ଏଣିକି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ନାମିଦାମି ଘରୋଇ ମେଡିକାଲରେ ମିଳିବ ମାଗଣା ଚିକିତ୍ସା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରୋଇ ମେଡିକାଲରେ ମିଳିବ ମାଗଣା ଚିକିତ୍ସା। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ପରେ ସ୍ଥାନାନ୍ତର କରାଯାଇପାରିବ। ପ୍ରଥମ ଦଫାରେ ଭୁବନେଶ୍ୱର ଓ କଟକର ୩ ଘରୋଇ ହସ୍ପିଟାଲ ସାମିଲ କରାଯାଇଛି। ଆପୋଲୋ, ଆମ୍ରି ଏବଂ ଅଶ୍ୱିନୀ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା। ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ଅର୍ଥ ଦେବେ ସରକାର। ମାଗଣା ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ […]

uio-1

Tapas Behera
  • Published: Saturday, 07 September 2019
  • , Updated: 07 September 2019, 06:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ଦୁର୍ଘଟଣାଗ୍ରସ୍ତ ରୋଗୀଙ୍କୁ ଘରୋଇ ମେଡିକାଲରେ ମିଳିବ ମାଗଣା ଚିକିତ୍ସା। ଦୁର୍ଘଟଣାର ପ୍ରଥମ ୪୮ ଘଣ୍ଟା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ମିଳିବ। ପରେ ସ୍ଥାନାନ୍ତର କରାଯାଇପାରିବ। ପ୍ରଥମ ଦଫାରେ ଭୁବନେଶ୍ୱର ଓ କଟକର ୩ ଘରୋଇ ହସ୍ପିଟାଲ ସାମିଲ କରାଯାଇଛି। ଆପୋଲୋ, ଆମ୍ରି ଏବଂ ଅଶ୍ୱିନୀ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା। ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇଁ ଅର୍ଥ ଦେବେ ସରକାର।

ମାଗଣା ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ବିଭାଗକୁ ୪ କୋଟି ଦେଇଛି ପରିବହନ ବିଭାଗ। ପରେ ସମ୍ବଲପୁର, ରାଉରକେଲା ଓ ଜୟପୁରରେ ମିଳିବ ମାଗଣା ଚିକିତ୍ସା ସୁବିଧା। ଏନେଇ ସ୍ୱାସ୍ଥ୍ୟ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ସୂଚନା ଦେଇଛନ୍ତି।

Related story