ଯୁବାବସ୍ଥା ଜୀବନର ସବୁଠାରୁ ମୁଲ୍ୟବାନ ସମୟ:ରାଜ୍ୟପାଳ

ସମ୍ୱଲପୁର : ସମ୍ୱଲପୁରର ମାଝିପାଲି ସ୍ଥିତ ଖ୍ରୀଷ୍ଟଜ୍ୟୋତି ମହାବିଦ୍ୟାଳୟରେ ଆୟୋଜିତ ଆଞ୍ଚଳିକ ଯୁବ ସମାବେଶକୁ ଉଦଘାଟନ କରିଛନ୍ତି ମହାମହିମ ରାଜ୍ୟପାଳ ଏସ.ସି.ଜମିର। ଏହି ଅବସରରେ ସେ ଯୁବପୀଢିକୁ ଦେଶ ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ଯୁବାବସ୍ଥା ଜୀବନର ସବୁଠାରୁ ମୁଲ୍ୟବାନ ସମୟ, ତେଣୁ ଏହି ସମୟର ସଦୁପୋଯୋଗ କରିବା ଦରକାର । ସୃଜନାତ୍ମକ ଚିନ୍ତାଧାରା, ସାଧୁତା ଓ ଆଧ୍ୟାତ୍ମିକର ଉପଲବ୍ଧି ମାଧ୍ୟମରେ ଜୀବନକୁ ପରିଚାଳିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ଅବସରରେ […]

governor sc jamir

governor sc jamir

Rakesh Mallick
  • Published: Thursday, 14 May 2015
  • Updated: 14 May 2015, 08:05 AM IST

Sports

Latest News

ସମ୍ୱଲପୁର : ସମ୍ୱଲପୁରର ମାଝିପାଲି ସ୍ଥିତ ଖ୍ରୀଷ୍ଟଜ୍ୟୋତି ମହାବିଦ୍ୟାଳୟରେ ଆୟୋଜିତ ଆଞ୍ଚଳିକ ଯୁବ ସମାବେଶକୁ ଉଦଘାଟନ କରିଛନ୍ତି ମହାମହିମ ରାଜ୍ୟପାଳ ଏସ.ସି.ଜମିର। ଏହି ଅବସରରେ ସେ ଯୁବପୀଢିକୁ ଦେଶ ଗଠନରେ ଆଗେଇ ଆସିବାକୁ ଆହ୍ୱାନ ଦେଇଛନ୍ତି। ଯୁବାବସ୍ଥା ଜୀବନର ସବୁଠାରୁ ମୁଲ୍ୟବାନ ସମୟ, ତେଣୁ ଏହି ସମୟର ସଦୁପୋଯୋଗ କରିବା ଦରକାର । ସୃଜନାତ୍ମକ ଚିନ୍ତାଧାରା, ସାଧୁତା ଓ ଆଧ୍ୟାତ୍ମିକର ଉପଲବ୍ଧି ମାଧ୍ୟମରେ ଜୀବନକୁ ପରିଚାଳିତ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ଅବସରରେ ରାଜ୍ୟପାଳଙ୍କ ସହ ଆସିଥିବା ତାଙ୍କ ପତ୍ନୀ ଆଲେମ୍ଲା ଜମିର ଏକ ସିଡି ଓ ସ୍ମରଣିକାକୁ ଉନ୍ମୋଚିତ କରିଥିଲେ। ଏହି ଅବସରରେ ଛଅଜଣ ଯୁବ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା।

  ତିନିଦିନ ଧରି ଚାଲିବାକୁ ଥିବା ଏହି ଯୁବ ସମାବେଶରେ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରାୟ ଦେଢହଜାର ଖ୍ରିଷ୍ଟିଆନ ଯୁବକ ଯୁବତୀ ଯୋଗ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ  ସମ୍ୱଲପୁର ବିଶପ ନିରଂଜନ ସୁଆଲସିଂ, ବିସପ ସିମନ କାଇପୁରମ, ପ୍ରମୁଖ ଯୋଗ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos