ସକାଳେ ଆଇଟି ଓ ସନ୍ଧ୍ୟାରେ ଜିଏସ୍‌ଟି ବିଭାଗର ଚଢ଼ଉ

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗ୍ରହଣ ପୂର୍ବରୁ ଚାଲିଛି ଘନ ଘନ ରେଡ୍‌। ସକାଳେ ଆଇଟି ରେଡ୍‌ କରିଥିବା ବେଳେ ସନ୍ଧ୍ୟାରେ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଉଛି। ଏହି ଚଢ଼ଉ ପଦ୍ମପୁରରେ ଥିବା ଏକ ଲୁଗା ଦୋକାନ ଓ ପେଟ୍ରୋଲ ପମ୍ପରେ ହୋଇଛି। ଏହାଛଡ଼ା ପାଇକମାଲ ଓ ଝାରବନ୍ଧରେ ଥିବା କେତେକ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଚଢ଼ଉ ହେଉଛି। ତେବେ କ’ଣ ପାଇଁ ରେଡ୍‌ କରାଯାଉଛି, ତାହା ସେମାନେ କିଛି କହୁନାହାନ୍ତି। ଏଥିପାଇଁ […]

GST-Raid

GST-Raid

Manoranjan Sial
  • Published: Monday, 28 November 2022
  • Updated: 28 November 2022, 08:12 PM IST

Sports

Latest News

ପଦ୍ମପୁର (ଓଡ଼ିଶା ରିପୋର୍ଟର): ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗ୍ରହଣ ପୂର୍ବରୁ ଚାଲିଛି ଘନ ଘନ ରେଡ୍‌। ସକାଳେ ଆଇଟି ରେଡ୍‌ କରିଥିବା ବେଳେ ସନ୍ଧ୍ୟାରେ ଜିଏସ୍‌ଟି ବିଭାଗ ପକ୍ଷରୁ ଚଢ଼ଉ କରାଯାଉଛି। ଏହି ଚଢ଼ଉ ପଦ୍ମପୁରରେ ଥିବା ଏକ ଲୁଗା ଦୋକାନ ଓ ପେଟ୍ରୋଲ ପମ୍ପରେ ହୋଇଛି। ଏହାଛଡ଼ା ପାଇକମାଲ ଓ ଝାରବନ୍ଧରେ ଥିବା କେତେକ ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ ଚଢ଼ଉ ହେଉଛି। ତେବେ କ’ଣ ପାଇଁ ରେଡ୍‌ କରାଯାଉଛି, ତାହା ସେମାନେ କିଛି କହୁନାହାନ୍ତି। ଏଥିପାଇଁ ଦୋକାନ ଆଗରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଚଢ଼ଉ ନେଇ ଲୁଗା ଦୋକାନୀ ସୁନୀଲ୍‌ ଅଗ୍ରୱାଲ୍‌ଙ୍କ ବାପା କହିଛନ୍ତି, ଜିଏସ୍‌ଟି ଠକେଇ କରିଛି ବୋଲି କହି ଚଢ଼ଉ କରିଛନ୍ତି। ପ୍ରଥମ ଥର ପାଇଁ ଏହି ଚଢ଼ଉ ହୋଇଛି। ମୁଁ ବିଜେପିରୁ ପଦ୍ମପୁର ବ୍ଲକର ପୂର୍ବତନ ଚେୟାରମ୍ୟାନ୍‌ ଥିଲି। ଏବେ ମୋ’ ପୁଅ ପଦ୍ମପୁର ବିଜେପି ନଗର ସଭାପତି ଅଛି। ଆକ୍ରୋଶମୂଳକ ଭାବେ ଏହି ଚଢ଼ଉ କରାଯାଉଛି ବୋଲି ଅଗ୍ରୱାଲ୍‌ କହିଛନ୍ତି।

ରେଡ ସମ୍ପର୍କରେ ଖବର ପାଇ ଦୋକାନରେ ପହଞ୍ଚିଥିଲେ ବିଜେପି ନେତା। ସେମାନେ ଲୁଗା କିଣିବାକୁ ଆସିଥିବା କହିଥିଲେ। ଆମେ କେମିତି ଜାଣିବୁ ଜିଏସ୍‌ଟି ରେଡ୍‌ ହେଉଛି ବୋଲି?

ବିଜେପି ନେତା କାଳନ୍ଦୀ ସାମଲ କହିଛନ୍ତି, ଦୋକାନ ଖୋଲା ରହିଛି। ତେଣୁ ଆମେ ଲୁଗା କିଣିବାକୁ ଆସିଛୁ। କିନ୍ତୁ ଆମେ ଜାଣିପାରୁ ନାହୁଁ, ସେମାନେ ସେଲ୍‌ସମ୍ୟାନ୍‌ ନା ଅଧିକାରୀ ବୋଲି ସ୍ପଷ୍ଟ କରନ୍ତୁ। ଯଦି ରେଡ୍‌ କରିବେ, ତାହାହେଲେ ସେମାନେ ଦୋକାନ ବନ୍ଦ କରି ଚଢ଼ଉ କରିବେ। ଦୋକାନ ଖୋଲା ରହିଛି ବୋଲି ଆମେ ଗ୍ରାହକ ହୋଇ ଆସିଛୁ ବୋଲି ଶ୍ରୀ ସାମଲ କହିଛନ୍ତି।

ପିଙ୍କି ପ୍ରଧାନ କହିଛନ୍ତି, ଆପଣ କେବେ ଦେଖିଛନ୍ତି କି ସାମ୍ୱାଦିକଙ୍କୁ ଡାକି ଦୋକାନ ଖୋଲା କରି ରେଡ୍‌ କରିବାର। ଦୋକାନ ଖୋଲା ରହିଛି, ମୁଁ କିଣୁଛି, ଆପଣମାନେ ମଧ୍ୟ କିଣାକିଣି କରନ୍ତୁ ପିଙ୍କି ପ୍ରଧାନ କହିଛନ୍ତି।

ଆଜି ସକାଳେ ସ୍ଥାନୀୟ ୩ ବିଜେଡି ନେତାଙ୍କ ଘରେ IT ରେଡ୍‌ କରିଥିଲା। ବହିଦାରପଡ଼ାର ମହମ୍ମଦ ସାଜିଦ, ସାହୁପଡ଼ାର ମାନଭଞ୍ଜନ ସାହୁ ଓ ବଡ଼ପଡ଼ାର ଗଜୁ ଅଗ୍ରୱାଲଙ୍କ ଘରେ ଏକକାଳୀନ ରେଡ୍ କରାଯାଇଥିଲା। ଆୟକର ବିଭାଗ ପକ୍ଷରୁ ଏକାଧିକ ଟିମ୍‌ ରେଡରେ ସାମିଲ ହୋଇଥିଲେ। ବହିଦାରପଡ଼ାରେ ଥିବା ମହମ୍ମଦ ସାଜିଦଙ୍କ ଦୁଇଟି ଯାକ ଘରେ ଏକକାଳୀନ ରେଡ୍‌ କରାଯାଇଥିଲା। ତେବେ ରେଡ୍‌ କ’ଣ ପାଇଁ କରାଯାଉଛି, ସେ ବିଷୟରେ କେହି ବି ମୁହଁ ଖୋଲି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos