କାଗଜ ଡଙ୍ଗା ତିଆରି କରି ସିଏମ୍‌ସିର ଗ୍ରୀନିଜ ରେକର୍ଡ

କଟକ(ଓଡ଼ିଶା ରିପୋର୍ଟର): ଇତିହାସ ରଚିଲା କଟକ ମହାନଗର ନିଗମ(ସିଏମସି)। କାଗଜ ଡଙ୍ଗା ପ୍ରସ୍ତୁତ କରି ଗ୍ରୀନିଜ ବୁକ ଅଫ ରେକର୍ଡର ଅଧିକାରୀ ହୋଇଛି ସିଏମସି । କଟକ ଐତିହାସିକ ବାଲିଯାତ୍ରା ଉତ୍ସବ ଅବସରରେ ସିଏମସି ପକ୍ଷରୁ ଆୟୋଜିତ ଡଙ୍ଗା ତିଆରି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ୨୧୨୧ ଜଣ ଛାତ୍ରଛାତ୍ରୀ ୩୫ ମିନିଟରେ ୨୩ ହଜାର କାଗଜ ଡଙ୍ଗା ପ୍ରସ୍ତୁତ କରି ଏହି ରେକର୍ଡ କରିଛନ୍ତି। ପୂର୍ବରୁ ୧୩୦୪ଟି ଡଙ୍ଗା ତିଆରି ରେକର୍ଡ ରହିଥିବା ବେଳେ ଆଜି ଏହି […]

record

  • Published: Tuesday, 15 November 2022
  • , Updated: 15 November 2022, 07:25 PM IST

କଟକ(ଓଡ଼ିଶା ରିପୋର୍ଟର): ଇତିହାସ ରଚିଲା କଟକ ମହାନଗର ନିଗମ(ସିଏମସି)। କାଗଜ ଡଙ୍ଗା ପ୍ରସ୍ତୁତ କରି ଗ୍ରୀନିଜ ବୁକ ଅଫ ରେକର୍ଡର ଅଧିକାରୀ ହୋଇଛି ସିଏମସି ।

କଟକ ଐତିହାସିକ ବାଲିଯାତ୍ରା ଉତ୍ସବ ଅବସରରେ ସିଏମସି ପକ୍ଷରୁ ଆୟୋଜିତ ଡଙ୍ଗା ତିଆରି କାର୍ଯ୍ୟକ୍ରମରେ ବିଭିନ୍ନ ସ୍କୁଲର ୨୧୨୧ ଜଣ ଛାତ୍ରଛାତ୍ରୀ ୩୫ ମିନିଟରେ ୨୩ ହଜାର କାଗଜ ଡଙ୍ଗା ପ୍ରସ୍ତୁତ କରି ଏହି ରେକର୍ଡ କରିଛନ୍ତି। ପୂର୍ବରୁ ୧୩୦୪ଟି ଡଙ୍ଗା ତିଆରି ରେକର୍ଡ ରହିଥିବା ବେଳେ ଆଜି ଏହି ରେକର୍ଡ ବ୍ରେକ କରିଛି ସିଏମସି।

ଏହି କାର୍ଯ୍ୟକ୍ରମରେ ମେୟର ସୁବାସ ସିଂହ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି, ସିଏମସି କମିଶନର ନିଖିଲ ପବନ କଲ୍ୟାଣଙ୍କ ସମେତ ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ୫୦ଜଣ ଅଫିସିଆଲ୍ ଜୁରି ଏହାକୁ ପରିଚାଳନା କରୁଥିଲେ। କାର୍ଯ୍ୟକ୍ରମ  ତଦାରଖ ପାଇଁ ଇଂଲଣ୍ଡରୁ ଗିନିଜର ଜଣେ ଜୁରି ମଧ୍ୟ ଉପସ୍ଥିତ ଥିଲେ।

Related story