ଆଜିଠୁ ସରକାରୀ ବସ୍‌ ଚଳାଚଳ ବନ୍ଦ

Ordigital Desk
  • Published: Monday, 26 February 2018
  • , Updated: 26 February 2018, 12:31 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କର୍ମଚାରୀଙ୍କ ଆନ୍ଦୋଳନ ପାଇଁ ଆଜିଠୁ ସାରା ରାଜ୍ୟରେ ସରକାରୀ ବସ ଚଳାଚଳ ବନ୍ଦ।&nbsp; ଠିକା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି, ସମାନ କାମକୁ ସମାନ ଦରମା, ସରକାରୀ କର୍ମଚାରୀଙ୍କ ଭଳି ମହଙ୍ଗା ଭତ୍ତା ଓ ପଦୋନ୍ନତି ଭଳି ୫ ଦଫା ଦାବି ନେଇ OSRTC କର୍ମଚାରୀମାନେ ଏହି ବନ୍ଦ&nbsp; ଡାକରା ଦେଇଛନ୍ତି।</p> <p>ବନ୍ଦକୁ ସମର୍ଥନ କରି କୋରାପୁଟ ଜିଲ୍ଲା ଜୟପୁର OSRTC କର୍ମଚାରୀ ସଂଘ ପକ୍ଷରୁ ବସ ଚଳାଚଳ ବନ୍ଦ ରହିଛି। ଫଳରେ କୋରାପୁଟ ଏବଂ ମାଲକାନଗିରି ସହ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି।&nbsp; ସରକାରୀ ବସ ଚଳାଚଳ ବନ୍ଦ ଥିବାରୁ ଲୋକେ ହନ୍ତସନ୍ତ ହେଉଛନ୍ତି।</p>

Related story