‘୧୦ ହେଲା-ସରପଞ୍ଚଙ୍କୁ କହିବ ୨ ଆଣି ଦେବ’: ଧରାପଡ଼ିଗଲା ଜେଇ ବାବୁଙ୍କ କାରନାମା

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ଜେଇ ବାବୁଙ୍କ ହାତରେ ଟଙ୍କା ବିଡ଼ା । ଲାଞ୍ଚ ନେଉଥିବା ବେଳେ କ୍ୟାମେରାରେ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ୍ ଜେଇ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ଭିଡିଓରେ ଜେଇ କହୁଛନ୍ତି “୧୦ ହେଲା..ସରପଞ୍ଚଙ୍କୁ କହିଦେଇଥିବ ୨ ଆଣି ଦେବ” ବ୍ଲକ୍ କାର୍ଯ୍ୟାଳୟର ନିଜ ଚ୍ୟାମ୍ବରରେ ୧୦ ହଜାର ଟଙ୍କା ଲାଞ୍ଚ ନେଇଛନ୍ତି ଖୋଦ୍ ଜେଇ ସତ୍ୟ ନାରାୟଣ ତ୍ରିପାଠୀ । ଖଲିଆପାଲି […]

r1

Tapas Behera
  • Published: Wednesday, 31 July 2019
  • , Updated: 31 July 2019, 05:05 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର):ଜେଇ ବାବୁଙ୍କ ହାତରେ ଟଙ୍କା ବିଡ଼ା । ଲାଞ୍ଚ ନେଉଥିବା ବେଳେ କ୍ୟାମେରାରେ ଧରା ପଡ଼ିଲେ କନିଷ୍ଠ ଯନ୍ତ୍ରୀ। ବଲାଙ୍ଗିର ଜିଲ୍ଲା ପୁଇଁନ୍ତଳା ବ୍ଲକ୍ ଜେଇ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ଭିଡିଓରେ ଜେଇ କହୁଛନ୍ତି “୧୦ ହେଲା..ସରପଞ୍ଚଙ୍କୁ କହିଦେଇଥିବ ୨ ଆଣି ଦେବ”

ବ୍ଲକ୍ କାର୍ଯ୍ୟାଳୟର ନିଜ ଚ୍ୟାମ୍ବରରେ ୧୦ ହଜାର ଟଙ୍କା ଲାଞ୍ଚ ନେଇଛନ୍ତି ଖୋଦ୍ ଜେଇ ସତ୍ୟ ନାରାୟଣ ତ୍ରିପାଠୀ । ଖଲିଆପାଲି ପଞ୍ଚାୟତର ମିଛାପାଲି ଗାଁରେ କଂକ୍ରିଟ୍ ରାସ୍ତା ନିର୍ମାଣ ହୋଇଥିଲା । କେନ୍ଦ୍ରୀୟ ଯୋଜନାରେ ନିଜେ ସରପଞ୍ଚ ଓ ଓ୍ୱାର୍ଡମେମ୍ବର ଏହି ରାସ୍ତା ତିଆରି କରିଥିଲେ।  ତେବେ ଅଭିଯୋଗ ଅନୁସାରେ, ରାସ୍ତା ପାଇଁ ମାତ୍ର ୧ ଲକ୍ଷ ଟଙ୍କାର ବିଲ୍ କରାଇବାକୁ ବାରମ୍ବାର ବ୍ଲକ୍ ଅଫିସ୍ ଦୌଡ଼ିବା ପରେ, ୧୨ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଜେଇ ସତ୍ୟ ନାରାୟଣ ତ୍ରିପାଠୀ।

ସରପଞ୍ଚ କୌଣସି ମତେ ଯୋଗାଡ଼ କରି ଏହି ୧୦ ହଜାର ଟଙ୍କା ଦେବା ପରେ, ଆହୁରି ୨ ହଜାର ଟଙ୍କା ପାଇଁ ଜେଇ ଡିମାଣ୍ଡ୍ କରୁଥିବା ଭିଡିଓରେ ଶୁଣିବାକୁ ମିଳୁଛି।  ତେବେ ନିଜେ ଭିଡିଓ ଦେଖିବା ପରେ ଜେଇ ବାହାନା କରିଥିଲେ।  କହିଥିଲେ ମୁଁ କୌଣସି ଜାଗାରୁ ଟଙ୍କା ନେଇ ନାହିଁ। ପରେ ଲାଞ୍ଚ ନେଉଥିବା ମାନିଥିଲେ। ସେପଟେ ଏହି ଘଟଣା ପ୍ରଘଟ ହେବା ପରେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ତଦନ୍ତ ଆରମ୍ଭ କରିଛି।

https://youtu.be/F8_25vYglL8

Related story