ବାହା ହେବାକୁ ଆସିଲାନି ବର: ଝିଅ ଘର କହିଲେ, କୋଟିଏ ମାଗିଥିଲେ

ଅନୁଗୋଳ(ଓଡ଼ିଶା ରିପୋର୍ଟର): ଦାବି ମୁତାବକ କୋଟିଏ ଟଙ୍କା ଦେଇପାରିଲେନି କନ୍ୟାଘର। ଫଳରେ ବାହା ହେବାକୁ ଆସିଲାନି ବର। ବେଦୀରୁ ନିରାଶ ହୋଇ ଫେରିଲେ କନ୍ୟା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଅନୁଗୋଳ ଜିଲ୍ଲାରେ।

ଗତକାଲି  ଜିଲ୍ଲାର ତାମଡ଼ା କଲ୍ୟାଣ ମଣ୍ଡପରେ ଏକ ବିବାହ କାର୍ଯ୍ୟକ୍ରମ ଥିଲା।  ଏଥିପାଇଁ କନ୍ୟା ପକ୍ଷରୁ ସବୁ ପ୍ରସ୍ତୁତି ସରିଥିଲା କେବଳ ଅପେକ୍ଷା ଥିଲା ବର ଓ ବରଯାତ୍ରୀଙ୍କୁ। ହେଲେ ବିଳମ୍ବିତ ରାତି ହୋଇଯାଇଥିଲେ ହେଁ ବର ଆସି ନ ଥିଲା।  ଫଳରେ ମଙ୍ଗୁଳା ହୋଇ ବସିଥିବା କନ୍ୟା ନିରାଶ ହୋଇ ଫେରିଥିଲେ। ପରେ ସେ ଏ ନେଇ ଥାନାରେ ଦ୍ୱାରସ୍ଥ ହୋଇଛନ୍ତି।

କନ୍ୟାଙ୍କ ଅଭିଯୋଗ ଅନୁସାରେ, ନିର୍ବନ୍ଧ ବେଳେ କନ୍ୟା ପକ୍ଷରୁ ବର ପକ୍ଷଙ୍କୁ ୨୦ ଲକ୍ଷ ଟଙ୍କା ଦିଆଯାଇଥିଲା। ତେବେ ଗତକାଲି ସକାଳେ ବର ପକ୍ଷରୁ ଯୌତୁକ ବାବଦରେ ୧ କୋଟି ଟଙ୍କା ଦାବି କରାଯାଇଥିଲା। ହେଲେ କନ୍ୟାପିତା ଏହା ଦେବାକୁ ଅକ୍ଷମତା ପ୍ରକାଶ କରିଥିଲେ।  ଫଳରେ ବର ଆସି ନ ଥିବା ଜଣାପଡ଼ିଛି।  ଉଭୟ ବର ଓ କନ୍ୟା ସଫଟେଓ୍ୱର୍ ଇଞ୍ଜିନୟିର ଭାବେ  କାମ କରୁଛନ୍ତି।  କନ୍ୟା ବେଙ୍ଗାଲୁରୁରେ ଏକ  କମ୍ପାନୀରେ କାମ କରୁଥିବା ବେଳେ ବର ଆମେରିକାରେ କାମ କରୁଛନ୍ତି।  ତେବେ ଯୌତୁକ ପାଇଁ ବର ନ ଆସିବା ଘଟଣା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି।  ସେପଟେ ପୋଲିସ ବରପକ୍ଷ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି।

କନ୍ୟା  କହିଛନ୍ତି,“ବର ଘର ପକ୍ଷରୁ କୋଟିଏ ଟଙ୍କା ଯୌତୁକ ଦାବି କରାଯାଇଥିଲା। କୋଟିଏ ଟଙ୍କା ନ ଦେଲେ ବିବାହ ହୋଇପାରିବନି ବୋଲି ବିବାହ ଦିନ ବର ଘର ପକ୍ଷରୁ କୁହାଯାଇଥିଲା। ଆଗରୁ ଏ ବିଷୟରେ କହି ନଥିଲେ।। ଆମେ ତାଙ୍କ ଦାବି ପୂରଣ କରିପାରିଲୁ ନାହିଁ। ବିବାହ ହୋଇପାରିନାହିଁ। ବିବାହ ଦିନ ପୁଅ ଫେରାର ହୋଇଗଲା। ମୋତେ ନ୍ୟାୟ ଦରକାର।”

ଅନୁଗୋଳ ଏସଡିପିଓ ହରିହର ପାଣି କହିଛନ୍ତି, “ଅନୁଗୋଳ ଥାନାରେ ପୁଅ, ପୁଅର ବାପା,ମାଆ, କକାଓ ଖୁଡ଼ୀ ନାଁରେ ମାମଲା ଦାୟର  ହୋଇଛି। ଏହି ଘଟଣାର ତଦନ୍ତ ଚାଲିଛି। ଫେରାର ହୋଇଯାଇଥିବା ପୁଅ କିପରି ଆମେରିକା ଯାଇପାରିବ ନାହିଁ ଆମେ ତା’ର ବ୍ୟବସ୍ଥା କରୁଛୁ।”

Ordigital Desk
• Published: Thursday, 25 January 2018
• Updated: 25 January 2018, 12:50 PM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos