ପଦାକୁ ଆସିଲା ଡାକ୍ତରଙ୍କ କାରନାମା: ରୋଗୀ ବେଶରେ ଆସିଲେ ଓ ଧରିଲେ

ଭୁବନେଶ୍ୱର: ନିଜ କାର୍ଯ୍ୟଅବଧି ସମୟରେ ହସ୍ପିଟାଲରେ ନରହି ଘରୋଇ ନର୍ସିଂହୋମରେ ଚିକିତ୍ସା କରୁଥିବା ବେଳେ ରଙ୍ଗେହାତ୍ ଧରାପଡ଼ିଲେ ଡାକ୍ତର। ତା’ପୁଣି ଖୋଦ ହସ୍ପିଟାଲ ମୁଖିଆଙ୍କ ହାତରେ। ଘଟଣା ଘଟିଛି ସମ୍ବଲପୁରରେ। ସୂଚନା ଅନୁସାରେ ବୁର୍ଲା ଭିମ୍ସାର ଜଣେ ଡାକ୍ତର ନିଜ ଓ୍ୱାର୍କିଂ ଆଓ୍ୱାର୍ସରେ ହସ୍ପିଟାଲରେ ଉପସ୍ଥିତ ନରହି ଘରୋଇ ନର୍ସିଂହୋମରେ ଅଲ୍ଟ୍ରାସାଇଣ୍ଡ କରୁଥିଲେ। ଏହି ସମୟରେ ଖୋଦ୍ ଭିମ୍ସାର ନିର୍ଦ୍ଦେଶକ ନିଜକୁ ରୋଗୀ ବୋଲି ପରିଚୟ ଦେଇ ସେହି ନର୍ସିଂହୋମକୁ ଯାଇ ଡାକ୍ତରଙ୍କ କାରନାମାକୁ ଭିଡିଓ ରେକର୍ଡିଂ […]

doctor-1

Rakesh Mallick
  • Published: Sunday, 09 July 2017
  • , Updated: 09 July 2017, 10:49 PM IST

ଭୁବନେଶ୍ୱର: ନିଜ କାର୍ଯ୍ୟଅବଧି ସମୟରେ ହସ୍ପିଟାଲରେ ନରହି ଘରୋଇ ନର୍ସିଂହୋମରେ ଚିକିତ୍ସା କରୁଥିବା ବେଳେ ରଙ୍ଗେହାତ୍ ଧରାପଡ଼ିଲେ ଡାକ୍ତର। ତା’ପୁଣି ଖୋଦ ହସ୍ପିଟାଲ ମୁଖିଆଙ୍କ ହାତରେ। ଘଟଣା ଘଟିଛି ସମ୍ବଲପୁରରେ।

ସୂଚନା ଅନୁସାରେ ବୁର୍ଲା ଭିମ୍ସାର ଜଣେ ଡାକ୍ତର ନିଜ ଓ୍ୱାର୍କିଂ ଆଓ୍ୱାର୍ସରେ ହସ୍ପିଟାଲରେ ଉପସ୍ଥିତ ନରହି ଘରୋଇ ନର୍ସିଂହୋମରେ ଅଲ୍ଟ୍ରାସାଇଣ୍ଡ କରୁଥିଲେ। ଏହି ସମୟରେ ଖୋଦ୍ ଭିମ୍ସାର ନିର୍ଦ୍ଦେଶକ ନିଜକୁ ରୋଗୀ ବୋଲି ପରିଚୟ ଦେଇ ସେହି ନର୍ସିଂହୋମକୁ ଯାଇ ଡାକ୍ତରଙ୍କ କାରନାମାକୁ ଭିଡିଓ ରେକର୍ଡିଂ କରିଥିଲେ। ନିର୍ଦ୍ଦେଶକଙ୍କ କ୍ୟାମେରାରେ ଧରାପଡ଼ିବା ପରେ ସମ୍ପୃକ୍ତ ଡାକ୍ତର ନିଜର ଭୁଲ ସ୍ୱୀକାର କରିବା ସହ ଏହାର ପୁନରାବୃତ୍ତି ହେବ ନାହିଁ ବୋଲି କହିଥିଲେ। ଅନ୍ୟପକ୍ଷରେ ଭିମ୍ସାର ନିର୍ଦ୍ଦେଶକ କହିଛନ୍ତି, ଡିସିପ୍ଲିନାରି କମିଟି ଘଟଣାର ତଦନ୍ତ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।

Related story