ଅସହାୟ ପ୍ରାଣୀଙ୍କୁ ସହାୟତା ପାଇଁ ଟୋଲ୍ ଫ୍ରି ନମ୍ବର ୧୯୬୨

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅସହାୟ ପରିତ୍ୟକ୍ତ ବୁଲା ଜୀବଜନ୍ତୁମାନଙ୍କୁ ସହାୟତା ଯୋଗାଇ ଦେବାକୁ ରାଜ୍ୟସ୍ତରୀୟ ପ୍ରାଣୀ ସେବା ହେଲପଲାଇନ୍ କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୨୪ଘଣ୍ଟିଆ ‘ଟୋଲ୍ ଫ୍ରି ନମ୍ବର-୧୯୬୨’କୁ ଲୋକାର୍ପଣ କରିବା ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅନ୍ୟାନ୍ୟ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ରାଜ୍ୟର ନାଗରିକମାନେ ସମ୍ବେଦନଶୀଳ ହୋଇ ସେମାନଙ୍କୁ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ […]

Dogs

Ordigital Desk
  • Published: Tuesday, 07 June 2022
  • , Updated: 07 June 2022, 09:06 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅସହାୟ ପରିତ୍ୟକ୍ତ ବୁଲା ଜୀବଜନ୍ତୁମାନଙ୍କୁ ସହାୟତା ଯୋଗାଇ ଦେବାକୁ ରାଜ୍ୟସ୍ତରୀୟ ପ୍ରାଣୀ ସେବା ହେଲପଲାଇନ୍ କାର୍ଯ୍ୟକ୍ଷମ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ୨୪ଘଣ୍ଟିଆ ‘ଟୋଲ୍ ଫ୍ରି ନମ୍ବର-୧୯୬୨’କୁ ଲୋକାର୍ପଣ କରିବା ସହ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗର ଅନ୍ୟାନ୍ୟ ଯୋଜନାର ମଧ୍ୟ ଶୁଭାରମ୍ଭ କରିଛନ୍ତି । ବୁଲା ଓ ପରିତ୍ୟକ୍ତ ପ୍ରାଣୀମାନଙ୍କ ଆବଶ୍ୟକତା ପ୍ରତି ରାଜ୍ୟର ନାଗରିକମାନେ ସମ୍ବେଦନଶୀଳ ହୋଇ ସେମାନଙ୍କୁ ସେବା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ନିବେଦନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆଜି ଭର୍ଚୁଆଲ ମୋଡରେ ଏହି ଷ୍ଟେଟ୍ ଆନିମଲ୍ ହେଲପଲାଇନ୍ ନମ୍ବର ବା ଟୋଲ୍ ଫ୍ରି ନମ୍ବର-୧୯୬୨କୁ ଉଦଘାଟନ କରିବା ସହ ଟେଲି ଭେଟେନାରୀ ସେବା, ମତ୍ସ୍ୟ ଓ ପ୍ରାଣୀସମ୍ପଦ ମ୍ୟାପିଂ ବ୍ୟବସ୍ଥାର ଶୁଭାରମ୍ଭ କରିଛନ୍ତି । ହେଲପଲାଇନ୍ ନମ୍ବର ୨୪ ଘଣ୍ଟିଆ କାର୍ଯ୍ୟକ୍ଷମ ରହିବ ଓ ଏହାଦ୍ୱାରା ପ୍ରାଣୀମାନଙ୍କୁ ଜରୁରୀକାଳୀନ ସହାୟତା ମିଳିପାରିବ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ବୁଲା ଓ ଅସହାୟ ପ୍ରାଣୀମାନଙ୍କ ସୁରକ୍ଷା ଓ କଲ୍ୟାଣ ପାଇଁ ପ୍ରତିବଦ୍ଧତାର ସହ କାମ କରୁଛନ୍ତି । ସହରାଂଚଳରେ ହେଲପ ଲାଇନ ୟୁନିଟ୍ ଓ ପ୍ରାଣୀ ଆମ୍ବୁଲାନ୍‌ସ ଓ ପ୍ରାଣୀ ଜନ୍ମ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଗ୍ରହଣ କରାଯିବା ସହିତ ଏ ଦିଗରେ କାମ କରୁଥିବା ବେସରକାରୀ ଅନୁଷ୍ଠାନ ଗୁଡ଼ିକୁ ମଧ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ରାଜ୍ୟସ୍ତରୀୟ ପ୍ରାଣୀ ହେଲପ ଲାଇନ ଦ୍ୱାରା ଏହି ପଶୁମାନଙ୍କ ସେବା ଆହୁରି ତ୍ୱରାନ୍ୱିତ ହେବ । ପ୍ରାଣୀସଂପଦ ବିଭାଗର କର୍ମଚାରୀ ମାନେ ଏଥିରେ ତୁରନ୍ତ ସେବା ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସେହିପରି ଟେଲି ଭେଟେରିନାରୀ ସେବା ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରାଣୀସଂପଦ ମାଧ୍ୟମରେ ଚାଷୀମାନେ ନିଜର ରୋଜଗାର ବୃଦ୍ଧି କରିବାରେ ସହାୟକ ହୋଇଥିବାବେଳେ ପ୍ରାଣୀସମ୍ପଦକୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ସରକାର ଅନେକ ବ୍ୟବସ୍ଥା କାର୍ଯ୍ୟକାରୀ କରୁଛନ୍ତି । ଟେଲି ଭେଟେରିନାରୀ ସେବା ବ୍ୟବସ୍ଥା ଦ୍ୱାରା ଏହି କାର୍ଯ୍ୟକ୍ରମ ଆହୁରି ସୁଦୃଢ଼ ହେବା ସହିତ ପ୍ରାଣୀପାଳକମାନଙ୍କୁ ତୁରନ୍ତ ସହାୟତା ଯୋଗାଇ ଦିଆଯାଇପାରିବ । ଏହି କାର୍ଯ୍ୟକ୍ରମରେ ଟୋଲ୍ ଫ୍ରି ନମ୍ବର ୧୯୬୨ କିମ୍ବା ୧୫୫୩୩୩ ଜରିଆରେ ଫୋନ କରି ତୁରନ୍ତ ସହାୟତା ମିଳିପାରିବ । ରାଜ୍ୟର ୧୧ଟି ସହରରେ ଆନିମଲ୍ ଆମ୍ବୁଲାନସ ବ୍ୟବସ୍ଥା ରହିଛି ଏବଂ ସବୁ ବ୍ଲକରେ ପ୍ରାଣୀସେବା କେନ୍ଦ୍ରର ସୁବିଧା ମଧ୍ୟ ରହିଛି ।

ଏହି ଅବସରରେ ବିଏଆଇଏଫ୍ ଇନଷ୍ଟିଚ୍ୟୁଟ୍ ସହ ଏକ ଏମଓୟୁ ସ୍ୱାକ୍ଷର ହୋଇଛି । ଏହି ବୁଝାମଣା ଅନୁଯାୟୀ ରାଜ୍ୟରେ ୧୫୦୦ କୃତ୍ରିମ ପ୍ରଜନନ ଟେକନିସିଆନ ନିୟୋଜିତ ହେବେ । ଏହାସହିତ ଗୋପାଳପୁର ଠାରେ ଭେକଟି ଯାଆଁଳ ହାଚେରୀ ପ୍ରତିଷ୍ଠା ପାଇଁ ରାଜୀବ ଗାନ୍ଧୀ ସେଂଟର ଫର ଆକ୍ୱାକଲଚର ସହିତ ଏକ ଏମଓୟୁ ମଧ୍ୟ ସ୍ୱାକ୍ଷରିତ ହୋଇଛି ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ସଚିବ, ଉନ୍ନୟନ କମିଶନ, କୃଷି ଉତ୍ପାଦକ କମିଶନର, ମିଶନ ଶକ୍ତି ସଚିବ, ଫାଇଭ ଟି ସଚିବ, ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସଚିବଙ୍‌କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Related story