ଗୁମୁଡୁମାହା ଗୁଳିକାଣ୍ଡ: ରାଜ୍ୟ ସରକାରଙ୍କ ପଦକ୍ଷେପରେ ସନ୍ତୁଷ୍ଟ ଓରାଓଁ

ଭୁବନେଶ୍ୱର: ଜାତୀୟ ଏସ୍‌ଟି କମିଶନ ଅଧ୍ୟକ୍ଷ ରାମେଶ୍ୱର ଓରାଓଁ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟି ଗୁମୁଡୁମାହା ଗୁଳିକାଣ୍ଡର ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା କରିଛନ୍ତି। ଘଟଣା ପରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପରେ ସେ ସନ୍ତୁଷ୍ଟ ଥିବା କହିଛନ୍ତି ଓରାଓଁ। ସେ କହିଛନ୍ତି,“ନିରୀହ ଜନତାଙ୍କ ଉପରେ ପୋଲିସ କରିଥିବା ଗୁଳିମାଡର ଯଥାର୍ଥତା ନାହିଁ। ଏହାର କୌଣସି କାରଣ ନାହିଁ। ଏହାର ତଦନ୍ତ ଏସ୍‌ଆଇଟି କରୁଛି। ୩ ଜଣିଆ ଏସ୍‌ଆଇଟି କମିଟି […]

Rameswar-Oraon-

Rakesh Mallick
  • Published: Saturday, 20 August 2016
  • , Updated: 21 August 2016, 07:49 AM IST

ଭୁବନେଶ୍ୱର: ଜାତୀୟ ଏସ୍‌ଟି କମିଶନ ଅଧ୍ୟକ୍ଷ ରାମେଶ୍ୱର ଓରାଓଁ ଆଜି ସଚିବାଳୟରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କୁ ଭେଟି ଗୁମୁଡୁମାହା ଗୁଳିକାଣ୍ଡର ପରବର୍ତ୍ତୀ ପଦକ୍ଷେପ ନେଇ ଆଲୋଚନା କରିଛନ୍ତି। ଘଟଣା ପରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପରେ ସେ ସନ୍ତୁଷ୍ଟ ଥିବା କହିଛନ୍ତି ଓରାଓଁ।

ସେ କହିଛନ୍ତି,“ନିରୀହ ଜନତାଙ୍କ ଉପରେ ପୋଲିସ କରିଥିବା ଗୁଳିମାଡର ଯଥାର୍ଥତା ନାହିଁ। ଏହାର କୌଣସି କାରଣ ନାହିଁ। ଏହାର ତଦନ୍ତ ଏସ୍‌ଆଇଟି କରୁଛି। ୩ ଜଣିଆ ଏସ୍‌ଆଇଟି କମିଟି ୩ ମାସ ମଧ୍ୟରେ ରିପୋର୍ଟ ଦେବାକୁ ଥିବା ବେଳେ ଏଥି ମଧ୍ୟରେ ଦେଢ ମାସ ବିତି ଯାଇଛି। ଏହି ଘଟଣାର ତଦନ୍ତ କେତେ ଦୂର ଆଗେଇଛି ତାହାର ମୁଁ ସମୀକ୍ଷା କରିଛି।”

ଏହି ଘଟଣାରେ ସରକାର ଗ୍ରହଣ କରିଥିବା କାର୍ଯ୍ୟନୁଷ୍ଠାନ ଉପରେ ଓରାଓଁ ସନ୍ତୋଷ ପ୍ରକାଶ କରିଛନ୍ତି।

ସୂଚନାଯୋଗ୍ୟ, ଗୁମୁଡୁମାହା ଗୁଳିକାଣ୍ଡର ତିନି ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୋଲିସ ଡିଜିପି କେବି ସିଂହ ଜୁଲାଇ ୧୩ରେ ଏକ ୬ ଜଣିଆ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ।

ଯାଜପୁର ଜିଲ୍ଲା ନଗଡାରେ ଅପପୁଷ୍ଟି କାରଣରୁ ୧୯ ଶିଶୁଙ୍କ ମୃତ୍ୟୁ ନେଇ ସେ କହିଛନ୍ତି ,“ଏଭଳି ଘଟଣା ଖାଲି ଓଡ଼ିଶାରେ ନୁହେଁ  ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଘଟିଛି।  ସରକାର ଏଥିପ୍ରତି ଦୃଷ୍ଟି ଦେବା ଉଚିତ।

ସେ କହିଛନ୍ତି,“ଏହି ମାମଲାକୁ କେନ୍ଦ୍ର ସରକାର ଗୁରୁତ୍ୱର ସହ ନେଇଛନ୍ତି। ଏଭଳି ଘଟଣା ପୁଣି ଥରେ ଯେପରି ନ ଘଟେ ସେଥିପାଇଁ ଆବଶ୍ୟକ ପଦେକ୍ଷପ ନେବାକୁ ସେ ମୁଖ୍ୟ ଶାସନ ସଚିବକୁ କହିଛନ୍ତି।”

ତାହାସହ ରାଉରକେଲା ସେଲ ବିସ୍ଥାପିତଙ୍କ ଆକ୍ସନ ଟେକେନ୍‌ ରିପୋର୍ଟର ମଧ୍ୟ ଷ୍ଟାଟସ୍‌ ଯାଞ୍ଚ କରିଛନ୍ତି କମିଶନ।

Related story