‘ନିର୍ଦ୍ଧାରିତ ଦରଠାରୁ ଅଧିକ ରେଟ୍‌ରେ ୟୁରିଆ ବିକିଲେ କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ୨୯୫ ଟଙ୍କାରେ ୟୁରିଆ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଏହି ନିର୍ଦ୍ଦେଶକୁ ଯେଉଁମାନେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଏପରିକି ସମବାୟ ବିଭାଗ ମଧ୍ୟ ଡେପୁଟୀ ରେଜିଷ୍ଟ୍ରାର ଓ ସିସିବି ସମ୍ପାଦକମାଙ୍କୁ ମଧ୍ୟ ଚିଠି କରାଯାଇଛି। ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ରାଜ୍ୟରେ ଚାଷୀଙ୍କୁ ମାର୍କଫେଡ୍‌ ସାର ଯୋଗାଏ। ସାର ମାର୍କଫେଡ୍‌ରୁ ପ୍ରାଥମିକ ସୋସାଇଟ୍‌କୁ ଯାଏ, ସେଠାରୁ ଚାଷୀ […]

Surya-Patro

Rakesh Mallick
  • Published: Friday, 25 August 2017
  • , Updated: 25 August 2017, 10:25 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚାଷୀଙ୍କୁ ୨୯୫ ଟଙ୍କାରେ ୟୁରିଆ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି। ମାତ୍ର ଏହି ନିର୍ଦ୍ଦେଶକୁ ଯେଉଁମାନେ ଉଲ୍ଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏନେଇ ସମବାୟ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି। ଏପରିକି ସମବାୟ ବିଭାଗ ମଧ୍ୟ ଡେପୁଟୀ ରେଜିଷ୍ଟ୍ରାର ଓ ସିସିବି ସମ୍ପାଦକମାଙ୍କୁ ମଧ୍ୟ ଚିଠି କରାଯାଇଛି।

ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ରାଜ୍ୟରେ ଚାଷୀଙ୍କୁ ମାର୍କଫେଡ୍‌ ସାର ଯୋଗାଏ। ସାର ମାର୍କଫେଡ୍‌ରୁ ପ୍ରାଥମିକ ସୋସାଇଟ୍‌କୁ ଯାଏ, ସେଠାରୁ ଚାଷୀ ନେଇ ଚାଷ କମରେ ପ୍ରୟୋଗ କରନ୍ତି। ଜୁଲାଇ ୩୧ ପୂର୍ବରୁ ଯେଉଁ ସାର କିଣାଯାଇଥିଲା ତାହାର ଦାମ ୨୯୮ ଟଙ୍କା ଥିଲା। ଜିଏଏସ୍‌ଟି ଲାଗୁ ହେବା ପରେ ସାର ରେଟ୍‌ ୩ ଟଙ୍କା କମିଥିଲା। ସେଥିପାଇଁ ୨୯୫ ଟଙ୍କାର ସାର ବିକ୍ରି କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ୩ ଟଙ୍କା ଭରଣା ରାଜ୍ୟ ସରକାର କରିଥିଲେ। ଏପରିକି ୨୯୫ ଟଙ୍କାରେ ସାର ବିକ୍ରି କରିବାକୁ ରାଜ୍ୟର ସମସ୍ତ ପ୍ରାଥମିକ ସୋସାଇଟ୍‌କୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ସେ କହିଛନ୍ତି-“ସରକାରଙ୍କ ନିର୍ଦ୍ଦେଶ ସତ୍ତ୍ୱେ କେତେକ ସୋସାଇଟି ୨୯୫ ବଦଳରେ ୩୩୦, ୩୩୫୦ ଓ ୩୧୬ ଟଙ୍କାରେ ସାର ବିକ୍ରି କରୁଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ଘଟଣାର ତର୍ଜମା କରାଯାଇଥିଲା। ପରେ ମାର୍କଫେଡ୍‌ର ଏମ୍‌ଡିଙ୍କୁ ଡାକି ଘଟଣାର ସମାଧାନ କରିବାକୁ କହିଥିଲି। ଏନେଇ ସେ ସାର ସମ୍ପର୍କରେ ଗଣମାଧ୍ୟମରେ ସୂଚନା ଦେଇଛନ୍ତି।”

Related story