ଗୁରୁପ୍ରିୟା ସେତୁ ଉଦ୍‌ଘାଟିତ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ପୂରଣ ହୋଇଛି ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ବହୁ ଦିନର ସ୍ୱପ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରିଛନ୍ତି। ଅନେକ ଥର ଘୁଞ୍ଚିବା ପରେ ଶେଷରେ ଆଜି ମୁଖ୍ୟମନ୍ତ୍ରୀ ଏହି ସେତୁକୁ ଉଦ୍‌ଘାଟନ କରିଛନ୍ତି। ଏହି ସେତୁକୁ ନିର୍ମାଣ କରିବା ପାଇଁ ୧୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।  ଏହାର ଲମ୍ବ ୯୧୦ ମିଟର ରହିଛି। ଗୁରୁପ୍ରିୟା ସେତୁ ହେବାଦ୍ୱାରା ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ୮ଟି ପଞ୍ଚାୟତର ୧୫୧ଟି ଗାଁ ମୂଳ […]

cm

Rakesh Mallick
  • Published: Thursday, 26 July 2018
  • , Updated: 26 July 2018, 12:50 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ପୂରଣ ହୋଇଛି ମାଲକାନଗିରି ଜିଲ୍ଲା ବିଚ୍ଛିନ୍ନାଞ୍ଚଳବାସୀଙ୍କ ବହୁ ଦିନର ସ୍ୱପ୍ନ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗୁରୁପ୍ରିୟା ସେତୁକୁ ଉଦ୍‌ଘାଟନ କରିଛନ୍ତି। ଅନେକ ଥର ଘୁଞ୍ଚିବା ପରେ ଶେଷରେ ଆଜି ମୁଖ୍ୟମନ୍ତ୍ରୀ ଏହି ସେତୁକୁ ଉଦ୍‌ଘାଟନ କରିଛନ୍ତି।

ଏହି ସେତୁକୁ ନିର୍ମାଣ କରିବା ପାଇଁ ୧୮୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି।  ଏହାର ଲମ୍ବ ୯୧୦ ମିଟର ରହିଛି। ଗୁରୁପ୍ରିୟା ସେତୁ ହେବାଦ୍ୱାରା ବିଚ୍ଛିନ୍ନାଞ୍ଚଳ ଭାବେ ପରିଚିତ ୮ଟି ପଞ୍ଚାୟତର ୧୫୧ଟି ଗାଁ ମୂଳ ଭୂଖଣ୍ଡ ସହ ଯୋଡ଼ି ହୋଇଛନ୍ତି।

ଷାଠିଏ ଦଶକରେ ବାଲିମେଳା ଜଳବିଦ୍ୟୁତ୍‌ ଯୋଜନା ହେବା ଫଳରେ  ଚିତ୍ରକୋଣ୍ଡା ଜଳ ଭଣ୍ଡାର ସୃଷ୍ଟି ହୋଇଥିଲା। ଏହାଦ୍ୱାରା ୩୦ ହଜାରରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ। ସେହି ଅଞ୍ଚଳରେ ବିକାଶ ପହଞ୍ଚି ପାରୁ ନଥିଲା। ଏବେ ଗୁରୁପ୍ରିୟା ସେତୁ ହେବା ଦ୍ୱାରା ଅଞ୍ଚଳରେ ବିକାଶ ପହଞ୍ଚିବା ସହିତ ଲାଲଗଡ଼ ମଧ୍ୟ ଭୁଶୁଡ଼ିବ ବୋଲି ଆଶା କରାଯାଉଛି।

ଗୁରୁପ୍ରିୟା ସେତୁ ଉଦ୍‌ଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିକାଶ ସ୍ରୋତରେ ସାମିଲ ହେବା ପାଇଁ ନକ୍ସଲଙ୍କୁ ଆହ୍ୱାନ ଦେଇଥିଲେ। ସେ କହିଥିଲେ,“ଆସନ୍ତୁ,ବିକାଶ ପଥରେ ସାମିଲ ହୁଅନ୍ତୁ। ଶାନ୍ତି ଏବଂ ପ୍ରଗତିରେ ନିଜକୁ ସାମିଲ କରନ୍ତୁ।”

ଗୁରୁପ୍ରିୟା ସେତୁ ସମାପନ ନେଇ ଆମେ ଅତ୍ୟନ୍ତ ଖୁସି ଓ କୃତଜ୍ଞ ବୋଲି ନବୀନ କହିଥିଲେ।

 

 

Related story