ଠିକାଦାରୀକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: କପ୍ତିପଦା ବଜାର ବନ୍ଦ

ଉଦଳା: ଗତକାଲି ଠିକାଦାର କାମକୁ ନେଇ କପ୍ତିପଦା ମୁଖ୍ୟ ବଜାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାର ପ୍ରତିବାଦ କରି ଆଜି କପ୍ତିପଦା ବଜାର କମିଟି ପକ୍ଷରୁ କପ୍ତିପଦା ବଜାର ବନ୍ଦ କରାଯାଇଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି। ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମୁଖ୍ୟ ବଜାରରେ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଠିକାଦାର କାମକୁ ନେଇ ବଚସା ହୋଇଥିଲା। ପରେ ରାତି ପ୍ରାୟ ୧୧ଟା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା […]

udala

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 08:41 AM IST

ଉଦଳା: ଗତକାଲି ଠିକାଦାର କାମକୁ ନେଇ କପ୍ତିପଦା ମୁଖ୍ୟ ବଜାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟିଥିଲା। ଏହାର ପ୍ରତିବାଦ କରି ଆଜି କପ୍ତିପଦା ବଜାର କମିଟି ପକ୍ଷରୁ କପ୍ତିପଦା ବଜାର ବନ୍ଦ କରାଯାଇଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅନ୍ତର୍ଗତ ମୁଖ୍ୟ ବଜାରରେ ଗତକାଲି ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଠିକାଦାର କାମକୁ ନେଇ ବଚସା ହୋଇଥିଲା। ପରେ ରାତି ପ୍ରାୟ ୧୧ଟା ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ସଂଘର୍ଷର ରୂପ ନେଇଥିଲା। ଏଥିରେ ଉଭୟ ପକ୍ଷରୁ ୫ଜଣ ଆହତ ହୋଇଥିଲେ। ଗଣ୍ଡଗୋଳକାରୀ ୬ଟି ବାଇକ୍‌ ଭାଙ୍ଗି ଦେଇଥିଲେ। ଗୋଟିଏ ପକ୍ଷ ଏନେଇ ଥାନାରେ ଅଭିଯୋଗ କରିଛି।  ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

Related story