ଗୁଣପୁର: ଟ୍ୟାଙ୍କରକୁ ଧକ୍କା ଦେଲା ବାଇକ, ଜଣେ ମୃତ, ତିନି ଗୁରୁତର

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ନିକଟ ନିଲାମଗୁଡା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ବେଳେ ଜଣେ ନାବାଳିକା ପ୍ରାଣ ହରାଇଛନ୍ତି। ଏକ ମଟର ସାଇକେଲରେ ପୋଡଚନ୍ଦ୍ର ଶବର ତାଙ୍କର ତିନି ଜଣ ଝିଅଙ୍କୁ ଧରି କୁଜେନ୍ଦ୍ରିରୁ ଗୁଗୁରୁପାଙ୍ଗା ଗାଁ ଅଭିମୁଖେ ଆସୁଥିବା ସମୟରେ ଟ୍ୟାଙ୍କର ସହ ଧକ୍କା ଦେଇଥିଲେ। ଗୁରୁତର ଚାରି ଜଣଙ୍କୁ ପ୍ରଥମେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ  ଭର୍ତ୍ତି କରାଯାଇଥିଲା। ସେଠାରେ ପଦ୍ମୀନି ଶବର(୧୫)ଙ୍କର ମୃତ୍ୟୁ ଘଟିଥିଲା। […]

accident

Rakesh Mallick
  • Published: Tuesday, 22 December 2015
  • , Updated: 22 December 2015, 01:43 PM IST

ଗୁଣପୁର: ରାୟଗଡା ଜିଲ୍ଲା ଗୁଣପୁର ନିକଟ ନିଲାମଗୁଡା ଛକ ନିକଟରେ ଏକ ସଡକ ଦୁର୍ଘଟଣାରେ ୩ଜଣ ଗୁରୁତର ହୋଇଥିବା ବେଳେ ଜଣେ ନାବାଳିକା ପ୍ରାଣ ହରାଇଛନ୍ତି। ଏକ ମଟର ସାଇକେଲରେ ପୋଡଚନ୍ଦ୍ର ଶବର ତାଙ୍କର ତିନି ଜଣ ଝିଅଙ୍କୁ ଧରି କୁଜେନ୍ଦ୍ରିରୁ ଗୁଗୁରୁପାଙ୍ଗା ଗାଁ ଅଭିମୁଖେ ଆସୁଥିବା ସମୟରେ ଟ୍ୟାଙ୍କର ସହ ଧକ୍କା ଦେଇଥିଲେ। ଗୁରୁତର ଚାରି ଜଣଙ୍କୁ ପ୍ରଥମେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ  ଭର୍ତ୍ତି କରାଯାଇଥିଲା। ସେଠାରେ ପଦ୍ମୀନି ଶବର(୧୫)ଙ୍କର ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ଅନ୍ୟ ତିନି ଜଣଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Related story