ବୋଧହୁଏ ମୃତ୍ୟୁକୁ ପାଖରୁ ଦେଖିପାରିଥିଲେ!

ବାଲିଗୁଡ଼ା(ଅଜିତ ନାୟକ): ଡ୍ରାଇଭିଂ ଜୀବନର ଶେଷ ରାତି ବୋଲି ଜାଣିପାରିଥିଲେ! ବୋଧହୁଏ ମୃତ୍ୟୁକୁ ଅତି ପାଖରୁ ଦେଖିବାକୁ ପାଇଥିଲେ! ସେଥିପାଇଁ ଦ୍ରୁତ ଗତିରେ ଯାତ୍ରୀଙ୍କୁ ଧରି ପଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ଛିଡ଼ା କରିଦେଇଥିଲେ। ବସ୍‌ ଅଟକିବା ପରେ ଯାତ୍ରୀମାନେ ତରବରିଆ ଭାବେ ଖାଇବା ପାଇଁ ହୋଟେଲ୍‌କୁ ପଳାଇଗଲେ। ହେଲେ ବସ୍‌ର ଡ୍ରାଇଭିଂ ସିଟ୍‌ରୁ ଓହ୍ଲାଇବା ବେଳେ ଟଳି ପଡ଼ିଲେ ସନ୍ତୋଷ କୁମାର ମିଶ୍ର! କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ସନ୍ତୋଷ କୁମାର ମିଶ୍ର। ପେଶାରେ […]

Baliguda

  • Published: Monday, 31 October 2022
  • , Updated: 31 October 2022, 06:07 PM IST

ବାଲିଗୁଡ଼ା(ଅଜିତ ନାୟକ): ଡ୍ରାଇଭିଂ ଜୀବନର ଶେଷ ରାତି ବୋଲି ଜାଣିପାରିଥିଲେ! ବୋଧହୁଏ ମୃତ୍ୟୁକୁ ଅତି ପାଖରୁ ଦେଖିବାକୁ ପାଇଥିଲେ! ସେଥିପାଇଁ ଦ୍ରୁତ ଗତିରେ ଯାତ୍ରୀଙ୍କୁ ଧରି ପଳାଇ ଆସୁଥିବା ବେଳେ ଅଧା ରାସ୍ତାରେ ଛିଡ଼ା କରିଦେଇଥିଲେ। ବସ୍‌ ଅଟକିବା ପରେ ଯାତ୍ରୀମାନେ ତରବରିଆ ଭାବେ ଖାଇବା ପାଇଁ ହୋଟେଲ୍‌କୁ ପଳାଇଗଲେ। ହେଲେ ବସ୍‌ର ଡ୍ରାଇଭିଂ ସିଟ୍‌ରୁ ଓହ୍ଲାଇବା ବେଳେ ଟଳି ପଡ଼ିଲେ ସନ୍ତୋଷ କୁମାର ମିଶ୍ର!

କଟକ ଜିଲ୍ଲା ବଡ଼ମ୍ବା ଅଞ୍ଚଳର ସନ୍ତୋଷ କୁମାର ମିଶ୍ର। ପେଶାରେ ଜଣେ ଡ୍ରାଇଭର। ଦୀର୍ଘ ବର୍ଷ ଧରି ସେ ରାଜ୍ୟ ସରକାରଙ୍କ ଓଏସ୍‌ଆର୍‌ଟିସି ବସ୍‌ ଚଲାଉଥିଲେ। ଶ୍ରୀ ମିଶ୍ର ସବୁଦିନ ପରି କଟକ ବସଷ୍ଟାଣ୍ଡରୁ ବସ ଚଲାଇ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ଼କୁ ଯାଇଥିଲେ। ରବିବାର ସନ୍ଧ୍ୟାରେ କଟକ ଅଭିମୁଖେ ବାହାରିଥିଲେ। ବସ୍‌ରେ ଖଚାଖଚ୍ଚ ଭିଡ ଥିଲା। ନିର୍ଦ୍ଧାରିତ ସମୟରେ ଲାଞ୍ଜିଗଡ଼ରୁ ବସ୍‌ ବାହାରିଥିଲେ।

ରାତିରେ ଯାତ୍ରୀଙ୍କ ଭୋଜନ ପାଇଁ ବସ୍‌ଟି ବାଲିଗୁଡା ବସ୍‌ ଷ୍ଟାଣ୍ଡରେ ଅଟକି ଥିଲା। ଶ୍ରୀ ମିଶ୍ର ଗାଡ଼ି ଛିଡ଼ା କରି ଡ୍ରାଇଭିଂ ସିଟ୍‌ରୁ ଓହ୍ଲାଇ ଥିଲେ। ଠିକ୍‌ ସେତିକିବେଳେ ସେ ଛାତି ଯନ୍ତ୍ରଣା ଅନୁଭବ କଲେ। ବସ୍‌ରେ ଥିବା ଅନ୍ୟ କର୍ମଚାରୀ ଓ ବୁକିଂ କାଣ୍ଟର କର୍ମଚାରୀମାନେ ତାଙ୍କୁ ସଙ୍ଗେ ସଙ୍ଗେ ବାଲିଗୁଡା ମେଡିକାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶ୍ରୀ ମିଶ୍ରଙ୍କର ଏଭଳି ଅକସ୍ମିକ ମୃତ୍ୟୁ ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଜି ପରିବାର ଲୋକେ ବାଲିଗୁଡାରେ ପହଞ୍ଚି ତାଙ୍କ ମରଶରୀରକୁ ଘରକୁ ନେଇ ଆଣିଥିବା ଜଣାପଡ଼ିଛି। କିନ୍ତୁ ମୃତ୍ୟୁ କାରଣ ଜଣାପଡ଼ି ନାହିଁ।

Related story