସଭାକୁ ମୁଲତବି ରଖିଥିଲେ।

ଅନ୍ୟପକ୍ଷରେ ଲକ୍ଷ୍ମୀପ୍ରସାଦ ସରପଞ୍ଚ ସୌମ୍ୟ, ମନ୍ତ୍ରୀ ଅରୁଣ ସାହୁଙ୍କ ବିରୋଧରେ ମୁହଁ ଖୋଲିଥିଲେ। ‘ପରୀ’ ହତ୍ୟା ମାମଲାର ମୁଖ୍ୟ ଅଭିକ୍ତ ବାବୁଲିକୁ ମନ୍ତ୍ରୀ ଅରୁଣ ସାହୁ ଘଣ୍ଟଘୋଡ଼ାଉଥିବା ଅଭିଯୋଗ କରିଥିଲେ ସୌମ୍ୟ। ଏବେ ମନ୍ତ୍ରୀଙ୍କ ପଟୁ ପରୀକ୍ଷଙ୍କ ପରିବାର ପ୍ରତି ବିପଦ ଥିବା ଦର୍ଶାଇ ହାଇକୋର୍ଟ ଯାଇଛନ୍ତି ସୌମ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos