ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ମୋ ସ୍କୁଲ୍’ ଭଳି ଖୁବ୍ଶୀଘ୍ର ’ମୋ କଲେଜ’ ଯୋଜନା ଆରମ୍ଭ କରିବେ ରାଜ୍ୟ ସରକାର। କଲେଜଗୁଡ଼ିକର ଭିତ୍ତିଭୂମି ବିକାଶ ଲକ୍ଷ୍ୟରେ ଖୁବ୍ଶୀଘ୍ର ଏହି ଯୋଜନା ଆରମ୍ଭ କରାଯିବ। ଆଜି ବିଧାନସଭାରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏହି ସୂଚନା ଦେଇଛନ୍ତି।
ରାଜ୍ୟରେ ଉଚ୍ଚ ଶିକ୍ଷାର ଗୁଣାତ୍ମକ ମାନ ହ୍ରାସ ପାଉଥିବା ପ୍ରସଙ୍ଗରେ ବିଜେପି ବିଧାୟକ ମୋହନ ମାଝୀଙ୍କ ଦ୍ୱାରା ଆଗତ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ରାଜ୍ୟରେ ଗବେଷଣା ଲାଗି ଭିତ୍ତିଭୂମି ନଥିବା, ବିଶ୍ୱବିଦ୍ୟାଳୟଗୁଡ଼ିକ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଓ ଦେଶରେ ଶ୍ରେଷ୍ଠ ୧୦୦ କଲେଜ ତାଲିକାରେ ରାଜ୍ୟର କୌଣସି ସରକାରୀ ଶିକ୍ଷାନୁଷ୍ଠାନ ସ୍ଥାନ ନପାଇବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ ମୋହନ ମାଝୀ।
ସେହିପରି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର ବିଶ୍ୱବିଦ୍ୟାଳୟ ଗୁ଼ଡିକରେ ପଦବୀ ଖାଲି ପଡ଼ିବା, ଆଇନ୍ ଶିକ୍ଷା ପାଇଁ ସୁଯୋଗ ନଥିବା ଆଦି ପ୍ରସଙ୍ଗ ଉଠାଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ମୋହନ ସରକାରକୁ ପୁରିଲା ୫ ମାସ : ପୂରଣ ହେଉନି ନିଗମ ଓ ବୋର୍ଡ ମୁଖିଆ ପଦ, ବିଜେପି ନେତା ନିରାଶ
ରାଜ୍ୟରେ ପ୍ରଥମଥର ବିଜେପି ନିଜସ୍ୱ ଦମରେ କ୍ଷମତାକୁ ଆସିବା ପରେ ବିଭିନ୍ନ ସରକାରୀ ପଦପଦବୀରେ ରାଜନୀତିକ ନିଯୁକ୍ତି ପାଇଁ ଦଳର ଆଗଧାଡ଼ିର ନେତାମାନେ ବେଶ୍ ଉତ୍ସୁକ ହୋଇପଡ଼ିଥିଲେ ।
Politics
ଗାଁ ଦାଣ୍ଡରେ ମହିଳାଙ୍କୁ ଟଣାଓଟରା ଓ ମାରପିଟ୍; ବିବାଦ ଭିତରକୁ ପ୍ରମିଳାଙ୍କୁ ଟାଣିଲା ବିଜେପି
ଭାଇରାଲ୍ ହେଉଥିବା ଭିଡିଓରେ ଥିବା ମହିଳା ଜଣକ ହେଉଛନ୍ତି ଦଶରଥପୁର ଥାନା ରାହାସୋଇ ଗାଁର ଲଳିତା ପତି। ଗାଁ ଦାଣ୍ଡରେ ତାଙ୍କୁ କିଛି ବ୍ୟକ୍ତି ସଂଘ ବଦ୍ଧ ଭାବେ ଆକ୍ରମଣ କରୁଛନ୍ତି। ତାଙ୍କୁ ଟଣାଓଟରା ଓ ଠେଲାପେଲା କରୁଛନ୍ତି।
Miscellaneous
୭ ବର୍ଷ ପରେ ଯୋଗାଣ ବିଭାଗରୁ ଭିଭି ଯାଦବ ବିଦା, ଏସଏନ ଗିରିଶ ପଂଚାୟତିରାଜ ସଚିବ
କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଗିରିଶ ଏସ୍ ଏନ୍ ଙ୍କୁ ପଞ୍ଚାୟତିରାଜ ବିଭାଗର ସଚିବ ଦାୟିତ୍ୱ ମିଳିଛି।
Miscellaneous
ଚଳିତ ଶିକ୍ଷାବର୍ଷରୁ ଉଚ୍ଚଶିକ୍ଷା କ୍ଷେତ୍ରରେ ଆରମ୍ଭ ହେବ ଜାତୀୟ ଶିକ୍ଷା ନୀତି
ନୂତନ ଶିକ୍ଷା ନୀତି ୨୦୨୦ ଅନୁସାରେ ଓଡ଼ିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍, ଡିପ୍ଲୋମା, ଡିଗ୍ରୀ ଓ ଡିଗ୍ରୀ ଅନର୍ସ ପ୍ରଦାନ କରାଯିବ।
Jobs
ହୋମ୍ ଗାର୍ଡଙ୍କ ନିଯୁକ୍ତି ଉପରେ ଥିବା ରହିତାଦେଶ ପ୍ରତ୍ୟାହୃତ
ରାଜ୍ୟରେ ସମୁଦାୟ ହୋମ ଗାର୍ଡ ପଦବୀ ସଂଖ୍ୟା ହେଉଛି ୧୭,୬୭୫।