ଜିଏସଟି ବିଲ୍ ତର୍ଜମା; ସିଲେକ୍ଟ କମିଟିରେ ଦିଲୀପ ତିର୍କି

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୁଡସ୍ ଆଣ୍ଡ ସର୍ଭିସେସ୍ ବା ଜିଏସଟି ବିଲର ତର୍ଜମା ପାଇଁ ରାଜ୍ୟସଭାର ସଦସ୍ୟଙ୍କୁ ନେଇ ଗଠିତ ସିଲେକ୍ଟ କମିଟିରେ ବିଜେଡି ସାଂସଦ ଦିଲୀପ ତିର୍କିଙ୍କୁ ସଦସ୍ୟ କରାଯାଇଛି। ଏହି କମିଟି ଆସନ୍ତା ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହରେ ରିପୋର୍ଟ ଦେବ। ପ୍ରବଳ ବିରୋଧ ଯୋଗୁ ରାଜ୍ୟସଭାରେ ଜିଏସଟି ବିଲ୍ ପାରିତ ହେବା ନେଇ ଆଶଙ୍କା ଦେଖାଯିବାରୁ କେନ୍ଦ୍ର ସରକାର ଏହାକୁ ଗୃହର ଏକ ସିଲେକ୍ଟ କମିଟିକୁ ପଠାଇ ଦେଇଛନ୍ତି। ଏନେଇ ସୋମବାର ସରକାର ନିଷ୍ପତ୍ତି […]

dilip_tirky

Rakesh Mallick
  • Published: Wednesday, 13 May 2015
  • , Updated: 13 May 2015, 02:58 AM IST

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଗୁଡସ୍ ଆଣ୍ଡ ସର୍ଭିସେସ୍ ବା ଜିଏସଟି ବିଲର ତର୍ଜମା ପାଇଁ ରାଜ୍ୟସଭାର ସଦସ୍ୟଙ୍କୁ ନେଇ ଗଠିତ ସିଲେକ୍ଟ କମିଟିରେ ବିଜେଡି ସାଂସଦ ଦିଲୀପ ତିର୍କିଙ୍କୁ ସଦସ୍ୟ କରାଯାଇଛି। ଏହି କମିଟି ଆସନ୍ତା ମୌସୁମୀ ଅଧିବେଶନର ପ୍ରଥମ ସପ୍ତାହରେ ରିପୋର୍ଟ ଦେବ।

ପ୍ରବଳ ବିରୋଧ ଯୋଗୁ ରାଜ୍ୟସଭାରେ ଜିଏସଟି ବିଲ୍ ପାରିତ ହେବା ନେଇ ଆଶଙ୍କା ଦେଖାଯିବାରୁ କେନ୍ଦ୍ର ସରକାର ଏହାକୁ ଗୃହର ଏକ ସିଲେକ୍ଟ କମିଟିକୁ ପଠାଇ ଦେଇଛନ୍ତି। ଏନେଇ ସୋମବାର ସରକାର ନିଷ୍ପତ୍ତି ନେଇଥିଲେ ଏବଂ ଗତକାଲି ଏ ନେଇ ଗୃହରେ କମିଟିର ସଦସ୍ୟମାନଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା କରିଥିଲେ। ୨୧ ଜଣ ସଦସ୍ୟକୁ ନେଇ ଏହି କମିଟି ଗଠନ କରାଯାଇଛି। ଗତ ବୁଧବାର ଲୋକସଭାରେ ଜିଏସଟି ବିଲ୍ ପାସ୍ ହୋଇଯାଇଥିଲା। କଂଗ୍ରେସ ଏଥିରେ କିଛି ସଂଶୋଧନ ଚାହୁଁଥିବା ବେଳେ ଏଆଇଏଡିଏମକେ ଏହାକୁ ସଂପୂର୍ଣ୍ଣ ବିରୋଧ କରି ଆସୁଛି।

ସୂଚନାଯୋଗ୍ୟ, ଜମି ଅଧିଗ୍ରହଣ ବିଲର ତର୍ଜମା ପାଇଁ ବି ଯୁଗ୍ମ ସଂସଦୀୟ କମିଟି ଗଠନ କରିଛନ୍ତି କେନ୍ଦ୍ର ସରକାର। ଲୋକସଭାରୁ ୨୦ ଓ ରାଜ୍ୟସଭାରୁ ୧୦ ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି ଏହି କମିଟି। ଏସ.ଏସ ଆଲୁୱାଲିଆଙ୍କ ନେତୃତ୍ୱରେ ଗଠିତ ହୋଇଛି ଏହି କମିଟିରେ ବିଜେଡି ସାଂସଦ ଭର୍ତ୍ତୃହରି ମହତାବଙ୍କୁ ସ୍ଥାନିତ କରାଯାଇଛି।

Related story