ବାରିପଦା (ମାଣିକଲାଲ ପାଣି): କରୋନା ଯୁଦ୍ଧରେ ଏବେ ସାମିଲ ହୋଇଛନ୍ତି ଗ୍ରୀନ୍ ସୋଲଜର। ପୂର୍ବରୁ ସବୁଆଡେ ପୁଲିସ ନିୟୋଜିତ ହେଉଥିବା ବେଳେ ପ୍ରଥମ କରି ମୟୂରଭଞ୍ଜ ଜିଲ୍ଲାରେ ଗ୍ରୀନ୍ ସୋଲଜର ଅର୍ଥାତ୍ ବନ ବିଭାଗ କର୍ମଚାରୀଙ୍କୁ ଏହି ଯୁଦ୍ଧରେ ନିୟୋଜିତ କରାଯାଇଛି।
ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତ ମୟୂରଭଞ୍ଜ ଜିଲ୍ଲା ଦେଇ ଅନେକ ରାସ୍ତା ପଶ୍ଚିମବଙ୍ଗକୁ ଲାଗି ରହିଛି। ଏହି ରାସ୍ତାରେ ପଶ୍ଚିମବଙ୍ଗ ଏବଂ ଅନ୍ୟ ରାଜ୍ୟରୁ କରୋନା ସଂକ୍ରମିତ କିପରି ଓଡ଼ିଶା ପ୍ରବେଶ କରିନପାରିବେ, ତାହା ଉପରେ ନଜର ରଖିଛନ୍ତି ସରକାର ।
ବନ ବିଭାଗ କର୍ମଚାରୀଙ୍କର ଏହି ସବୁ ରାସ୍ତା ସମ୍ପର୍କରେ ବିଶେଷ ଧାରଣା ରହିଛି । ତେଣୁ ସେମାନଙ୍କୁ ବର୍ଡରରେ ମୁତୟନ କରାଯାଇଛି।
ବାରିପଦା ବନଖଣ୍ଡ ଅଧୀନ ଝାରପୋଖରିଆ, ଶୁଳିଆପଦା, ରାସଗୋବିନ୍ଦପୁର, ଚାନ୍ଦୁଆ ଓ ମୋରଡ଼ା ଆଦି ୫ଟି ଥାନା ଅଧୀନରେ ଥିବା ବିଭିନ୍ନ ଜଙ୍ଗଲିଆ ରାସ୍ତାରେ ଏହି ବନ କର୍ମଚାରୀମାନଙ୍କୁ ଦାୟିତ୍ୱ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ରାତ୍ର ଭୋଜନ ପରେ ମିଠା ଖାଉଛନ୍ତି କି ? ହୋଇଯାଆନ୍ତୁ ସାବଧାନ
ରାତ୍ର ଭୋଜନ ପରେ ମିଠାଖାଇବା ଦ୍ୱାରା ହୃଦଘାତ ହେବାର ସମ୍ଭାବନା ରହିଛି।
Health
ଭଲ ହୋଇଯିବ ଓଠ ଫଟା; ଆପଣାନ୍ତୁ ଏହି ଘରୋଇ ଉପଚାର
ଲିପବାମ୍ ବ୍ୟବହାର କରିବା ପରିବର୍ତ୍ତେ ଘରୋଇ ଉପଚାର ମାଧ୍ୟମରେ ଆମେ ଓଠ ଫାଟିବାରୁ ମୁକ୍ତି ପାଇ ପାରିବା।
Health
କ୍ୟାନ୍ସର ପାଇଁ ଆସିଲା ଟିକା, ନୂଆବର୍ଷରୁ ମାଗଣା ମିଳିବ
ନୂଆବର୍ଷରୁ ଏହା ସମସ୍ତ ନାଗରିକଙ୍କ ପାଇଁ ମାଗଣାରେ ଉପଲବ୍ଧ ହେବ। ତେବେ ଏହି ଟିକାର ନା' କ'ଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ।
Health
ଭୁବନେଶ୍ୱର AIIMSରେ ୩ ମାସରେ ୩୧ ଏଚ୍ଆଇଭି ପଜିଟିଭ୍ ଚିହ୍ନଟ
ଭାରତରେ ଏଚଆଇଭି ସର୍ଭିଲାନ୍ସ ପାଇଁ ଥିବା ୮ଟି ଆଞ୍ଚଳିକ ପ୍ରତିଷ୍ଠାନ ମଧ୍ୟରୁ ଭୁବନେଶ୍ୱର ଏମ୍ସ ଅନ୍ୟତମ।
Health
ଅଟୋ ପାର୍ଟସ ଦୋକାନ ଭିତରେ ଚାଲିଥିଲା ନକଲି ଚା’ କାରଖାନା; ଚଢାଉ କଲା ପୁଲିସ୍
ନାମିଦାମୀ କମ୍ପାନୀର ଲୋଗୋ ଲଗାଇ ବିକ୍ରି ହେଉଥିଲା ନକଲି ଚା'।