‘ପ୍ରଶ୍ନପତ୍ରରେ ଚିହ୍ନ ରହିଲେ କପି କରୁଛ ବୋଲି ଧରାଯିବ’

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବାକୁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍‌।  ଏଥିନିମନ୍ତେ ତିଆରି ହୋଇଛି ସ୍ୱତନ୍ତ୍ର ନିୟମାବଳୀ ।ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ  ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା ଚାଲିଥିବା ଭିତରେ ପ୍ରଶ୍ନପତ୍ରରେ କୌଣସି ଚିହ୍ନ ନଦେବାକୁ ପରାମର୍ଶ ଦିଆଯାଇଛି। ଯଦି ପରୀକ୍ଷା ସମୟରେ କୌଣସି ପରୀକ୍ଷାର୍ଥୀ ନିଜ ପ୍ରଶ୍ନପତ୍ରରେ ଚିହ୍ନ ଦେଇଥିବେ ସେ କପି କରୁଥିବା ଧରାଯିବ। ପରୀକ୍ଷା କେନ୍ଦ୍ରରେ […]

plus-two-exams...99

Tapaswini Nayak
  • Published: Saturday, 29 February 2020
  • , Updated: 29 February 2020, 02:54 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇ ପରୀକ୍ଷାକୁ ଅବାଧ ଓ କପିମୁକ୍ତ କରିବାକୁ ପ୍ରସ୍ତୁତ ହୋଇଛି ରୋଡମ୍ୟାପ୍‌।  ଏଥିନିମନ୍ତେ ତିଆରି ହୋଇଛି ସ୍ୱତନ୍ତ୍ର ନିୟମାବଳୀ ।ପରୀକ୍ଷା କେନ୍ଦ୍ର ଭିତରକୁ ମୋବାଇଲ ଫୋନ୍ ଏବଂ ଅନ୍ୟାନ୍ୟ  ବୈଦ୍ୟୁତିକ ଉପକରଣକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ପରୀକ୍ଷାର୍ଥୀମାନେ ପରୀକ୍ଷା ଚାଲିଥିବା ଭିତରେ ପ୍ରଶ୍ନପତ୍ରରେ କୌଣସି ଚିହ୍ନ ନଦେବାକୁ ପରାମର୍ଶ ଦିଆଯାଇଛି। ଯଦି ପରୀକ୍ଷା ସମୟରେ କୌଣସି ପରୀକ୍ଷାର୍ଥୀ ନିଜ ପ୍ରଶ୍ନପତ୍ରରେ ଚିହ୍ନ ଦେଇଥିବେ ସେ କପି କରୁଥିବା ଧରାଯିବ।

ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପୂର୍ବରୁ ସମସ୍ତ ଅଧିକାରୀ, ଅବଜର୍ଭର, ସ୍କ୍ୱାଡ୍ ମେମ୍ବର, ଜିଲ୍ଲା ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ କର୍ମଚାରୀମାନେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ନିକଟରେ ମୋବାଇଲ ଫୋନ ଦାଖଲ କରିବାକୁ କଡ଼ା ନିୟମ କରାଯାଇଛି। ଏହାସହ ପରୀକ୍ଷା ସରିବା ପୂର୍ବରୁ ପରୀକ୍ଷା କେନ୍ଦ୍ର ଛାଡ଼ିଲେ ଛାତ୍ରଛାତ୍ରୀ ପ୍ରଶ୍ନପତ୍ର ସାଙ୍ଗରେ ନେଇପାରିବେ ନାହିଁ ବୋଲି ମଧ୍ୟ ନିୟମ କରାଯାଇଛି।  ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏନେଇ  ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।  

ପରିଷଦ ପକ୍ଷରୁ ଆହୁରି କୁହାଯାଇଛି ଯେ, ପ୍ରଶ୍ନପତ୍ରଗୁଡ଼ିକ ସକାଳ ୯ଟା ୩୦ ମିନିଟ୍‌ ସମୟରେ ପରୀକ୍ଷାକେନ୍ଦ୍ରରେ ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟ, ଡେପୁଟି  ସୁପରିଣ୍ଟେଣ୍ଡେଣ୍ଟ ଓ ହବ୍ ଅବଜର୍ଭରଙ୍କ ଉପସ୍ଥିତିରେ ପ୍ରଶ୍ନ ପତ୍ର ଖୋଲାଯିବ। ଆଲର୍ଟମେଣ୍ଟ ଅନୁସାରେ ରୁମ୍‌ ଅନୁସାରେ ଭାଗ ଭାଗ କରାଯିବ। ତାକୁ ସିଲ୍ଡ କଭର ମାଧ୍ୟମରେ ପ୍ରତ୍ୟେକ ରୁମ୍‌ରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ। । ୧୦ଟା ସମୟରେ ପ୍ରଶ୍ନପତ୍ର ଦିଆଯିବ। ପ୍ରଶ୍ନପତ୍ର ବଳି ପଡ଼ିଲେ, ତାକୁ ସିଲ୍‌ କରି ରଖାଯିବ। ୧୦ଟା ୩୦ ମିନିଟ୍ ପରେ କୌଣସି ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ହଲ ଭିତରକୁ ଛଡ଼ାଯିବା ନାହିଁ।

ସୂଚନାଯୋଗ୍ୟ, ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଆସନ୍ତା ୩ ତାରିଖରୁ ଆରମ୍ଭ ହୋଇ ୨୮ ତାରିଖ ଯାଏ ଚାଲିବ। ଏହି ସମୟ ମଧ୍ୟରେ ମୋଟ ୨୦ଟି ସିଂଟିରେ ରାଜ୍ୟର ୩ ଲକ୍ଷ ୫୦ ହଜାର ୮ ଶହ ପିଲା ପରୀକ୍ଷା ଦେବେ।

Related story