ଶୃଙ୍ଖଳିତ ନିର୍ବାଚନ ପାଇଁ ଜାରି ହେଲା ଗାଇଡ୍‌ଲାଇନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ନେଇ ସବୁ ଦଳ ମଧ୍ୟରେ ଚାଲିଛି ଜୋରଦାର କସରତ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ ଆଡ୍‌ଭାଇଜାରୀ ସହ ପବ୍ଲିକ୍ ମିଟିଂ, ରାଲି ଓ ରୋଡ୍‌ ଶୋ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ସେହିପରି ଶିଶୁ, ପଶୁ ଓ ସ୍କୁଲ ଡ୍ରେସ୍‌ରେ ଥିବା ପିଲାଙ୍କୁ ପ୍ରଚାରରେ ସାମିଲ ନକରିବାକୁ ନିର୍ଦ୍ଦେଶ ରହିଛି। ନିୟମ ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କଠାରୁ ଫାଇନ ଆଦାୟ ସହ ମାମଲା […]

police

Manoranjan Sial
  • Published: Wednesday, 13 March 2019
  • , Updated: 13 March 2019, 10:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ନେଇ ସବୁ ଦଳ ମଧ୍ୟରେ ଚାଲିଛି ଜୋରଦାର କସରତ। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର କମିଶନରେଟ ପୁଲିସ ପକ୍ଷରୁ ପ୍ରାର୍ଥୀଙ୍କ ପାଇଁ ଆଡ୍‌ଭାଇଜାରୀ ସହ ପବ୍ଲିକ୍ ମିଟିଂ, ରାଲି ଓ ରୋଡ୍‌ ଶୋ ପାଇଁ ଗାଇଡ୍‌ ଲାଇନ୍‌ ଜାରି କରାଯାଇଛି। ସେହିପରି ଶିଶୁ, ପଶୁ ଓ ସ୍କୁଲ ଡ୍ରେସ୍‌ରେ ଥିବା ପିଲାଙ୍କୁ ପ୍ରଚାରରେ ସାମିଲ ନକରିବାକୁ ନିର୍ଦ୍ଦେଶ ରହିଛି। ନିୟମ ଉଲ୍ଲଂଘନ କଲେ ପ୍ରାର୍ଥୀଙ୍କଠାରୁ ଫାଇନ ଆଦାୟ ସହ ମାମଲା ରୁଜୁ କରାଯିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

ଗାଇଡ୍‌ ଲାଇନ୍‌

୧- ପ୍ରାର୍ଥୀଙ୍କ ଶୋଭାଯାତ୍ରା ଟ୍ରାଫିକ ସମସ୍ୟା ସୃଷ୍ଟି କରିବନି।
୨଼- ଶୋଭାଯାତ୍ରା ରୁଟ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯିବ।

୩- କୌଣସି ବ୍ୟକ୍ତିଙ୍କ ଘର ବାହାରେ ବିରୋଧ କିମ୍ବା ପିକେଟିଂ କରିବା ଉପରେ କଟକଣା ରହିବ।
୩- ଅନ୍ୟ ପ୍ରାର୍ଥୀଙ୍କ ସାଧାରଣ ସଭା କିମ୍ବା ଶୋଭାଯାତ୍ରାକୁ ବାଧା ନଉପୁଜାଇବା ପାଇଁ ନିର୍ଦ୍ଦେଶ।
୪- ଗୋଟିଏ ରାଜନୈତିକ ଦଳର ସଭା ଚାଲିଥିବା ବେଳେ ସେହି ପାଖଦେଇ ଅନ୍ୟ ରାଜନୈତିକ ଦଳର ଶୋଭାଯାତ୍ରା ଯାଇପାରିବ ନାହିଁ।
୫- ଶୋଭାଯାତ୍ରା ବେଳେ ମାରଣାସ୍ତ୍ର କିମ୍ବା ମାରଣାସ୍ତ୍ର ଭଳି ସାମଗ୍ରୀ ଉପରେ କଟକଣା ଜାରି କରାଯାଇଛି।
୬- ରାତି ୧୦ଟା ପରେ କିମ୍ବା ସକାଳ ୬ ପୂର୍ବରୁ ମାଇକ୍‌ ବ୍ୟବହାର ଉପରେ କଟକଣା ଜାରି।
୭- ବଡ଼ବଡ଼ ହସ୍ପିଟାଲ, ଟ୍ରମା କେୟାର ସେଣ୍ଟର, ବ୍ଲଡ ବ୍ୟାଙ୍କ କିମ୍ବା ଜନଗହଳିପୂର୍ଣ୍ଣ ରାସ୍ତା ଦେଇ କୌଣସି ପ୍ରାର୍ଥୀ ଶୋଭାଯାତ୍ରା କରିପାରିବେ ନାହିଁ।
୮- ପ୍ରଚାର ବେଳେ କେତେ ଲୋକ ଓ କେତେ ଯାନବାହାନ ରହିବ, ସେନେଇ ପ୍ରାର୍ଥୀ ପୂର୍ବରୁ ସୂଚନା ଦେବେ।
୯- ଚାରି ଚକିଆ, ଅଟୋ ଓ ବାଇକକୁ ମିଶାଇ ରୋଡ୍ ଶୋ' ବେଳେ ୧୦ଟି ଗାଡ଼ି ରହିବ। ଏହାଠାରୁ ଅଧିକ ଗାଡ଼ି ବ୍ୟବହାର ହେଲେ ପ୍ରତି ୧୦ଟି ଗାଡ଼ିଠାରୁ ୧୦୦ ମିଟର ଦୂରରେ ଅନ୍ୟ ଗାଡ଼ି ରହିବ।
୧୦- ରୋଡ ଶୋ' ବେଳେ ବାଣ କିମ୍ବା ବନ୍ଧୁକର ବ୍ୟବହାର ଉପରେ କଟକଣା ଲଗାଯାଇଛି।
୧୧- ପଶୁ, ଶିଶୁ ବିଶେଷକରି ସ୍କୁଲ ୟୁନିଫର୍ମରେ ଥିବା ପିଲାଙ୍କୁ ପ୍ରଚାର ପାଇଁ ବ୍ୟବହାର ନକରିବାକୁ କୁହାଯାଇଛି।
୧୨- ବ୍ୟାନର ସାଇଜ ୬ ଫୁଟରେ ୪ଫୁଟ ମଧ୍ୟରେ ସୀମିତ ରଖିବାକୁ ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ବାଇକରେ ଲଗାଇବା ପାଇଁ ୧ ଫୁଟରୁ ଦେଢ ଫୁଟ ମଧ୍ୟରେ ବ୍ୟାନର ତିଆରି ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ମଡେଲ କୋଡ ଅଫ୍ କଣ୍ଡକ୍ଟକୁ ନ ମାନିଲେ ପ୍ରାର୍ଥୀଙ୍କ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ପୁଲିସ କମିଶନର ସତ୍ୟଜିତ ମହାନ୍ତି କହିଛନ୍ତି।

Related story