କରୋନା ବଦଳାଇଲା ସରକାରଙ୍କ ପ୍ରାଥମିକତା, ଏବେ ୫ବର୍ଷିଆ ରଣନୀତି

ଭୁବନେଶ୍ୱର(ପ୍ରକାଶ ସେଠୀ): ପ୍ରତିବର୍ଷ ବଜେଟର କଳେବରକୁ ଆଖିଦୃଶିଆ ବୃଦ୍ଧି କରି ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ରହିଛି ବୋଲି ସନ୍ଦେଶ ଦେଉଥିବା ରାଜ୍ୟ ସରକାରଙ୍କ ଉପରେ କରୋନା ମହାମାରୀ ଶକ୍ତ ପ୍ରହାର କରିଛି। ଖର୍ଚ୍ଚ ତୁଲାଇବାକୁ ସରକାର ଋଣର ସର୍ବୋଚ୍ଚ ସୀମା(ରାଜ୍ୟ ଜିଡିପିର ୨୫%) ପର୍ଯ୍ୟନ୍ତ ଆହରଣ କରିବାକୁ ସଜବାଜ ହେଉଥିବାବେଳେ ନିଜର ପ୍ରାଥମିକତାରେ ପରିବର୍ତ୍ତନ କରି ୫ବର୍ଷିଆ ରଣନୀତି ପ୍ରସ୍ତୁତ କରିଛନ୍ତି। ଲୋକଙ୍କ ଜୀବନ ରକ୍ଷା ଓ ସେମାନଙ୍କୁ ଜୀବିକା ପ୍ରଦାନ କରିବା ତଥା ପ୍ରଭାବଶାଳୀ […]

corona

Tapas Behera
  • Published: Tuesday, 03 November 2020
  • , Updated: 03 November 2020, 10:49 PM IST

ଭୁବନେଶ୍ୱର(ପ୍ରକାଶ ସେଠୀ): ପ୍ରତିବର୍ଷ ବଜେଟର କଳେବରକୁ ଆଖିଦୃଶିଆ ବୃଦ୍ଧି କରି ରାଜ୍ୟର ଆର୍ଥିକ ସ୍ଥିତି ସୁଦୃଢ଼ ରହିଛି ବୋଲି ସନ୍ଦେଶ ଦେଉଥିବା ରାଜ୍ୟ ସରକାରଙ୍କ ଉପରେ କରୋନା ମହାମାରୀ ଶକ୍ତ ପ୍ରହାର କରିଛି। ଖର୍ଚ୍ଚ ତୁଲାଇବାକୁ ସରକାର ଋଣର ସର୍ବୋଚ୍ଚ ସୀମା(ରାଜ୍ୟ ଜିଡିପିର ୨୫%) ପର୍ଯ୍ୟନ୍ତ ଆହରଣ କରିବାକୁ ସଜବାଜ ହେଉଥିବାବେଳେ ନିଜର ପ୍ରାଥମିକତାରେ ପରିବର୍ତ୍ତନ କରି ୫ବର୍ଷିଆ ରଣନୀତି ପ୍ରସ୍ତୁତ କରିଛନ୍ତି। ଲୋକଙ୍କ ଜୀବନ ରକ୍ଷା ଓ ସେମାନଙ୍କୁ ଜୀବିକା ପ୍ରଦାନ କରିବା ତଥା ପ୍ରଭାବଶାଳୀ ଢଙ୍ଗରେ କୋଭିଡ୍ ପରିଚାଳନାକୁ ସ୍ୱଳ୍ପମିଆଦୀ ଭିତ୍ତିରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ଅର୍ଥ ବିଭାଗ ଏନେଇ ସମସ୍ତ ବିଭାଗକୁ ସୂଚନା ଦେଇ କୋଭିଡ୍ ମହାମାରୀ ଯୋଗୁ ପ୍ରଶାସନର ସବୁକ୍ଷେତ୍ର ପାଇଁ କିଭଳି ବ୍ୟାପକ ଚ୍ୟାଲେଞ୍ଜ ପାଲଟିଛି ସେ ସମ୍ପର୍କରେ ଅବଗତ କରାଇଛି। ଅର୍ଥ ବିଭାଗର ପ୍ରମୁଖ ସଚିବ ଅଶୋକ କୁମାର ମୀନା କହିଛନ୍ତି ଯେ, ୨୦୨୦ ମାର୍ଚ୍ଚ ମାସରୁ ଏହି ମହାମାରୀ ସହ ରାଜ୍ୟ ଲଢ଼େଇ କରୁଛି ଓ ଏହି ଯୁଦ୍ଧ ଆଉ କିଛି ଅଧିକ ସମୟ ମଧ୍ୟ ଚାଲିବ। ସ୍ଥାୟୀ ବିକାଶ ଲକ୍ଷ୍ୟକୁ ହାସଲ ନିମନ୍ତେ ମଧ୍ୟମମିଆଦୀ କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ସ୍ୱଳ୍ପମିଆଦୀ ଭାବେ ପ୍ରଭାବୀ ଢଙ୍ଗରେ କୋଭିଡ୍ ପରିଚାଳନା, ଲୋକଙ୍କ ଜୀବନ ରକ୍ଷା ଓ ଲୋକଙ୍କୁ ଜୀବିକା ପ୍ରଦାନ ହିଁ ପ୍ରାଥମିକତା ହୋଇ ରହିବ।

ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତିବେଳେ ମଧ୍ୟମମିଆଦୀ କାର୍ଯ୍ୟକ୍ରମରେ ଦ୍ରୁତଗତିରେ ଦାରିଦ୍ର‌୍ୟ ହ୍ରାସ, ଚାଷୀଙ୍କ ଉପାର୍ଜନ ବୃଦ୍ଧି, ସମସ୍ତଙ୍କୁ ପାଇପ୍ ଯୋଗେ ପାନୀୟ ଜଳଯୋଗାଣ, ଗୁଣାତ୍ମକ ଓ ସୁଲଭ ସ୍ୱାସ୍ଥ୍ୟସେବା ସୁବିଧା, ଗୁଣାତ୍ମକ ଶିକ୍ଷା ଓ ଦକ୍ଷତା ବିକାଶ, ଆର୍ଥିକ ଗତିବିଧିରେ ସୁଧାର ପାଇଁ ଗୁଣାତ୍ମକ ଭିତ୍ତିଭୂମି ନିର୍ମାଣ ସହ ମହିଳା, ଅନୁସୂଚିତ ଜାତି,ଜନଜାତିର ସଶକ୍ତିକରଣ, ଆର୍ଥିକ ଗତିବିଧିରେ ସେମାନଙ୍କର ଭାଗିଦାରୀ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ବିଭାଗଗୁଡ଼ିକ ୨୦୨୦-୨୧ର ସଂଶୋଧିତ ବଜେଟ୍ ଓ ୨୦୨୧-୨୨ର ବାର୍ଷିକ ବଜେଟ୍ ପ୍ରସ୍ତୁତିବେଳେ ଉପରୋକ୍ତ ଦିଗଗୁଡ଼ିକୁ ଗୁରୁତ୍ୱ ଦେବା ପାଇଁ ଅର୍ଥ ବିଭାଗ କହିଛି।

୨୦୨୦-୨୧ରେ ଦେଶର ଜିଡିପି ହାର ୪.୫% ରହିବ ବୋଲି ଆଇଏମଏଫ ଆକଳନ କରିଥିବାବେଳେ ୨୦୨୧-୨୨ରେ ଏଥିରେ ସୁଧାର ଆସି ଅଭିବୃଦ୍ଧି ହାର ୬% ଛୁଇଁବାର ଆଶା କରାଯାଉଛି। ସେହିପରି ଓଡ଼ିଶାର ଅଭିବୃଦ୍ଧି ହାର ୨୦୨୦-୨୧ରେ ନିର୍ଦ୍ଧାରିତ ଲକ୍ଷ୍ୟର ୧ରୁ ୨ପ୍ରତିଶତ କମ୍ ହେବା ସହ ୨୦୨୧-୨୨ରେ ୭% ରହିବ ବୋଲି ରାଜ୍ୟ ଅର୍ଥ ବିଭାଗ ଆକଳନ କରିଛି।

Related story