ଆସିଲା ମରୁଡ଼ି ରିପୋର୍ଟ, ୩୦ରେ ଘୋଷଣା ହେବ କେଉଁଠି କେମିତି ଅଛି ସ୍ଥିତି

ଭୁବନେଶ୍ୱର: ବିଭିନ୍ନ ଜିଲ୍ଲାରୁ ଆସିଥିବା ମରୁଡି ରିପୋର୍ଟ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଛି।  ଜିଲ୍ଲାପାଳ ମାନଙ୍କ ଦ୍ୱାରା ପ୍ରଦତ୍ତ ଏହି ରିପୋର୍ଟକୁ ନେଇ ବର୍ତ୍ତମାନ ସରକାରୀ ସ୍ତରରେ ତର୍ଜମା ଚାଲିଛି। ସ୍ୱତନ୍ତ୍ର ରିଲିଫ୍ କମିଶନର ବିଷ୍ଣୁପଦ ସେଠୀ ଆଜି ଏହି ସୂଚନା ଦେଇଛନ୍ତି।

ସେ କହିଛନ୍ତି- “ ଅକ୍ଟୋବର ମାସ ଶେଷ ସୁଦ୍ଧା ମରୁଡ଼ି ଅଞ୍ଚଳ ଘୋଷଣା କରାଯିବ। ଆସନ୍ତା ୩୦ ତାରିଖ ଆମର ଡେଡ୍‌ଲାଇନ ରହିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟର ୯୯ଟି ବ୍ଲକ୍‌ ଅଂଚଳରେ ସ୍ୱଳ୍ପ ବୃଷ୍ଟିପାତ ଯୋଗୁ ମରୁଡ଼ି ସ୍ଥିତି ଦେଖାଦେଇଛି। ସେଥିମଧ୍ୟରୁ ୨୧ଟି ବ୍ଲକରେ ସ୍ଥିତି ଗମ୍ଭୀର ରହିଛି। ଚଳିତ ବର୍ଷ ରାଜ୍ୟର ୭୬ଟି ବ୍ଲକ୍‌ରେ ସ୍ୱାଭାବିକଠାରୁ କମ୍ ବର୍ଷା ହୋଇଛି। ୨୧ଟି ବ୍ଲକ୍‌ରେ ଖୁବ୍ କମ୍‌ ବୃଷ୍ଟିପାତ ହୋଇଛି। ଏଥିରେ ବେଶୀ ପ୍ରଭାବିତ ହୋଇଛି ଅନୁଗୋଳ ଜିଲ୍ଲା। ତେବେ ଜୁନ୍ ୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ଭଦ୍ରକ, ସୋନପୁର, କେନ୍ଦୁଝର, ବରଗଡ଼, ଢେଙ୍କାନାଳ, ବୌଦ୍ଧ, ଯାଜପୁର, ବଲାଙ୍ଗୀର ଓ ଅନୁଗୋଳ ଜିଲ୍ଲାରେ ଆବଶ୍ୟକତାଠାରୁ କମ୍ ବର୍ଷା ହୋଇଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।