ଗୁଣପୁରରେ ଅଜା-ନାତି, ଦାଦା-ପୁତୁରା ଓ ମାମୁ-ଭଣଜାଙ୍କ ଲଢ଼େଇ

ରାୟଗଡ଼ (ଇନ୍ଦ୍ରଜିତ ପଣ୍ଡା): ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ ଜିଲ୍ଲା ଗୁଣପୁର ନିର୍ବାଚନମଣ୍ଡଳୀରେ ହେବ ନିର୍ବାଚନ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଏବେ ମଇଦାନରେ ଅଜା-ନାତି, ଦାଦା-ପୁତୁରା ଓ ମାମୁ- ଭଣଜା ରହିଛନ୍ତି। ଗମାଙ୍ଗ ପରିବାର ମଧ୍ୟରେ ହେବାକୁ ଥିବା ଚାରିକୋଣିଆ ଲଢ଼େଇକୁ ନେଇ ବଢୁଛି ଉତ୍ସୁକତା। ପ୍ରଥମ ପର୍ଯ୍ୟୟରେ ଏଠାରେ ମତଦାନ ହେବାକୁ ଥିବା ବେଳେ ପାରିବାରିକ ରାଜନୀତିକୁ ନେଇ ବେଶ ସରଗରମ ହୋଇଛି ଏଠିକାର ନିର୍ବାଚନୀ ହାଓ୍ୱା। ଏହି ଆସନ ପାଇଁ ବିଜେଡି ରଘୁନାଥ […]

gunupur-to-witness-a-rare-fight-among-relatives

Manoranjan Sial
  • Published: Friday, 05 April 2019
  • Updated: 05 April 2019, 10:00 PM IST

Sports

Latest News

ରାୟଗଡ଼ (ଇନ୍ଦ୍ରଜିତ ପଣ୍ଡା): ପ୍ରଥମ ପର୍ଯ୍ୟାୟରେ ରାୟଗଡ଼ ଜିଲ୍ଲା ଗୁଣପୁର ନିର୍ବାଚନମଣ୍ଡଳୀରେ ହେବ ନିର୍ବାଚନ। ଏଥିପାଇଁ ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଏବେ ମଇଦାନରେ ଅଜା-ନାତି, ଦାଦା-ପୁତୁରା ଓ ମାମୁ- ଭଣଜା ରହିଛନ୍ତି। ଗମାଙ୍ଗ ପରିବାର ମଧ୍ୟରେ ହେବାକୁ ଥିବା ଚାରିକୋଣିଆ ଲଢ଼େଇକୁ ନେଇ ବଢୁଛି ଉତ୍ସୁକତା।

ପ୍ରଥମ ପର୍ଯ୍ୟୟରେ ଏଠାରେ ମତଦାନ ହେବାକୁ ଥିବା ବେଳେ ପାରିବାରିକ ରାଜନୀତିକୁ ନେଇ ବେଶ ସରଗରମ ହୋଇଛି ଏଠିକାର ନିର୍ବାଚନୀ ହାଓ୍ୱା। ଏହି ଆସନ ପାଇଁ ବିଜେଡି ରଘୁନାଥ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି। ତାଙ୍କୁ ଟକ୍କର ଦେବେ ବିଜେପି ପ୍ରାର୍ଥୀ ତଥା ତାଙ୍କ ନାତି ଶିଶିର ଗମାଙ୍ଗ। ଅଜା-ନାତି ଲଢ଼େଇ ମଧ୍ୟରେ ମାମୁ ମଧ୍ୟ ପଛରେ ପଡ଼ିନାହାନ୍ତି। ଶିଶିରଙ୍କ ମାମୁ ପୁରୁଷୋତ୍ତମ ଗମାଙ୍ଗଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ।

ଏପଟେ ବିଜେଡି ପ୍ରାର୍ଥୀ ରଘୁନାଥ ଓ କଂଗ୍ରେସ ପ୍ରାର୍ଥୀ ପୁରୁଷୋତ୍ତମ ସଂପର୍କରେ ଦାଦା-ପୁତୁରା। ସେପଟେ ବିଜେଡି ଟିକେଟ ନପାଇ ସ୍ୱାଧୀନ ଭାବେ ଲଢୁଥିବା ବିଧାୟକ ତ୍ରିନାଥ ଗମାଙ୍ଗ, ବିଜେପି ପ୍ରାର୍ଥୀ ଶିଶିର ଗମାଙ୍ଗଙ୍କ ସଂପର୍କୀୟ ମାମୁ।

ବିଜେଡି ଟିକେଟରୁ ବଞ୍ଚିତ ହୋଇ ବିଧାୟକ ତ୍ରିନାଥ ଗମାଙ୍ଗ ସ୍ୱାଧୀନ ଭାବେ ଏଥର ନିର୍ବାଚନ ଲଢୁଛନ୍ତି। ସେପଟେ ବିଜେପି ଟିକେଟରୁ ବଞ୍ଚିତ ହୋଇଥିବା ରାମମୂର୍ତ୍ତି ମୁଟିକା ମଧ୍ୟ ସ୍ୱାଧୀନ ଭାବେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଏଣେ ଗୋଟିଏ ପରିବାର ଭିତରେ ଲଢ଼େଇ ହେଉଥିଲେ ମଧ୍ୟ ପ୍ରତ୍ୟେକ ପ୍ରାର୍ଥୀ ଜୋରଦାର ପ୍ରଚାର କରିବା ସହ ନିଜ ସପକ୍ଷରେ ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ପ୍ରୟାସ ଜାରି ରଖିଛନ୍ତି।

ସେପଟେ ଯିଏ ଅଞ୍ଚଳର ବିକାଶ କରିବ ତାକୁ ହିଁ ଭୋଟ ଦେବେ ବୋଲି ଗୁଣୁପୁର ଭୋଟର କହିଛନ୍ତି।

ଆଦିବାସୀଙ୍କ ଲାଗି ସଂରକ୍ଷିତ ଥିବା ଏହି ଆସନ ସ୍ୱାଧୀନତା ପରଠାରୁ ୧୯୯୦ ପର୍ଯ୍ୟନ୍ତ କଂଗ୍ରେସ କବ୍‌ଜାରେ ଥିଲା। ହେଲେ ୧୯୯୦ରେ ଜନତା ଦଳରୁ ଲଢି ରାମମୂର୍ତ୍ତି ଗମାଙ୍ଗ ଏଠାରେ ବିଜୟୀ ହୋଇଥିଲେ। ଏହାପରେ ୧୯୯୫ ରେ କଂଗ୍ରେସର ଅକ୍ଷୟ ଗମାଙ୍ଗ ଏଠାରୁ ଜିତିଥିଲେ। ତେବେ ୧୯୯୬ରେ ସ୍ୱାଧୀନ ଭାବେ ଏଠାରୁ ବିଜୟୀ ହୋଇଥିଲେ ପୂର୍ବତନ ମନ୍ତ୍ରୀ ଭାଗିରଥୀ ଗମାଙ୍ଗ।

୨୦୦୦ ମସିହାରେ ବିଜେପିର ରାମମୂର୍ତ୍ତି ଗମାଙ୍ଗ, ୨୦୦୪ରେ କଂଗ୍ରେସର ହେମା ଗମାଙ୍ଗ ଓ ୨୦୦୯ରେ ରାମମୂର୍ତ୍ତି ମୁଟିକା ଏଠାରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ। ୨୦୧୪ରେ ଏଠାରୁ ବିଜେଡି ଟିକେଟରେ ତ୍ରିନାଥ ଗମାଙ୍ଗ ବିଜୟୀ ହୋଇଥିଲେ। ତେବେ ୨୦୧୯ରେ କିଏ ଏ ଆସନ ଜିତୁଛି, ତାହା ଉପରେ ସମସ୍ତଙ୍କ ନଜର ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story