୨୦୨୩ରେ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ମିଳିବ ୧୦୫ ଦିନ ଛୁଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ୨୦୨୩ ମସିହା ନିମନ୍ତେ ଆଜି ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି । ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୫ଦିନ ଛୁଟି ପାଇପାରିବେ । ଏଥିରେ କର୍ମଚାରୀଙ୍କୁ ମିଳୁଥିବା ଗୋଟିଏ ଇଚ୍ଛାଧୀନ ଛୁଟି(ଅପସନାଲ୍ ହଲିଡେ) ମଧ୍ୟ ସାମିଲ୍ ଅଛି । ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୩ ମସିହା କ୍ୟାଲେଣ୍ଡର […]

chair

Ordigital Desk
  • Published: Tuesday, 01 November 2022
  • , Updated: 01 November 2022, 08:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ୨୦୨୩ ମସିହା ନିମନ୍ତେ ଆଜି ସରକାରୀ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି । ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୫ଦିନ ଛୁଟି ପାଇପାରିବେ । ଏଥିରେ କର୍ମଚାରୀଙ୍କୁ ମିଳୁଥିବା ଗୋଟିଏ ଇଚ୍ଛାଧୀନ ଛୁଟି(ଅପସନାଲ୍ ହଲିଡେ) ମଧ୍ୟ ସାମିଲ୍ ଅଛି ।

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୨୦୨୩ ମସିହା କ୍ୟାଲେଣ୍ଡର ବର୍ଷରେ ରାଜ୍ୟର ସମସ୍ତ ସରକାରୀ ଅଫିସ୍ ଓ ରାଜସ୍ୱ ଓ ମାଜିଷ୍ଟ୍ରେଟ୍ କୋର୍ଟ ପାଇଁ ଏହି ଛୁଟି ନିର୍ଦ୍ଦେଶନାମା ଲାଗୁ ହେବ । ୨୦୨୩ କ୍ୟାଲେଣ୍ଡର ବର୍ଷରେ ୨୭ଦିନ ସରକାରୀ ଛୁଟି ଥିବାବେଳେ ଇଚ୍ଛାଧୀନ ଛୁଟି ଭାବେ ୭ଟି ଛୁଟିଦିନ ଘୋଷଣା କରାଯାଇଛି । କିନ୍ତୁ ଏହି ଇଚ୍ଛାଧୀନ ଛୁଟିଦିନ ମଧ୍ୟରୁ କେବଳ ଗୋଟିଏ ଛୁଟିକୁ କର୍ମଚାରୀମାନେ ନିଜ ସୁବିଧା ହିସାବରେ ଉପଯୋଗ କରିପାରିବେ । ଅର୍ଥାତ୍ ୨୮(୨୭+୧)ଟି ଛୁଟି ଜଣେ କର୍ମଚାରୀଙ୍କୁ ମିଳୁଥିବାବେଳେ ୫୩ଟି ରବିବାର ଏବଂ ୨୪ଟି ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇଲେ ୨୦୨୩ ମସିହା କ୍ୟାଲେଣ୍ଡର ବର୍ଷରେ ମୋଟ ୧୦୫ଟି ନିଶ୍ଚିିତ ଛୁଟି ମିଳିବ ।

ରାଜ୍ୟ ସରକାର ଯେଉଁ ୭ଟି ଛୁଟିଦିନକୁ ଇଚ୍ଛାକୃତ ଛୁଟି ତାଲିକାରେ ସାମିଲ କରିଛନ୍ତି ତାହା ହେଲା ଜାନୁୟାରୀ ୫ରେ ଗୁରୁଗୋବିନ୍ଦ ସିଂ ଜୟନ୍ତୀ, ଜାନୁୟାରୀ ୨୫ରେ ବ୍ରହ୍ମସମାଜ ପ୍ରତିଷ୍ଠା ଦିବସ, ଏପ୍ରିଲ ୮ରେ ଇଷ୍ଟର ଶନିବାର, ମେ’ ୨୫ରେ ରାଜା ରାମମୋହନ ରାୟ ଜୟନ୍ତୀ, ଜୁନ୍ ୨୮ରେ ବାହୁଡ଼ା ଯାତ୍ରା, ନଭେମ୍ବର ୨୧ରେ ଅଁଳା ନବମୀ ଓ ଡିସେମ୍ବର ୫ରେ ପ୍ରଥମାଷ୍ଟମୀ ରହିଛି । ଏହି ୭ଟି ଇଚ୍ଛାକୃତ ଛୁଟି ଦିନ ମଧ୍ୟରୁ ଯେକୌଣସି ଗୋଟିଏ ଛୁଟିକୁ କର୍ମଚାରୀମାନେ ନିଜ ସୁବିଧା ହିସାବରେ ଚୟନ କରିପାରିବେ ।

ରବିବାର ଏବଂ ଦ୍ୱିତୀୟ ଓ ଚତୁର୍ଥ ଶନିବାର ଛୁଟି ଦିନରେ ଆଉ କେତେକ ପର୍ବପର୍ବାଣୀ ପଡ଼ୁଥିବାରୁ ସେହିଦିନ ଗୁଡ଼ିକ ସ୍ୱତନ୍ତ୍ର ଭାବେ ଛୁଟି ଘୋଷଣା ହୋଇପାରିନି । ଖ୍ରୀଷ୍ଟମାସ ପର୍ବ ଡିସେମ୍ବର ୨୪ ରବିବାର ପଡ଼ୁଥିବାରୁ ଏହାକୁ ଇଚ୍ଛାଧୀନ ଛୁଟିରେ ସାମିଲ କରାଯାଇପାରିନି । ତେବେ ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାର ଯୋଗୁ ମୋଟ ୬ଟି ଛୁଟି ବେକାର ଯାଇଛି । ସେଗୁଡ଼ିକ ହେଲା - ମକର ସଂକ୍ରାନ୍ତି ଜାନୁୟାରୀ ୧୪ ଦ୍ୱିତୀୟ ଶନିବାର, ପଂଚାୟତିରାଜ ଦିବସ ମାର୍ଚ୍ଚ ୫ ରବିବାର, ଇଦ୍ -ଉଲ୍ ଫିତର ଏପ୍ରିଲ ୨୨ ଚତୁର୍ଥ ଶନିବାର, ମହାଳୟା ଅକ୍ଟୋବର ୧୪ ଦ୍ୱିତୀୟ ଶନିବାର, ମହାଷ୍ଟମୀ ଅକ୍ଟୋବର ୨୨ ରବିବାର, କୁମାର ପୂର୍ଣ୍ଣିମା ଅକ୍ଟୋବର ୨୮ ଚତୁର୍ଥ ଶନିବାର ଓ କାଳିପୂଜା ନଭେମ୍ବର ୧୨ ରବିବାର ପଡ଼ୁଥିବାରୁ ଏସବୁ ତାରିଖକୁ ସ୍ୱତନ୍ତ୍ର ଭାବେ ସରକାରୀ ଛୁଟିଦିନ ଭାବେ ଘୋଷଣା କରାଯାଇନି ।

ସୂଚନାଯୋଗ୍ୟ, ଚଳିତବର୍ଷ କର୍ମଚାରୀଙ୍କୁ ୧୦୪ଦିନ ସରକାରୀ ଛୁଟି ମିଳିଥିବାବେଳେ ଆସନ୍ତାବର୍ଷ ୧୦୫ଦିନ ସରକାରୀ ଛୁଟି ମିଳିବ ବୋଲି ଜଣାପଡ଼ିଛି । ଏହି ଛୁଟି ରାଜ୍ୟର ସମସ୍ତ ସରକାରୀ ଅଫିସ ଓ ରାଜସ୍ୱ କୋର୍ଟ ପାଇଁ ଉଦ୍ଦିଷ୍ଟ ।

Related story